ବାଲିମେଳାରେ ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ନିଶା ନିବାରଣ ସଚେତନତା
ନିଶାଶକ୍ତଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ଆହ୍ୱାନ
ମାଲକାନଗିରି(ମନୋଜ ଦେଵ ପାଙ୍ଗି)ଦର୍ଶନ ସମୀକ୍ଷା
ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ଗୋପବନ୍ଧୁ ସାଂସ୍କୃତିକ ପରିଷଦ କ୍ଲବ ପରିସରରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟେଲଙ୍କ ନିର୍ଦ୍ଧେଶ କ୍ରମେ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ତତ୍ୱାବଧାରେ ବାଲିମେଳା ଅବକାରୀ ବିଭାଗ ଏବଂ ସ୍ଥାନୀୟ ପୋଲିସ ପ୍ରଶାସନ ତରଫରୁ ନିଶାଦ୍ରବ୍ୟ ସେବନ ଓ ଅପ ମିଶ୍ରିତ ମାଦକ ଦ୍ରବ୍ୟ ସେବନ ବିରୁଦ୍ଧରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସେଠାରେ ଏକ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଉକ୍ତ ଟୁର୍ନାମେଣ୍ଟରେ ମୋଟ ୮ ଟି ଟିମ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ମନୋରଞ୍ଜନ ଟିମ ଏବଂ ଆୟପା ଲାଇନ ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଖେଳା ଯାଇଥିଲା। ଉକ୍ତ ମ୍ୟାଚରେ ମନୋରଞ୍ଜନ ଟିମ ଵଜୟୀ ହୋଇଥିଲା।ବିଭାଗ ପକ୍ଷରୁ ବିଜୟୀ ହୋଇଥିବା ଟିମକୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ୫ ହଜାର ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନକରାଯାଇଥିଲା। ସେହିପରି ରନର୍ସ ହୋଇଥିବା ଆୟପା ଲାଇନ ଟିମକୁ ୩ ହଜାର ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା।ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓର୍କେଲ ଥାନା ଅଧିକାରୀ ଧରେନ ପଟ୍ଟନାୟକ,ବାଲିମେଳା ଅବକାରୀ
ବିଭାଗର ଓଆଇସି ରମେଶ ଚନ୍ଦ୍ର ସାହୁକାର ଏବଂ ନୂତନ ଭାବେ ବାଲିମେଳା ଅବକାରୀ ବିଭାଗର ଓଆଇସି ଭାବେ ଦାଇତ୍ୱ ଗ୍ରହଣ କରିଥିବା ବ୍ରଜ ବିହାରୀ ନାୟକ, ଏସଆଇ ଅଶେଷ କୁମାର ନାଏକ, ଏସଆଇ ବ୍ରଜ ନାୟକ,ଏଏସ ଆଇ ରାମ ଚନ୍ଦ୍ର ହନ୍ତାଳ, ଜ୍ଞାନ ରଞ୍ଜନ ସାହୁ, ପଣ୍ଡା ନାଗେଶ, ଚନ୍ଦ୍ର କାନ୍ତ ନାୟକ, ସରିତା ନାୟକ ସମ୍ମାନିତ ଅତିଥି ଭାବେ ଓର୍କେଲ ଥାନାରେ ଏସଆଇ ମନୋହର ସାହୁ, ଏଏସଆଇ ସଂଜିତ କୁମାର ଟାକ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଚେତନତା ସଭାରେ ବାଲିମେଳା ଅବକାରୀ ବିଭାଗର ଓଆଇସି ଶ୍ରୀ ସାହୁକାର ସଭାପତିତ୍ୱ କରିଥିଲେ।ବାଲିମେଳା ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ
ଗତ ମେ ୩୧ ତାରିଖ ଠାରୁ ଜୁନ
୨୭ ତାରିଖ ପଯ୍ୟନ୍ତ ସାରା ରାଜ୍ୟରେ ନିଶା ନିବାରଣ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଜାରୀ ରହିଛି।ଯାହା ଫଳରେ ଏହି କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ପାଳନ କରାଯାଉଅଛି।ଓର୍କେଲ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ, ଅବକାରୀ ଅଧିକାରୀ ଶ୍ରୀ ସାହୁ ଏବଂ ଶ୍ରୀ ନାୟକ ସୂଚନା ଦେଇ କହିଥିଲେ ଯେ, ଏହି ସଚେତନତା କାର୍ଯ୍ୟକ୍ରମ ରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କର ସହ ଯୋଗୀତାକୁ
ପ୍ରାଥମିକତା ଦିଆଯିବ।ସେ ଆହୁରି କହିଥିଲେ ଯେ,ଯଦି ଆମର ସମୂହ ଯୁବ ସମ୍ବଳ ନିଶାଦ୍ରବ୍ୟ ସେବନରେ
ଗ୍ରସିତ ରୁହନ୍ତି ତେବେ ମାନବ ମୂଲ୍ୟର ଅବକ୍ଷୟ ହେବା ସହ ଯୁବ ସମ୍ବଳର ବିକାଶ ଓ ଦେଶର ଅର୍ଥନୀତିରେ ଏହାର ପ୍ରତିକୂଳ ପ୍ରଭାବ ପକାଇବ ଏବଂ ଏଥିପାଇଁ ବର୍ତ୍ତମାନ ସମୟ ଆସିଯାଇଛି ଏ ଦିଗରେ ସମସ୍ତଙ୍କୁ ସଚେତନ କରି
ଯୁବ ସମାଜକୁ ନିଶାଦ୍ରବ୍ୟ ଓ ଅପମିଶ୍ରିତ ମାଦକ ଦ୍ରବ୍ୟ
ସେବନରୁ ଦୁରେଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା।ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବାଲିମେଳା ସହରବାସୀ ଉକ୍ତ ଅଞ୍ଚଳରେ ନିଶାଗ୍ରସ୍ତ ବ୍ୟକ୍ତି ମାନଙ୍କୁ ନିଶା ନିବାରଣ ପାଇଁ ସଚେତନତା କରିବାକୁ ସମସ୍ତେ ସଂକଳ୍ପ ନେଇଥିଲେ।
Leave a Reply