Spread the love

କାତ ବୁଝେନାହିଁ ହାତର ବେଦନା
ନାବକୁ ବୁଝେନି ଝଡ,
ବଇଶାଖି ଝାଞ୍ଜି ବୁଝେ ନାହିଁ ଜମା
ଶୀତ ମଗୁଶୁର ଜାଡ ।

ନିଜର ଦୁଃଖ କଷ୍ଟ କାହା ପାଖରେ ପ୍ରକାଶ କରିବେ ନାହିଁ, ସମବେଦନା ସୁରେ ସମସ୍ତେ ମଜା ନେବେ, ସୁଯୋଗ ପାଇଲେ ଉପହାସ କରିବେ ଆଉ ସମୟ ଆସିଲେ ଆଘାତ କରିବେ ।

ରକ୍ତର ସମ୍ପର୍କ ଆଉ ଆତ୍ମାର ସମ୍ପର୍କ ପ୍ରାୟ ଲୁପ୍ତ ହୋଇଗଲାଣି ଏବେ ଏକମାତ୍ର ସ୍ବାର୍ଥର ସମ୍ପର୍କ ଚଳଚଞ୍ଚଳ ।

Time କୁ ଦେଖି ହୁଏ ନାହିଁ ସତ କିନ୍ତୁ Time ବହୁତ କିଛି ଦେଖେଇ ଦିଏ ।

               

ସନ୍ଦେହର କିଛି Treatment ନାହିଁ..ଚରିତ୍ରର କୌଣସି Proof ନାହିଁ..ମୌନ ରହିବା ଠାରୁ କୌଣସି ଭଲ Steps ନାହିଁ..ଆଉ ଶବ୍ଦ ଠାରୁ Hard Words କିଛି ନାହିଁ।

ହଠାତ୍ ରାଗି ଯାଇ କିଛି ନିଷ୍ପତ୍ତି ନେବା ପୂର୍ବରୁ ଅନୁତଃ ଥରେ ଭାବନ୍ତୁ,କାହିଁକିନା ଇତିହାସ ସାକ୍ଷୀ ଅଛି ଯେ ପ୍ରତ୍ୟେକ ରାଗ ଜୀବନରୁ କିଛି ନା କିଛି ଛଡ଼େଇ ନେଇଥାଏ।

ବେଳେବେଳେ ଏମିତି କିଛି କଥା ମନକୁ ଆସେ ଯେ ଯାହା ବିତିଯାଇଛି ତାକୁ ଭାବିବା ବୃଥା,କିନ୍ତୁ ପ୍ରକୃତ କଥା ଏହା ଯେ ବିତିଯାଇଥିବା କଥା ହିଁ ମଣିଷକୁ ସଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ।

ଅନ୍ୟର ସ୍ବରକୁ କମ୍ କରିବା ପାଇଁ ନିଜ ସ୍ବର ଉଚ୍ଚ କରି ନିଜର ଶକ୍ତି ନଷ୍ଟ କରିବା ବଦଳରେ ନିଜ ସ୍ଥାନ ଉଚ୍ଚ କରିବା ଉଚିତ୍ କାହିଁକିନା ଯାହାକୁ ଦେଖି ଅନ୍ୟ ମାନଙ୍କର ସ୍ବର ଆପେ ଆପେ ଶାନ୍ତ ହୋଇଯିବ।

          ଜୟ ଜଗନ୍ନାଥ

Related Post

Leave a Reply

Your email address will not be published. Required fields are marked *

You Missed