ତ୍ୟାଗ ଓ ବଳିଦାନର ପର୍ବ ଇଦ-ଉଲ-ଜୁହା//ଭୁବନେଶ୍ବର ୟୁନିଟ-୪ ସ୍ଥିତ ମସଜିଦ ହମଦ ଠାରେ ନମାଜ ଇଦ-ଉଲ-ଜୁହା ପଢାଯାଇ ଥିଲା। ନମାଜପାଠ ପରେ ମୌଲବୀ ହାଲିମ ଖାନ ନିଜର ବକ୍ତବ୍ୟ ଉପସ୍ଥାପନ କରି ଥିଲେ। ଏଥିରେ ସେ କହିଥିଲେ ଯେ ଅହମଦୀୟା ମୁସଲିମ ଜମାଅତ ଭୁବନେଶ୍ବର ଈଦ ର ଏହି ପବିତ୍ର ଦିନରେ ସମସ୍ତ ଓଡିଶା ବାସୀଙ୍କୁ ଆନ୍ତରିକ ଶୁଭେଛା ଜଣାଉଅଛି । ଦେଶ ଓ ରାଜ୍ୟର ଏକତା, ଅଖଣ୍ଡତା ଏବ॰ ଶାନ୍ତି ପାଇଁ ପ୍ରଥନ କରୁଅଛି।

Spread the love


ତ୍ୟାଗ ଓ ବଳିଦାନର ପର୍ବ ଇଦ-ଉଲ-ଜୁହା

ଆଜି ସମଗ୍ର ଭାରତବର୍ଷରେ ହର୍ସଉଲାସ ସହିତ ଇଦ-ଉଲ-ଜୁହା ପାଳନ ହୋଈଅଛି। ଇସଲାମ ଧର୍ମ ରେ ବର୍ଷକରେ ମୁଖ୍ୟତ ଦୁଇ ଗୋଟି ପର୍ବ ପାଳିତ ହୋଇ ଥାଏ । ଇଦ-ଉଲ-ଫିତର୍ (ରମଜାନ ଇଦ ବା ସିମେଈ ବାଲା ଇଦ)ଏବଂ ଅନ୍ଯଟି ଇଦ-ଉଲ-ଜୁହା ଯାହାକୁ କୁରବାନି ଇଦ ବା ବକରା ଇଦ କୁହାଯାଏ। ଆଜି ଇଦ-ଉଲ-ଜୁହା ତ୍ୟାଗ ଓ ବଳିଦାନର ପର୍ବ । ଆଜି ହଜରତ ଇବ୍ରହିମ୍ ଏବଂ ହଜରତ ଇସ୍ମାଇଲଙ୍କ ଗୋଟିଏ ମହାନ ବଳିଦାନକୁ ସ୍ମରଣ କରିବାର ଦିନ। ଆଜି ସାମର୍ଥ୍ୟ ଥିବା ମୁସଲମାନମାନଙ୍କୁ ମକ୍କା ସହରରେ ହଜ ପବିତ୍ର ଉପାସନା ସମ୍ପୂର୍ଣ କରିବାର ଖୁଶିର ଦିନ । ଏହି ଦିନଟିକୁ ଗୋଟିଏ ମୁସଲମାନ ପବିତ୍ର ଅବତାର ହଜରତ ମୁହମ୍ମଦ(ଅଲ୍ଲାହ ତାଙ୍କ ଉପରେ ଶାନ୍ତି ବର୍ଷଣ କରୁ )ଙ୍କ ଶିକ୍ଷା ଅନୁସାରେ ନମାଜ ତହଜ୍ଜୁଦରୁ ଆରମ୍ଭ କରେ ତତ୍ପରେ ଫଜର ନମାଜ , ପବିତ୍ର କୋରାନ ଆବୃତ୍ତି ଏବଂ ପ୍ରତ୍ୟେକ ଫର୍ଜ ନମାଜ ପରେ ତକବିରେ ତଶରିକ ଆବୃତ୍ତି କରାଯାଏ।

ଗରିବ ଏବଂ ଅସହାୟଙ୍କୁ ଦାନଧର୍ମ କରାଯାଏ। ନମାଜ ଫଜରରୁ ନେଇ ଇଦ-ଉଲ-ଜୁହା ପର୍ଯ୍ୟନ୍ତ କିଛି ସମୟ ପାଇଁ ରୋଜା(ଉପବାସ)ରଖାଯାଏ । ସ୍ନାନ କରି ନୂତନ ଓ ସଫା ସୁତୁରା ବସ୍ତ୍ର ପରିଧାନ କରି ଈଦ ଗାହ ବା ମସଜିଦରେ ଜାଇ ନମାଜ ଇଦ-ଉଲ-ଜୁହା ପାଠ କରାଯାଏ ଏବଂ ଈଦ ଖୁତବା(ଭାଷଣ)ରେ ଯୋଗ ଦାନ କରାଯାଏ।
ଏହି ପରିପ୍ରକ୍ଷେ ଦିନ ୧୦ ଘଣ୍ଟିକା ସମୟରେ ଭୁବନେଶ୍ବର ୟୁନିଟ-୪ ସ୍ଥିତ ମସଜିଦ ହମଦ ଠାରେ ନମାଜ ଇଦ-ଉଲ-ଜୁହା ପଢାଯାଇ ଥିଲା। ନମାଜପାଠ ପରେ ମୌଲବୀ ହାଲିମ ଖାନ ନିଜର ବକ୍ତବ୍ୟ ଉପସ୍ଥାପନ କରି ଥିଲେ। ଏଥିରେ ସେ କହିଥିଲେ ଯେ ଅହମଦୀୟା ମୁସଲିମ ଜମାଅତ ଭୁବନେଶ୍ବର ଈଦ ର ଏହି ପବିତ୍ର ଦିନରେ ସମସ୍ତ ଓଡିଶା ବାସୀଙ୍କୁ ଆନ୍ତରିକ ଶୁଭେଛା ଜଣାଉଅଛି । ଦେଶ ଓ ରାଜ୍ୟର ଏକତା, ଅଖଣ୍ଡତା ଏବ॰ ଶାନ୍ତି ପାଇଁ ପ୍ରଥନ କରୁଅଛି। ତତ୍ପରେ ସାମୁହିକ ପ୍ରଥନା ଓ ପ୍ରତେକ ବ୍ୟକ୍ତି ପରସ୍ପରକୁ ଆଲିଙ୍ଗନକରି ଶୁଭେଛା ଜଣାଇ ଥିଲେ ଏଥିରେ ଛୋଟରୁ ବଡ ମହିଳାଙ୍କ ସହିତ ୩୫୦ରୁ ଉର୍ଦ୍ଧ ସଂପ୍ରଦାୟର ଲୋକମାନେ ଯୋଗଦାନ କରିଥିଲେ
ମହମ୍ମଦ ନୁରୁଦ୍ଦିନ ଅମି ପ୍ରେସିଡେଣ୍ଟ ଅହମଦୀୟା ମୁସଲିମ ସମ୍ପ୍ରଦାୟ ଭୁବନେଶ୍ବର

ଫୋନ: ୭୮୯୪୪୪୨୭୨୮,୯୪୩୧୩୨୦୨୭୨,୯୪୩୮୩୬୨୬୭୧

Leave a Reply

Your email address will not be published. Required fields are marked *