କଟକ// ନେହରୁ ନୋଡାଲ୍ ଉଚ୍ଚବିଦ୍ୟାଳୟ ପରିସରରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରେନ୍ଦ୍ର କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବିଶିଷ୍ଟ ପରିବେଶବିତ ଡ. ଅର୍ଜୁନ କୁମାର ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ -କଟକ ରୁ ଭରତ ଚନ୍ଦ୍ର ମହାରଣା

Spread the love

ନେହରୁ ନୋଡାଲ୍ ଉଚ୍ଚବିଦ୍ୟାଳୟ ପରିସରରେ ପରିବେଶ ଦିବସ :

କଟକ: ନେହରୁ ନୋଡାଲ୍ ଉଚ୍ଚବିଦ୍ୟାଳୟ ପରିସରରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରେନ୍ଦ୍ର କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବିଶିଷ୍ଟ ପରିବେଶବିତ ଡ. ଅର୍ଜୁନ କୁମାର ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଜନ ସଂଖ୍ୟା , କଳକାରଖାନା,ଯାନବାହାନ ସଂଖ୍ୟା ବୃଦ୍ଧି ଯୋଗୁଁ ପରିବେଶ ଦୂଷିତ ର କାରଣ ହୋଇ ପଡିଛି। ବାୟୁ ମଣ୍ଡଳର ଘନ ଘନ ପରିବର୍ତ୍ତନ ଏବଂ ତାତି ବୃଦ୍ଧି ଏବଂ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପରିବେଶ ପ୍ରଦୂଷିତ ହେଉଛି। ତେଣୁ ଆମେ ସମସ୍ତେ ମିଳିମିଶି ପ୍ଲାଷ୍ଟିକ ପରିବେଶ ର ଅନ୍ତ ଘଟାଇ ପାରିଲେ ପ୍ରଦୂଷଣ ମୁକ୍ତ ପରିବେଶ ଗଠିତ କରି ପାରିବା ।ଏହି କାର୍ଯ୍ୟ କ୍ରମରେ

ସହକାରୀ ଶିକ୍ଷକ ଗଙ୍ଗାଧର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ମାନନୀୟ ବକ୍ତା ପୂର୍ବତନ ପ୍ରଧାନଶିକ୍ଷକ ହରିହର ସାମଲ ପ୍ଲାଷ୍ଟିକ୍‌ ବର୍ଜନ କରିବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ପରିବେଶ ସଚେତନତା ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଛାତ୍ର ଛାତ୍ରୀଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।
ରେଡକ୍ରସ ପକ୍ଷରୁ ଶିକ୍ଷୟିତ୍ରୀ ହିରଣ୍ୟମୟୀ ସାମଲ, ସ୍କାଉଟସ୍ ଓ ଗାଇଡସ୍ ପକ୍ଷରୁ ଦିଲ୍ଲୀପ କୁମାର ରାଉତ, ଶିକ୍ଷୟିତ୍ରୀ କଳ୍ପନାମୟୀ ବେହେରା, ତ୍ରିଲୋଚନ ବେହେରା, ବଦ୍ରିନାରାୟଣ ଦାସ,ସସ୍ମିତା ସ୍ବାଇଁ ଓ ସସ୍ମିତା ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *