Spread the love

ଚାଷୀଙ୍କ ଧାନ ଫସଲର କ୍ଷତିପୂରଣ ପାଇଁ ଦାବୀ କଲା -ଆପ୍

     ବ୍ରହ୍ମପୁର 27,ଡ଼ିସେମ୍ବର ଆମ୍ ଆଦ୍‌ମୀ ପାର୍ଟି ତରଫରୁ ଚାଷୀଙ୍କ ତୁରନ୍ତ କ୍ଷତିପୂରଣ ଦାବୀକରି ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦିଆଯାଇଛି l ଚଳିତ ମାସ ଧାନ ଅମଳ ସମୟରେ ଅଦିନିଆ ଲଘୁଚାପ ଜନିତ ବର୍ଷାରେ ଗଞ୍ଜାମ ଜିଲ୍ଲାର ସବୁ ଅଞ୍ଚଳରେ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି l ଗଞ୍ଜାମ ଜିଲ୍ଲାରେ ଧାନ ଚାଷ ମୁଖ୍ୟତଃ ମୂଳ ଚାଷ ହୋଇଥିବା ବେଳେ,ଚାଷୀ ଅମଳ ପାଇଁ ଜମିରେ ଧାନ କାଟି କଳାଇ ପକାଇଥିବା ସମୟରେ ଲଗାତାର ବର୍ଷାରେ ଭିଜିବା ଫଳରେ, ଧାନ ଗଜା ହୋଇ ସମ୍ପୂର୍ଣ ନଷ୍ଟ ହୋଇ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି l ଯାହା ଦ୍ୱାରା ଚାଷୀ ବର୍ତ୍ତମାନ ହତାଶରେ ଚିନ୍ତାଗ୍ରସ୍ଥ ହୋଇ ଜୀବନ ହାରିବା ଖବର ଅନ୍ୟ ଜିଲ୍ଲାରେ ନଜରକୁ ଆସିଛି l

ଓଡ଼ିଶାରେ ସରକାର ବଦଳିଲେ ମଧ୍ୟ ଚାଷୀଙ୍କ ହିତ ଦୃଷ୍ଟିରୁ ସବୁ ଚାଷୀଙ୍କ ଫସଲ ବୀମା ଏବଂ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତାର କୌଣସି ରୂପରେଖ, ନୂଆ ସରକାର ଗଠନର ଛଅ ମାସ ବିତିଯାଇଥିଲେ ମଧ୍ୟ ଠିକ ଭାବେ ହୋଇନାହିଁ l
ଧାନ ମଣ୍ଡିରେ ସରକାର ଚାଷୀର ଧାନକୁ 3100 ଟଙ୍କାରେ କିଣିବାର ନିର୍ବାଚନ ପ୍ରତିଶୃତି ଦେଇଥିଲେ ମଧ୍ୟ, ଚାଷୀର ଅମଳ ଖଳାରୁ ଧାନ କିଣା ଯାଉନାହିଁ l ମଣ୍ଡିକୁ ଧାନ ଚାଷୀ ନିଜ ଖର୍ଚ୍ଚରେ ନେଲେ, ମଣ୍ଡିରେ ବହୁ ଦିନ ପର୍ଯ୍ୟନ୍ତ ଧାନ ଓଜନ ନକରି ପଡ଼ି ରହୁଛି l ମଣ୍ଡିରେ ନିମ୍ନ ମାନର ଧାନ କହି “କଟନୀ ଛଟନୀ ” କରିବା ଯୋଗୁଁ ଚାଷୀ ଉପାୟହୀନ ହୋଇ କମ ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି ବୋଲି ଆପ୍ ଜିଲ୍ଲା ସାଧାରଣ ସମ୍ପାଦକ ଆଦିତ୍ୟ ନାରାୟଣ ରଥ ଏକ ପ୍ରେସ ବିବୃତିରେ କହିଛନ୍ତି l

ତେଣୁ ଗଞ୍ଜାମ ଜିଲ୍ଲାରେ ଚାଷୀଙ୍କ ଫସଲର କ୍ଷୟକ୍ଷତିକୁ ସଠିକ ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଉପଯୁକ୍ତ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବୀ କରାଯାଇଛି lଓଡ଼ିଶା ଭଳି ଗୋଟେ ପଛୁଆ ଜନମଙ୍ଗଳ ରାଷ୍ଟ୍ରରେ ଚାଷୀର ଭୂମିକାକୁ ହୃଦୟଙ୍ଗମ କରି ତୁରନ୍ତ ସରକାର ପଦକ୍ଷେପ ନେବାକୁ ନିବେଦନ କରିବା ସହ ଭବିଷ୍ୟତରେ ଜିଲ୍ଲାରେ ଚାଷୀଙ୍କ ଅସନ୍ତୋଷ ଆନ୍ଦୋଳନର ରୂପ ନେବ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି l
ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ସୁବାଷ ଚନ୍ଦ୍ର ରାଉତ ନେତୃତ୍ୱ ନେଇଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଆଦିତ୍ୟ ନାରାୟଣ ରଥ, ଛତ୍ରପୁର ବିଧାନସଭା ଇନଚାର୍ଜ ଅଜାମ୍ବିଳ ବିଶ୍ୱାଳ,ଲିଗାଲ ସେଲ ସଭାପତି କୈଳାଶ ସେଠୀ, ରିତୁ ସେଠୀ, ସୁଦର୍ଶନ ମଲିକ, ଆଡ଼ଭୋକେଟ ବିଷ୍ଣୁ ରଣା, ରମେଶ ବେହେରା,ପଦ୍ମନାଭ ମହାରଣା,ସୁନୀଲ ଆଚାର୍ଯ୍ୟ,ସତ୍ୟପ୍ରକାଶ ସେଠୀ, ଡି. ସନ୍ତୋଷ,ମିନତି ସ୍ୱାଇଁ, ହାକିମ ଖାନ ପ୍ରମୁଖ ଦଳୀୟ ସକ୍ରିୟ କାର୍ଯ୍ୟକର୍ତ୍ତା ଅଂଶ ଗ୍ରହଣ କରିଥିଲେ l

ଆଦିତ୍ୟ ନାରାୟଣ ରଥ
ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ 8144299051
ସୁବାଷ ଚନ୍ଦ୍ର ରାଉତ
ଜିଲ୍ଲା ଆବାହକ
ଆମ୍ ଆଦ୍‌ମୀ ପାର୍ଟି , ଓଡ଼ିଶା

Related Post

Leave a Reply

Your email address will not be published. Required fields are marked *

You Missed