ଆଇ. ଆଇ. ଟି ପ୍ରବେଶିକା ପରୀକ୍ଷାରେ ଚମକିଲେ “ବିଶ୍ୱାସ” ର ଛାତ୍ର “ଅମିତାନନ୍ଦ”
ସଦ୍ୟ ପ୍ରକାଶିତ ଆଇ. ଆଇ. ଟି ପ୍ରବେଶିକା ପରୀକ୍ଷା ଜେ.ଇ.ଇ
ଆଡ୍ଭାନ୍ସସଡ୍ ରେ ଭୁବନେଶ୍ୱର ଉପକଣ୍ଠସ୍ଥ ପିତାପଲ୍ଲୀ ସ୍ଥିତ “ବିଶ୍ୱାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ” ର ଛାତ୍ର “ଅମିତାନନ୍ଦ କର” ସର୍ବଭାରତୀୟ ସ୍ତରରେ “୪୩୫୨” ର୍ୟାଙ୍କ ହାସଲ କରି ଏକ ବିରଳ କୃତିତ୍ଵ ଅର୍ଜନ କରିଛନ୍ତି। ଭଗବାନ ଙ୍କ ଆଶୀର୍ବାଦ ଓ ବିଶ୍ୱାସ କଲେଜର ସମ୍ପାଦିକା ଡ଼ଃ. ନନ୍ଦିନୀ ଘରାଇ ଙ୍କ ପ୍ରେରଣା ଏବଂ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଙ୍କ ନିରନ୍ତନ ତତ୍ତ୍ୱାବଧାନ ଓ ସହଯୋଗ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି। ସାମଗ୍ରିକ ଭାବେ ବିଶ୍ୱାସ କଲେଜର ଉଚ୍ଚକୋଟୀର ଶିକ୍ଷାଦାନ ପଦ୍ଧତି, ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ବ୍ୟବସ୍ଥା ଏବଂ ଶାନ୍ତ ଓ ସୁନ୍ଦର ଶୈକ୍ଷିକ ବାତାବରଣ ତାଙ୍କର ସ୍ୱପ୍ନକୁ ସାକାର କରିବାରେ ବହୁମାତ୍ରାରେ ସହାୟକ ହୋଇଛି ବୋଲି ସେ କହିଛନ୍ତି।
ଏହି ସଫଳତା ପାଇଁ ସବୁ ମହଲରୁ ତାଙ୍କ ନିକଟକୁ ପ୍ରଶଂସା ର ସୁଅ ଛୁଟୁଛି। ପ୍ରକାଶ ଥାଉକି ସେ ଚଳିତ ବର୍ଷ ସି. ଏଚ. ଏସ. ଇ ପରୀକ୍ଷାରେ ଶତକଡ଼ା ୯୪.୫୬ ନମ୍ବର ରଖି କୃତିତ୍ୱ ର ସହିତ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।












Leave a Reply