ପରିଚୟ//ସାଧାରଣ ଦୃଷ୍ଟିରେ ପରିଚୟ ଏକ ବ୍ୟକ୍ତିଗତ ସ୍ତରକୁ ଚିହ୍ନିତ କରୁଥିବା ସମୟରେ ବାସ୍ତବରେ ପରିଚୟ ଏକ ବ୍ୟାପକ ପରିସରଭୁକ୍ତ ଶବ୍ଦ ଯାହା ଅସୀମ ସଂଜ୍ଞା ବହନ କରେ।

Spread the love

ପରିଚୟ
ସାଧାରଣ ଦୃଷ୍ଟିରେ ପରିଚୟ ଏକ ବ୍ୟକ୍ତିଗତ ସ୍ତରକୁ ଚିହ୍ନିତ କରୁଥିବା ସମୟରେ ବାସ୍ତବରେ ପରିଚୟ ଏକ ବ୍ୟାପକ ପରିସରଭୁକ୍ତ ଶବ୍ଦ ଯାହା ଅସୀମ ସଂଜ୍ଞା ବହନ କରେ।

ପରିଚୟ କୌଣସି ପ୍ରାକୃତିକ ସତ୍ତା ଉପରେ ପର୍ଯ୍ୟବେସିତ ନହୋଇ ବ୍ୟକ୍ତିଗତ ବା ଗୋଷ୍ଠିଗତ ଭାବରେ ପ୍ରତିଷ୍ଠିତ ହୋଇଥାଏ। ଶିକ୍ଷା, ଜ୍ଞାନ,ଧନ, ଯଶଃ, ମାନ, ପ୍ରତିଷ୍ଠା , ସୌନ୍ଦର୍ଯ୍ୟ, କଳା ବା ପ୍ରତିଭାକୁ ନେଇ ପରିଚୟ ସୃଷ୍ଟି ହୁଏ ଏବଂ ଅନ୍ୟ ପକ୍ଷରେ ବିପରୀତ ଧର୍ମୀ ପରିଚୟ ବ୍ୟକ୍ତି ବା ଗୋଷ୍ଠିଗତ ଭାବରେ ନିନ୍ଦା, ଅପବାଦକୁ ପରିଚୟ ସହିତ ଯୋଡି ଦେଇଥିବା ଦେଖାଯାଏ।ଅତଏବ ପରିଚୟ ଦୁଇଟି ଭିନ୍ନ ମୁଖି ସଂଜ୍ଞାକୁ ଆଧାର କରି ଆତ୍ମପ୍ରକାଶ କରିଥାଏ, ଯାହା ନିନ୍ଦା ଓ ପ୍ରଶଂସା ଉପରେ ପର୍ଯ୍ୟବେସିତ ହୋଇଥାଏ।
ପରିଚୟ ଜନ୍ମରୁ କେବଳ ଜନ୍ମସ୍ଥାନ ଓ ଜନ୍ମଦାତାଙ୍କ ଉପରେ ନିର୍ଭର କରିଥାଏ।ସମାଜର ବିଧି ବ୍ୟବସ୍ଥା ଭିତରେ ବାଲ୍ୟକାଳରୁ ତାର ଭିତ୍ତିଭୂମି ପଡିଥାଏ। ଶିଶୁ ତାର ଜନ୍ମଦାତା ବା ଜନ୍ମଦାତ୍ରୀଙ୍କ ପରିଚୟକୁ ଆଧାରକରି ଆଗକୁ ବଢେ।‍ବାପା ମାଆ ସେହି ଶିଶୁର ବ୍ୟକ୍ତିଗତ ପରିଚୟ ସୃଷ୍ଟି କରିବାପାଇଁ ଶିକ୍ଷା ଓ ସ୍ଵାସ୍ଥ୍ୟର ଯତ୍ନ ନେଇଥାନ୍ତି।ଶିକ୍ଷା ଶେଷ ହେବାପରେ ଶିକ୍ଷାକୁ ଆଧାରକରି ଯେଉଁ ପରିଚୟ ସୃଷ୍ଟି ହୁଏ ତାହା ପରବର୍ତ୍ତୀ ଜୀବନ ପାଇଁ ଆଗକୁ ବଢ଼ିବାରେ ସାହାଯ୍ୟ କରେ।
କିଛି ଲୋକ ନିଜ ପ୍ରତିଷ୍ଠାକୁ ନେଇ ପରିଚିତ ହୋଇଥିବା ବେଳେ ଆଉ କିଛି ଲୋକ ନିଜର ବାପା, ମାଆ, ଭାଇ, ଭଉଣୀ ବା ପତି, ପତ୍ନୀଙ୍କୁ ନେଇ ପରିଚିତ ହୋଇଥାନ୍ତି।ତେବେ ନିଜର ଗୃହ, ଜନ୍ମସ୍ଥାନକୁ ନେଇ ଯେଉଁ ମୌଳିକ ପରିଚୟ ସୃଷ୍ଟି ହୋଇଥାଏ ତାହା ଅନ୍ୟ ପରିଚୟ ଠାରୁ ଭିନ୍ନ ହୋଇଥାଏ।ନିଜର ଶିକ୍ଷା, ସୃଷ୍ଟି , ତ୍ୟାଗ ଓ ସୃଜନଶୀଳତାକୁ ନେଇ ସୃଷ୍ଟି ହୋଇଥିବା ପରିଚୟ ସର୍ବୋତ୍କୃଷ୍ଟ ପରିଚୟର ମାନ୍ୟତା ପାଇଥାଏ।
ସଞ୍ଜୟ ରଥ ଭୁବନେଶ୍ୱର✍️

Leave a Reply

Your email address will not be published. Required fields are marked *