ଜୀବନର ଚଲାପଥରେ ଆମେ ଜୀବନର ଏକ ଛାଞ୍ଚ ତିଆରି କରିବାକୁ ଚେଷ୍ଟା କରିଥାଉ। ସମାନ ପାଣିପାଗ ଅନୁଭବ କରୁଥିଲେ ମଧ୍ୟ ଏ ଛାଞ୍ଚ ହୋଇଥାଏ ବ୍ୟକ୍ତିଗତ। ପ୍ରତ୍ୟେକ ଲୋକ ଏଇ ଛାଞ୍ଚ ମାଧ୍ୟମରେ ଦୁନିଆକୁ ଦେଖିବାକୁ ଚେଷ୍ଟା କରିଥାଏ।
କେତେକ ଲୋକ ଏବେକାର ଦୁନିଆକୁ କ୍ରମିକ ସଂଖ୍ୟାର କ୍ରମ ଭଳି ଶୃଙ୍ଖଳିତ ପାଉଥିଲେ ଆହୁରି ମଧ୍ୟ ଅନେକ ଲୋକ ଓଭରସେକ୍ସଡ଼ ପାଇଥାନ୍ତି।
ଏହାର କାରଣ କଣ ତାହା ଅଜଣା। ମନସ୍ତତ୍ତ୍ୱବିତମାନେ ଯୁକ୍ତି କରନ୍ତି ପିଲାଦିନର ଜୀବନ ଅନେକାଂଶରେ ବ୍ୟକ୍ତିତ୍ୱ ଗଢ଼ିଥାଏ। ରିପ୍ରେସନ ଅନେକ ସମୟରେ ସମୁଦ୍ରର ଅଙ୍କାବଙ୍କା ତୀର ଭଳି ମସୃଣ ନୁହେଁ ବରଂ ଅଙ୍କାବଙ୍କା ବ୍ୟକ୍ତିତ୍ୱ ଗଢ଼ିଥାଏ।
ତେବେ ଆମେ ଦୁନିଆକୁ ଦେଖୁଥିବା ଛାଞ୍ଚରେ ପରିବର୍ତ୍ତନ ଆଣିପାରିଲେ ଦୁନିଆ ସୁନ୍ଦର ଅଡ଼ର୍ଡ଼ ଦେଖାଯିବ। ମୁଁ ଦୁନିଆକୁ ଦେଖିବାକୁ କିଛି ସୁନ୍ଦର ଶବ୍ଦ ଖୋଜୁଛି। ହୁଏ ତ ନିକଟ ଭବିଷ୍ୟତରେ ଜଣେ ଯୁବ ପ୍ରଧାନମନ୍ତ୍ରୀ ଆମ ଭିତରେ ଏ ଆଶାର ସଂଚାର କରିପାରିବ।
- ପ୍ରଦ୍ୟୋତ ମହାପାତ୍ର















