Spread the love

ସରକାର ଙ୍କ ମୁଣ୍ଡବ୍ୟଥା ହେଲାଣି ଆଦାନୀ ଜମିକିଣିବା ପ୍ରସଙ୍ଗ.. ଅଧିକାଂଶ ସରକାରୀ ଦଳର ନେତା ମନ୍ତ୍ରୀ କହିଲେଣି ଆମେ ତ ଜାଣିପାରିନୁ କଣ କୋଉଠି ହେଉଛି..

ପ୍ରସଙ୍ଗ ହେଉଛି ବଲାଙ୍ଗୀର ର ହରିଶଙ୍କର ଅଞ୍ଚଳରେ ଜମି କିଣିବା.. ଜମି ମାଲିକ କହିଲେଣି ଦଲାଲ ଆମକୁ ଆସି କହିଲେ ସରକାର ଜମି ନେଇ ଗଛ ଲଗେଇ ସବୁଜ କ୍ଷେତ୍ର କରିବେ ବର୍ତମାନ ଆମେ ଶୁଣୁଛୁ ସେ ଜମିକୁ ଆଦାନୀ କୁ ବିକ୍ରି କଲେ ସରକାର… ଯଦି ଏହା ହେଇଥାଏ ଆମେ ଏହାର ଘୋର ବିରୋଧ କରିବୁ.. ଏମିତି ତମ୍ବିତୋଫାନ ଜାରି ରହିଥିବାବେଳେ ରାଜସ୍ୱମନ୍ତ୍ରୀ ଓ ଖଣିମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଖଣିମନ୍ତ୍ରୀ କହିଛନ୍ତି, କେତେ ବେଳ ଅଛି, କେତେ କାମ ଅଛି ତେଣୁ ଧୈର୍ୟ୍ୟହରା ହୁଅନ୍ତୁ ନାହିଁ । ରାଜସ୍ୱମନ୍ତ୍ରୀ ବି କହିଛନ୍ତି, ଆଦାନୀ ଜମି କିଣିବା ପ୍ରସଙ୍ଗରେ ସେ ଜାଣନ୍ତି ନାହିଁ, ଏନେଇ ଆଦାନୀକୁ ପଚରାଯାଉ ।

ଗନ୍ଧମାର୍ଦମରେ ଆଦାନୀ ଜମି କଣିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିରୋଧ ବଢୁଛି । କିନ୍ତୁ ମୁଖ୍ୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ପ୍ରସଙ୍ଗରେ ଏ ଯାଏଁ ମୁହଁ ନ ଖୋଲିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Related Post

Leave a Reply

Your email address will not be published. Required fields are marked *

You Missed