ଭୁବନେଶ୍ୱର // ଡ. ମଜହର ବେଗ୍‌ଙ୍କୁ ସିଇଓ ଅଫ୍‌ ଦି ଇୟର ସମ୍ମାନ

Spread the love

ଡ. ମଜହର ବେଗ୍‌ଙ୍କୁ ସିଇଓ ଅଫ୍‌ ଦି ଇୟର ସମ୍ମାନ

ଭୁବନେଶ୍ୱର : (ଦର୍ଶନ ସମୀକ୍ଷା)

ଆଦିତ୍ୟ ଆଲୁମିନା ରିଫାଇନାରୀ, କଂସାରୀଗୁଡାର ୟୁନିଟ ହେଡ୍‌ ଏବଂ ପ୍ରେସିଡେଣ୍ଟ ଡ. ମଜହର ବେଗ୍‌ଙ୍କୁ ବିଶ୍ୱ ମାନବ ସମ୍ବଳ ବିକାଶ କଂଗ୍ରେସ ଦ୍ୱାରା ଭୁବନେଶ୍ୱରର ସାଣ୍ଡିସ୍ ଟାୱରରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ଦି ବିଜିନେସ୍‌ ଲିଡର ଅଫ୍‌ ଦି ଇୟର କାର୍ଯ୍ୟକ୍ରମ ଅଧୀନରେ ସମ୍ମାନଜନକ ସିଇଓ ଅଫ୍‌ ଦି ଇୟର- ଶିଳ୍ପ ୱାରୀ ଆୱାର୍ଡରେ ସମ୍ମାନିତ କରାଯାଇଛି ।ଏହି ପୁରସ୍କାର ୨୩ ବର୍ଷ ପୂର୍ବେ ଆରମ୍ଭ କରାଯାଇଥିଲା ଏବଂ ଏହାକୁ ବ୍ୟବସାୟିକ ଅଭବୃଦ୍ଧି, କର୍ପୋରେଟ ପରିଚାଳନା, ସାମାଜିକ ଦାୟିତ୍ୱବଦ୍ଧତା ଏବଂ ଭାରତୀୟ ଅର୍ଥନୀତି ଉପରେ ପ୍ରଭାବ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଜଣାଇ ନେତୃତ୍ୱ ନେବା କ୍ଷେତ୍ରରେ ଉକ୍ରର୍ଷର ଏକ ମାନକ ଭାବରେ ବିବେଚନା କରାଯାଉଛି ।

ବିଶିଷ୍ଟ ଜାତୀୟ ଓ ଆନ୍ତର୍ଜାତିକ ନେତୃବର୍ଗ, ଶିକ୍ଷାବିତ୍‌ ଏବଂ ସିଏସଆର୍‌ ବିଶାରଦମାନଙ୍କୁ ନେଇ ଗଠିତ ଏକ ନିରପେକ୍ଷ ବିଚାରକମଣ୍ଡଳୀଙ୍କ ଦ୍ୱାରା ଏଥିପାଇଁ ମନୋନୟନ କରାଯାଇଥିଲା ।ଟ୍ରଫି ଏବଂ ପ୍ରଶସ୍ତିପତ୍ର ଗ୍ରହଣ କରିବା ପରେ ଡ. ମଜହର ବେଗ୍‌ ନିଜର ଗଭୀର କୃତଜ୍ଞତା ପ୍ରକାଶ କରି ଉକ୍ତ ସମ୍ମାନକୁ ନିଜର ଟିମ୍‌ ଏବଂ ବୃହତ୍ତର ସମୁଦାୟ ନିମନ୍ତେ ଉତ୍ସର୍ଗ କରିଥିଲେ ।“ଏହି ସମ୍ମାନ ଏକ ବ୍ୟକ୍ତିଗତ ସଫଳତା ନୁହେଁ । ଏହା ସମୁଦାୟ ଆଦିତ୍ୟ ଆଲୁମିନା ରିଫାଇନାରୀ ସମୁଦାୟଙ୍କର ଉତ୍ସାହ, ପ୍ରତିବଦ୍ଧତା ଏବଂ ସାମୂହିକ ସାମର୍ଥ୍ୟ ଯୋଗୁଁ ସମ୍ଭବ ହୋଇପାରିଛି । ଆମ କର୍ମଚାରୀବୃନ୍ଦ, ସହଭାଗୀ ଏବଂ ସ୍ଥାନୀୟ ଜନସାଧାରଣଙ୍କର ଅକୁଣ୍ଠ ସମର୍ଥନ ଏହି ଯାତ୍ରାକୁ ଅର୍ଥପୂର୍ଣ୍ଣ ଏବଂ ପ୍ରଭାବୀ କରିଛି ।

ସମ୍ମିଳିତ ଭାବରେ ଆମେ କେବଳ ଏକ ସଂଗଠନ ଗଢିନାହୁଁ, ତାହାସହିତ ଦାୟିତ୍ୱସମ୍ପନ୍ନତା, ଅଭିବୃଦ୍ଧି ଏବଂ କଲ୍ୟାଣରେ ମୂଳାଧାର ରଖୁଥିବା ଏକ ସହଭାଗୀ ଉଦେ୍ଦଶ୍ୟ ନିର୍ମାଣ କରିପାରିଛୁ,” ବୋଲି ସେ କହିଥିଲେ ।ଡ. ବେଗ୍‌ଙ୍କ ନେତୃତ୍ୱ ଅଧୀନରେ ଆଦିତ୍ୟ ଆଲୁମିନା ରିଫାଇନାରୀ ଦୃଢ ପରିଚାଳନାଗତ ଉକ୍ରର୍ଷ, ଏକ ଜନ-କୈନ୍ଦ୍ରିକ ସଂସ୍କୃତି ଏବଂ ସିଏସ୍‌ଆର, ଦୀର୍ଘସ୍ଥାୟୀ ବିକାଶ ତଥା ସମାବେଶୀ ଅଭିବୃଦ୍ଧି ନିମନ୍ତେ ମଜଭୁତ ପ୍ରତିବଦ୍ଧତା ପ୍ରଦର୍ଶନ କରିଛି, ଯାହା ବ୍ୟବସାୟିକ ସଫଳତାକୁ ଗୋଷ୍ଠୀ କଲ୍ୟାଣ ସହିତ ସମନ୍ୱିତ କରୁଛି ।ସିଇଓ ଅଫ୍‌ ଦି ଇୟର ସମ୍ମାନ ସଶକ୍ତ ଜନସମୁଦାୟ ବଳରେ ଦୀର୍ଘସ୍ଥାୟୀ ବ୍ୟବସାୟ ସଂସ୍ଥା ନିର୍ମାଣ ନିମନ୍ତେ ଡ. ମଜହର ବେଗ୍‌ଙ୍କର ଉତ୍ସର୍ଗୀକୃତ କାର୍ଯ୍ୟ ଓ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ପୁନଃସୁଦୃଢୀକରଣ କରୁଛି ।

Leave a Reply

Your email address will not be published. Required fields are marked *