Spread the love

ଗ୍ରାଉଣ୍ଡ ଜିରୋରେ ଆଣ୍ଠୁଏ ପାଣିରେ ପାଦଚଲାରେ ମନ୍ତ୍ରୀ ଶ୍ରୀ ସୂରଜ ଗଜପତିରେ ବାତ୍ୟା ବିପନ୍ନଙ୍କ ଠାରେ ପହଞ୍ଚିଲେ
ପାରଳାଖେମୁଣ୍ଡି, 30/10(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ଅର୍ଣ୍ଣବ ବାତ୍ୟା ଯୋଗୁଁ ସମଗ୍ର ଗଜପତି ଜିଲ୍ଲାର ସ୍ଥିତି ସମ୍ପୂର୍ଣ ରୂପେ ଦୋହଲି ଯାଇଛି. ଏଭଳି ସ୍ଥିତିରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗ୍ରାଉଣ୍ଡ ଜିରୋରେ ଆଣ୍ଠୁଏ ପାଣି ମଧ୍ୟରେ ପାଦଚଲାରେ ଚାଲି ଚାଲି ଗଜପତିରେ ବାତ୍ୟା ବିପନ୍ନଙ୍କ ଠାରେ ପହଞ୍ଚି ସହାୟତାର ହାତ ବଢ଼ାଇ ଥିବା ଲକ୍ଷ୍ୟ କରାଯାଇଛି. ମନ୍ତ୍ରୀ ଶ୍ରୀ ସୂରଜ ଗଜପତି ଜିଲ୍ଲାର ରାୟଗଡା ବ୍ଲକ ଅନ୍ତର୍ଗତ ଗଣ୍ଡାହାତୀ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ପାଦ ଚଲାରେ ଗସ୍ତ କରି ଲୋକଙ୍କ ଦୁଃଖ ଓ ବିଭିନ୍ନ ସମସ୍ୟା ଶୁଣିବା ସହ ଏହାର ପ୍ରତିକାର ପାଇଁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି. ଆଜିର ଏହି ଗସ୍ତ ବେଳେ ସାମାନ୍ୟ ବର୍ଷା ହେଉଥିଲେ ମଧ୍ୟ ମନ୍ତ୍ରୀ ଶ୍ରୀ ସୂରଜ ଏହାକୁ ଖାତିର ନ କରି ପାଦ ଚଲାରେ ଜଳମଗ୍ନ ହୋଇଥିବା ବିଭିନ୍ନ ଗ୍ରାମକୁ ଆଣ୍ଠୁଏ ପାଣିରେ ଯାଇ ଲୋକମାନଙ୍କୁ ଆଶ୍ୱାସନା ଦେଇଛନ୍ତି. ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଗଣ୍ଡାହାତୀ ଜଳପ୍ରପାତରେ ପ୍ରଳୟଙ୍କର ବନ୍ୟା ଦେଖା ଦେଇ ଏହି ଅଞ୍ଚଳର ସିଙ୍ଗିପୁର ଗ୍ରାମ ମଧ୍ୟରେ ବନ୍ୟା ଜଳ ପ୍ରବେଶ କରି ଧାନ ଫସଲ ସହ ପରିବା ଫସଲ ଆଦି ସବୁ କିଛି ଉଜାଡି ଦେବା ସହ ଗ୍ରାମ ମଧ୍ୟରେ ବନ୍ୟାଜଳ ପ୍ରବେଶ କରି ଗ୍ରାମବାସୀଙ୍କ ଅସୁବିଧାର କାରଣ ସାଜିଥିଲା. ଏହି ଗ୍ରାମରେ ମନ୍ତ୍ରୀ ଶ୍ରୀ ସୂରଜ ପହଞ୍ଚି ଲୋକଙ୍କ ସମସ୍ୟା ଦେଖିବା ସହ ଏହାର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି.

ଗଜପତିରେ ବାତ୍ୟାର ପ୍ରକୋପ ଓ ବର୍ଷା କମିଲା ହେଲେ ପ୍ରଳୟଙ୍କର ଦୁର୍ଦଶା ବଢିଲା…. ବହୁ ଗ୍ରାମ ଜଳମଗ୍ନ, ହଜାର ହଜାର ଚାଷ ଜମି ଜଳମଗ୍ନ

ପାରଳାଖେମୁଣ୍ଡି, 30/10(ତାରିଣୀ ପ୍ରସାଦ ପଣ୍ଡା):

ବାତ୍ୟା ଅର୍ଣ୍ଣବର ପ୍ରକୋପ ଓ ବର୍ଷା କମିଲା. ହେଲେ ଏହି ବାତ୍ୟା ଗଜପତି ଜିଲ୍ଲାର ପ୍ରଳୟଙ୍କର କ୍ଷତିର କାରଣ ସାଜିଲା. ବର୍ତ୍ତମାନ ସୁଦ୍ଧା ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ବହୁ ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିଛି. ହଜାର ହଜାର ଏକର ଚାଷ ଜମି ଜଳମଗ୍ନ ହୋଇ ଧାନ ଫସଲ ସହ ସମସ୍ତ ଫସଲ ଉଜୁଡି ଯାଇଛି. ଖବର ଲେଖିବା ସୁଦ୍ଧା ଗଜପତି ଜିଲ୍ଲାରେ ସାଧାରଣଙ୍କ ଜୀବନ ଯାତ୍ରା ଓ ପରିବହନ ବ୍ୟବସ୍ଥା ସମ୍ପୂର୍ଣ ଭାବେ ଠପ ହୋଇଯାଇଛି. ଏସବୁର ପ୍ରତିକାର ପାଇଁ ଗଜପତି ଜିଲ୍ଲାରେ ଆଜିକୁ 4 ଦିନ ଧରି ଡେରା ପକାଇ ଥିବା ମୁଖ୍ୟମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଜିଲ୍ଲାର ନୋଡାଲ ଅଧିକାରୀ ବିଜୟ କୁମାର ଦାସଙ୍କ ପ୍ରତେକ୍ଷ ନିର୍ଦେଶକ୍ରମେ ସାରା ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ଲାଗି ରହିଛି.

Oplus_131072

ତଥାପି ଅଧିକାଶ ଅଞ୍ଚଳରେ ବଡ଼ ଧରଣର କ୍ଷୟକ୍ଷତି ଘଟି ଥିବାରୁ ସେସବୁର ପୁନଃରୁଦ୍ଧାର କାର୍ଯ୍ୟ ଚାଲୁ ରହିଛି. ତେଣୁ ଅନେକ ଅଞ୍ଚଳରେ ପାହାଡ଼ ଧସି ରାସ୍ତା ଉପରେ ପଡୁଥିବା ପଥର ଓ ପାହାଡ଼ ଅତଡ଼ା ହଟା ଯାଇଛି. ହେଲେ ମରାମତି ଓ ନିର୍ମାଣ କାର୍ଯ୍ୟ ଚାଲୁ ଥିବାରୁ ଯୋଗାଯୋଗ ଓ ଯାତାୟାତ ସମ୍ଭବପର ହୋଇପାରିନାହିଁ. ଖବର ଲେଖୁବା ସୁଦ୍ଧା କଇଁପୁର ଠାରୁ ଗଙ୍ଗାବାଡ଼ ରାସ୍ତା ଏବଂ ଲେଢାବନ୍ଧ ସେତୁ ଓ ଏହାର ଧୋଇ ଯାଇଥିବା ରାସ୍ତା ନିର୍ମାଣ କାର୍ଯ୍ୟ ସରିନାହିଁ. ତେଣୁ ଏପରି ଭାବେ ଗଜପତି ଜିଲ୍ଲାର କେତେକ ସ୍ଥାନରେ ଯୋଗାଯୋଗ ଓ ପରିବହନର ସୁବିଧାରେ ସୁଧାର ଆସିପାରିନାହିଁ. ଅପରପକ୍ଷରେ ଗଜପତି ଜିଲ୍ଲାର ମୋଟ 281 ଗୋଟି ବାତ୍ୟା ଆଶ୍ରୟ ସ୍ଥଳୀରେ 20 ହଜାରରୁ ଉର୍ଦ୍ଧ ଲୋକଙ୍କୁ ରଖାଯାଇ ଆଶ୍ରୟ ଦିଆ ଯାଇଥିଲା. ଆଜି ମଧ୍ୟ ସେହି ଆଶ୍ରୟ ସ୍ଥଳୀ ଗୁଡିକରେ 18 ହଜାରରୁ ଉର୍ଦ୍ଧ ଲୋକ ସେଭଳି ଭାବେ ଆଶ୍ରୟ ନେଇ ରହିଛନ୍ତି. ଏମାନଙ୍କୁ ଖାଦ୍ୟପେୟ, ଔଷଧ ପତ୍ର ଓ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉଥିବା ସୂଚନା ମିଳିଛି.