କନ୍ଧମାଳ : ବାତ୍ୟା ମୁକାବିଲା ନିମନ୍ତେ ରବିବାର ମଧ୍ୟ ଖୋଲା ରହିବ ସରକାରୀ କାର୍ଯ୍ୟାଳୟ.. ଜିଲ୍ଲାପାଳ ଙ୍କ ନିର୍ଦେଶ କୁ ସ୍ୱାଗତ ଜଣେଇଲେ ଜିଲ୍ଲାବାସି..
କଞ୍ଚାମାଳ କୁନା ଦିଗାଲ ଦର୍ଶନ ସମୀକ୍ଷା
ଜିଲ୍ଲା ରେ ଆଗାମୀ ବାତ୍ୟର ସମ୍ଭାବନା ର ମୁକାବିଲା କରିବା ସହିତ ଚାଲିଥିବା ପୁନଃରୁଦ୍ଧାର ଏବଂ ଥଇଥାନ କାର୍ଯ୍ୟକୁ ଆଖି ଆଗରେ ରଖି ସମସ୍ତ ସରକାରୀ କାର୍ଯ୍ୟାଳୟ ତା :1 /11/2026 ରବିବାର ଦିନ ମଧ୍ୟ ଖୋଲା ରହିବାକୁ କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟେଟ୍ ବେଦ ଭୂଷଣ ମହୋଦୟ ସମସ୍ତ ସରକାରୀ କାର୍ଯ୍ୟାଳୟ ର ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି l ସମସ୍ତ ସରକାରୀ ଅନୁଷ୍ଠାନ ବା ସମସ୍ତ ସରକାରୀ କାର୍ଯ୍ୟାଳୟ ର ଅଧିକାରୀ ଏବଂ କର୍ମଚାରୀ ମାନେ ନିଜ ନିଜ କାର୍ଯ୍ୟାଳୟ ରେ ରହି ଦାୟୀତ୍ୱ ତୁଲେଇବେ l ବାତ୍ୟାଜନିତ ଜରୁରୀ କାଳିନ ପରିସ୍ଥିତି ରେ ମୁକାବିଲା, ଜରୁରୀ କାଳିନ ସେବା, ରିଲିପ୍ ଆଦି ଅନ୍ୟାନ୍ୟ କାର୍ଯ୍ୟ ସୂଚାରୁ ରୂପେ ତୁଲେଇବାକୁ ନିର୍ଦେଶ ଜାରି ରହିଛି l ଏହି ନିର୍ଦେଶ କୁ ଅବମାନନା କରି ବିଶୃଖଳା କରୁଥିବା ଏବଂ ଦାୟୀତ୍ୱ ତୁଲାଉ ନ ଥିବା ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ବିରୁଦ୍ଧରେ ଶୃଙ୍ଖଳା ଗତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବଲି ଉଲ୍ଲେଖ କରାଯାଇଛି l ଏହି ନିର୍ଦେଶ ର ନକଲ କନ୍ଧମାଳ ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ ର ମୁଖ୍ୟ ଉନୟ ଅଧିକାରୀ, ଉପ ଜିଲ୍ଲାପାଳ, ଆଇ ଟି ଡି ଏ, ପ୍ରକଳ୍ପ ପ୍ରଶାସକ, ସମସ୍ତ ବିଡିଓ, ସମସ୍ତ ତହସିଲଦାର, ସିଡିପିଓ, ଜିଲ୍ଲା ଉପଖଣ୍ଡ ଏବଂ ବ୍ଲକ୍ ସ୍ତରୀୟ ଅଧିକାରୀ ମାନଙ୍କୁ ପଦକ୍ଷେପ ନେବାପାଇଁ ପଠାଯାଇଛି l କନ୍ଧମାଳ ଜିଲ୍ଲା ରେ ଏଭଳି ସ୍ୱହୃଦୟ ବାନ୍ ଜିଲ୍ଲାପାଳ ବେଦ ଭୂଷଣ ମହୋଦୟ ଙ୍କ କାର୍ଯ୍ୟ ଦେଖି ଜିଲ୍ଲାବାସି ସାଧୁବାଦ ଜଣେଇଛନ୍ତି l











