ବିଜୁ ପଟ୍ଟନାୟକ — ଯାହାଙ୍କୁ ଇଂରେଜ କହୁଥିଲେ “Most Dangerous Man” ପାଇଲଟ୍ ବିଜୁ1936 ମସିହାରେ ବିଜୁ ବାବୁ Royal Indian Air Force ରେ ପାଇଲଟ୍ ଭାବେ ଯୋଗ ଦେଲେ- ବହୁତ ଦକ୍ଷ ପାଇଲଟ୍ ଥିଲେ। ଦ୍ଵିତୀୟ ବିଶ୍ଵଯୁଦ୍ଧରେ ବର୍ମା, ଚୀନ୍ ରେ ଇଂରେଜଙ୍କ ପାଇଁ ପ୍ଲେନ୍ ଉଡାଉଥିଲେ- କିନ୍ତୁ ମନ ଥିଲା ଭାରତ ମାତାଙ୍କ ପାଇଁ। ଦେହ ଇଂରେଜଙ୍କ ପାଖେ, ଆତ୍ମା ଦେଶ ପାଖେ.
ଅପରାଧ କ’ଣ ଥିଲା? କାହିଁକି ଫାଶୀ?1942 — ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ ହେଲା। ଗାନ୍ଧୀଜୀଙ୍କ ଡାକରାରେ ସାରା ଦେଶ ଉଠିଲା।
ବିଜୁ ବାବୁ କଲେ କ’ଣ?- ଇଂରେଜଙ୍କ ପ୍ଲେନ୍ ବ୍ୟବହାର କରି କ୍ରାନ୍ତିକାରୀଙ୍କୁ ଗୋଟେ ଜାଗାରୁ ଆଉ ଜାଗାକୁ ନେଲେ- ଅରୁଣା ଆସଫ ଅଲି, ରାମ ମନୋହର ଲୋହିଆ, ଜୟପ୍ରକାଶ ନାରାୟଣ ଭଳି ବଡ଼ ବଡ଼ ନେତାଙ୍କୁ ଇଂରେଜ ପୋଲିସ ଠାରୁ ଲୁଚାଇ ସୁରକ୍ଷିତ ସ୍ଥାନକୁ ନେଇଗଲେ- ଆକାଶରୁ ଆଜାଦୀ ପତ୍ର ପକାଉଥିଲେ, ଗୁପ୍ତ ଖବର ପହଞ୍ଚାଉଥିଲେଇଂରେଜ ଅଫିସର ଚିତ୍କାର କଲେ: “He is a traitor! He is using His Majesty’s aircraft against His Majesty! Hang him!” ଗିରଫ ଓ ଟର୍ଚର13 ଜାନୁଆରୀ 1943 ଇଂରେଜ ପୋଲିସ ବିଜୁ ବାବୁଙ୍କୁ ଦିଲ୍ଲୀରେ ଗିରଫ କଲା- ଦେଶଦ୍ରୋହ, ଶତ୍ରୁକୁ ସାହାଯ୍ୟ ସଙ୍ଗୀନ ମାମଲା ଚାଲିଲା- ଗ୍ଵାଲିୟର ଫୋର୍ଟ ଜେଲ୍ ଓ ଲାଲ କିଲ୍ଲାରେ 2 ବର୍ଷ ବନ୍ଦୀ ରଖିଲେ- ବହୁତ ମାଡ଼ ମାରିଲେ, ଟର୍ଚର କଲେ। କହିଲେ “ସାଥୀମାନଙ୍କ ନାଁ କହ, ନହେଲେ ଫାଶୀ”- ବିଜୁ ବାବୁ ହସି କହିଲେ: “ମୁଁ ମରିଯିବି, କିନ୍ତୁ ନାଁ କହିବିନି। ଫାଶୀ ଦେଇଦିଅ”. ଫାଶୀ କାହିଁକି ହେଲାନି? 3 ଟି କାରଣ ଯୁଦ୍ଧ ଚାଲିଥିଲା ଜାପାନ ସହ ଯୁଦ୍ଧ। ବିଜୁ ଭଳି ଦକ୍ଷ ପାଇଲଟ୍ ଇଂରେଜଙ୍କ ପାଖେ ନଥିଲେ। ମାରିଦେଲେ ନିଜର କ୍ଷତି2. ଜନ ଆନ୍ଦୋଳନ

ଓଡ଼ିଶାରେ ନିଆଁ ଲାଗିଗଲା। “ବିଜୁକୁ ଛାଡ଼” ନାରେ କଟକ, ପୁରୀ କମ୍ପିଲା
ନେହେରୁଙ୍କ ଚାପ ଜବାହରଲାଲ ନେହେରୁ, ସର୍ଦାର ପଟେଲ ଇଂରେଜ ସରକାରଙ୍କୁ ଚେତାବନୀ ଦେଲେ ,1945 ରେ ମୁକ୍ତ କଲେ, କିନ୍ତୁ ଚାକିରିରୁ ବରଖାସ୍ତ କରିଦେଲେ.
ଜେଲରୁ ବାହାରି କ’ଣ କଲେ? ଇଂରେଜ ଚମକିଗଲେ ଇଂରେଜ ଭାବିଲେ ଡରିଯିବେ। କିନ୍ତୁ ବିଜୁ ବାବୁ କହିଲେ “ଏବେ ତ ଅସଲ ଲଢ଼େଇ ଆରମ୍ଭ”ଇଣ୍ଡୋନେସିଆକୁ ସ୍ଵାଧୀନ କଲେ 1947 ନିଜ ଡକୋଟା ପ୍ଲେନ୍ ରେ ଉଡ଼ିଯାଇ ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀ ସୁତାନ ସଜରୀର ଓ ଉପ-ରାଷ୍ଟ୍ରପତି ହଟ୍ଟାଙ୍କୁ ଡଚ୍ ସେନା କବଳରୁ ଉଦ୍ଧାର କଲେ। ଇଣ୍ଡୋନେସିଆ “ଭୂମି ପୁତ୍ର”ଉପାଧି ଦେଲା। ଆଜି ବି ସେଠି ବିଜୁ ବାବୁଙ୍କ ପୂଜା ହୁଏ2. କାଶ୍ମୀର ବଞ୍ଚାଇଲେ 27 ଅକ୍ଟୋବର 1947ପାକିସ୍ତାନୀ ହମଲା ବେଳେ ଶ୍ରୀନଗର ଏୟାରପୋର୍ଟ ରେ ପ୍ରଥମ ପ୍ଲେନ୍ ବିଜୁ ବାବୁ ହିଁ ଲ୍ୟାଣ୍ଡ କରାଇଲେ — ଭାରତୀୟ ସେନା ନେଇ। 1 ଘଣ୍ଟା ଡେରି ହୋଇଥିଲେ କାଶ୍ମୀର ହାତରୁ ଯାଇଥାନ୍ତା3. ନେପାଳ ରାଜାଙ୍କୁ ବଞ୍ଚାଇଲେ 1960 ରେ ନେପାଳ ରାଜା ମହେନ୍ଦ୍ରଙ୍କ ବିରୁଦ୍ଧରେ ବିଦ୍ରୋହ ହେଲା। ବିଜୁ ବାବୁ ପ୍ଲେନ୍ ନେଇ ରାଜାଙ୍କୁ ଉଦ୍ଧାର କଲେ. ଇଂରେଜ ଅଫିସରଙ୍କ ଡାଏରୀରେ ଲେଖା”We wanted to hang Biju Patnaik. But if we had, we would have hanged India’s future. He was the most daring Indian pilot — could have served the Empire, but chose to destroy it. ବିଜୁ ବାବୁଙ୍କ କଥା ଇଂରେଜ ମୋତେ ଫାଶୀ ଦେଇଥାନ୍ତେ, ମୁଁ ହସି ହସି ଚଢ଼ିଥାନ୍ତି। କିନ୍ତୁ ମୋ ଓଡ଼ିଶାକୁ, ମୋ ଭାରତକୁ ଫାଶୀ ଦେଇପାରିନଥାନ୍ତେ। ସେଥିପାଇଁ ଭଗବାନ ମୋତେ ବଞ୍ଚାଇଲେ।












Leave a Reply