ରେନ୍ବୋ ଆସେଟ୍ସ୍ ପୃଥିବୀ ଦିବସରେ ଭୁବନେଶ୍ୱରରେ ବିଶାଳ ତୁଳସୀ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ ସହିତ ସବୁଜ ଓ ଆଧ୍ୟାତ୍ମକ ଜୀବନଶୈଳୀକୁ ପ୍ରେରଣା ଦେଲା
ଭୁବନେଶ୍ୱର: (ଦର୍ଶନ ସମୀକ୍ଷା)
ପୃଥିବୀ ଦିବସ ଅବସରରେ ରେନ୍ବୋ ଆସେଟ୍ସ୍ ପ୍ରାଇଭେଟ ଲିମିଟେଡ ପରିବେଶଗତ ସଚେତନତା, ଆଧ୍ୟାତ୍ମିକ କଲ୍ୟାଣ ଏବଂ ଏକ ଅଧିକ ସବୁଜ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଗୁରୁ କେଳୁଚରଣ ମହାପାତ୍ର ପାର୍କଠାରେ ମାଗଣାରେ ପବିତ୍ର ତୁଳସୀ ଗଛ ବଣ୍ଟନର ଏକ ଅର୍ଥପୂର୍ଣ୍ଣ ସିଏସ୍ଆର କାର୍ଯ୍ୟକ୍ରମ ଆୟୋଜନ କରିଥିଲା ।
ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦୦ରୁ ଅଧିକ ଜନସାଧାରଣ ସମବେତ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ଏବଂ ବିବିଧ ପୃଷ୍ଠଭୂମିରୁ ଲୋକମାନେ ଆଗ୍ରହର ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପବିତ୍ର ତୁଳସୀ ଗଛ ଗ୍ରହଣ କରିଥିଲେ । ଜନସାଧାରଣଙ୍କ ପକ୍ଷରୁ ଏହାକୁ ନେଇ ବ୍ୟାପକ ଉତ୍ସାହ ପ୍ରକାଶ ପାଇଥିଲା ଏବଂ ପରିଦର୍ଶକମାନେ ଏହି ପ୍ରୟାସ ପାଇଁ ସେମାନଙ୍କର ଆନନ୍ଦ ଓ ପ୍ରଶଂସା ପ୍ରକଟ କରିଥିଲେ । ତୁଳସୀ ଗଛ ଗ୍ରହଣ କରିବା ସମୟରେ ଅନେକ ସେମାନଙ୍କର ଚିନ୍ତାଧାରା ପ୍ରକାଶ କରିବା ସହିତ ଆଶୀର୍ବାଦ ପ୍ରଦାନ କରିଥିଲେ ଏବଂ ସବୁଜିମା ତଥା ଦୈନନ୍ଦିନ ଜୀବନରେ ସକାରାତ୍ମକ ଭାବନାକୁ ପ୍ରୋତ୍ସାହିତ କରିବା ନେଇ ପ୍ରଶଂସା କରିଥିଲେ ।
ଖ୍ୟାତିସମ୍ପନ୍ନ ସଂଗଠନଗୁଡିକରୁ ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆୟୋକମାନଙ୍କୁ ଉତ୍ସାହିତ କରିଥିଲେ । ସେମାନଙ୍କ ମଧ୍ୟରେ ୟଙ୍ଗ ଇଣ୍ଡିଆନ୍ସ୍ (ସିଆଇଆଇ)ରୁ ଶ୍ରୀ ଗୋ÷ରବ ଗୋଏଲ ଏବଂ ଶ୍ରୀମତୀ ପ୍ରୋଶିଷ ଗୋଲିଆନ୍ ଏବଂ ସେମାନଙ୍କ ସହିତ ବିଏନ୍ଆଇ ଭୁବନେଶ୍ୱରରୁ ଶ୍ରୀ ସୋ÷ମିକ ସାମଲ, ଶ୍ରୀ ଶିବାଶିଷ ଦାସମହାପାତ୍ର, ଶ୍ରୀ ମୟଙ୍କ ଜୈନ, ଶ୍ରୀମତୀ ପ୍ରୀତି ପ୍ରକାଶ, ଶ୍ରୀ ଅମିତ ପରିଚ୍ଛା, ଶ୍ରୀମତୀ ନିକି ଜେନା ଏବଂ ଅଭିନବ ଚୋ÷ଧୁରୀ ପ୍ରମୁଖ ରହିଥିଲେ ।
ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଗୀତାଞ୍ଜଳି ଆୱାର୍ଡସ୍ରୁ ଶ୍ରୀ କ୍ରିଷ୍ଣ ମୋହନ, ସ୍ଥପତି ଶ୍ରୀନିବାସ ସୁବୁଦ୍ଧି ଏବଂ ଜେସିଆଇ ଭୁବନେଶ୍ୱରରୁ ଶ୍ରୀ ନୀଶିଥ ଦାସ, ରିଅଲଟର୍ସ୍ ଆସୋସିଏସନ ଅଫ ଓଡ଼ିଶାରୁ ଶ୍ରୀ ଦିସପୋଜା ପଟ୍ଟନାୟକ ଏବଂ ସ୍ୱସ୍ତି ଗ୍ରୁପ୍ ଅଫ ହୋଟେଲ୍ସ୍ ଆଣ୍ଡ ରିସର୍ଟସ୍ରୁ ଶ୍ରୀ ସୁବୋଧ ବିଶ୍ୱାସ ପ୍ରମୁଖ ଉପସ୍ଥିତ ଥିଲେ ।
ଆୟୋକମାନେ ପ୍ରକାଶ କରିଥିଲେ ଯେ, ସେମାନେ ଅତୀତରେ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ଏବଂ ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ବିପୁଳ ଆଗ୍ରହ ପରିଲକ୍ଷିତ ହୋଇଛି । ଚଳିତ ବର୍ଷ ମଧ୍ୟ ସବୁଜିମା ଏବଂ ଦୀର୍ଘସ୍ଥାୟୀ ଜୀବନଧାରଣକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସେହି ସମାନ ଆଗ୍ରହ ଓ ସଚେତନତା ଲକ୍ଷ୍ୟ କରାଯାଇଥିଲା ।
ଏହି ଅବସରରେ ପ୍ରକାଶ କରି ଆୟୋକଗଣ କହିଥିଲେ ଯେ, ଏହି ପ୍ରୟାସ ବ୍ୟବସାୟରୁ ଊଦ୍ଧ୍ୱର୍କୁ ଯାଇ ସମାଜ ସହିତ ଯୋଡିହେବା ଏବଂ ପରିବେଶଗତ ଦାୟିତ୍ୱ ପ୍ରତି ସକାରାତ୍ମକ ଭାବରେ ଅବଦାନ ରଖିବାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ତୁଳସୀ ଗଛ ବଣ୍ଟନ ଆଧ୍ୟାତ୍ମିକତା, ସ୍ୱାସ୍ଥ୍ୟ ଏବଂ ଦୀର୍ଘସ୍ଥାୟିତାର ପ୍ରତୀକ ହୋଇଥିବାବେଳେ ଏହା ପ୍ରତି ପରିବାରକୁ ସେମାନଙ୍କ ଘରେ ପ୍ରକୃତିର ପରିପୋଷଣ କରିବା ନିମନ୍ତେ ଉତ୍ସାହିତ କରୁଛି ।
ଏହି ପ୍ରୟାସ ମଧ୍ୟ ରିଅଲ ଇଷ୍ଟେଟ୍ ପରିବ୍ୟବସ୍ଥା ମଧ୍ୟରେ ଅନ୍ୟତମ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ସହଭାଗୀ ହୋଇଥିବା ଗ୍ରାହକ ଓ ଜନସାଧାରଣଙ୍କ ସହିତ ସଂଯୁକ୍ତ ରହିବା ପାଇଁ ସଂଗଠନର ଦର୍ଶନକୁ ପ୍ରତିଫଳିତ କରୁଛି । ଏହିଭଳି ସିଏସ୍ଆର କାର୍ଯ୍ୟକ୍ରମଗୁଡିକ ଜରିଆରେ ଟିମ୍ ପ୍ରକୃତିର ଯନô ନେବା, ଦୈନନ୍ଦିନ ଜୀବନରେ ଆଧ୍ୟାତ୍ମିକ ସଦ୍ଭାବନାକୁ ଆପଣେଇବା ଏବଂ ସାମୂହିକ ଭାବରେ ଧରିତ୍ରୀ ମାତାକୁ ସୁରକ୍ଷା ପ୍ରଦାନ କରିବାର ବାର୍ତ୍ତା ପ୍ରଚାର ପ୍ରସାର କରିବା ଲକ୍ଷ୍ୟ ରଖିଛି ।
ପ୍ରତିଷ୍ଠାତା ରିଅଲଟର୍ ସନ୍ତୋଷ ସେନାପତି ଏବଂ ତାଙ୍କ ଟିମ୍ ସଦସ୍ୟଗଣ ଅର୍ଥପୂର୍ଣ୍ଣ ସିଏସ୍ଆର ପ୍ରୟାସଗୁଡିକ ଜରିଆରେ ସମାଜ ପାଇଁ ପ୍ରତିଦାନ ରଖିବା ଏବଂ ପ୍ରକୃତି ମାତାର ଯନô ନେବା ଦିଗରେ ଦାୟିତ୍ୱସମ୍ପନ୍ନ ପଦକ୍ଷେପ ଗ୍ରହଣ କରିବାକୁ ସେମାନଙ୍କର ପ୍ରତିବଦ୍ଧତା ପୁନଃସୁଦୃଢୀକରଣ କରିଥିଲେ ।












Leave a Reply