ନିମାପଡ଼ାର ପୂର୍ବତନ ବିଧାୟକ, ମନ୍ତ୍ରୀ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସମୀର ରଞ୍ଜନ ଦାଶ ନିଜର ୬୪ତମ ଜନ୍ମଦିନ ଉତ୍ସବକୁ ନିରାଡ଼ମ୍ବର ଭାବେ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କ ଗହଣରେ ପାଳନ କରିଛନ୍ତି।
ନିମାପଡ଼ା : ଦର୍ଶନ ସମୀକ୍ଷା
ଆଜି ବୁଧବାର ସକାଳ ୮ଟା ସମୟରେ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ପହଞ୍ଚି ଶ୍ରୀଯୁକ୍ତ ଦାଶ ୫୦ରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ଭେଟି ସେମାନଙ୍କର ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ସେମାନଙ୍କୁ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରିଥିଲେ। ଚିକିତ୍ସାଧୀନ ବୃଦ୍ଧବୃଦ୍ଧାମାନେ ଶ୍ରୀଯୁକ୍ତ ଦାଶଙ୍କୁ ଆଶୀର୍ବାଦ ପ୍ରଦାନ କରିଥିବା ବେଳେ ଅନ୍ୟମାନେ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ଜନ୍ମଦିନ ଅବସରରେ ସ୍ଥାନୀୟ ଟାଉନ ହଲ୍ ଠାରେ ରତ୍ନାକର ଦାଶ ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏହି ଶିବିରରେ ୭୫ରୁ ଉର୍ଦ୍ଧ୍ୱ ସମୀରଙ୍କର ଶୁଭେଛୁ, କର୍ମୀମାନେ ସ୍ୱଇଚ୍ଛାରେ ରକ୍ତଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ନିମାପଡ଼ା ଆଥଲେଟିକ ଆସୋସିଏସନ ସଂପାଦକ ଜୀବନାନନ୍ଦ ମହାପାତ୍ର ପ୍ରମୁଖ ରକ୍ତଦାନ ଶିବିରରେ ଉପସ୍ଥିତ ଥିଲେ।












Leave a Reply