ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀଙ୍କ ଦ୍ଵାରା ସମୀକ୍ଷା ବୈଠକ ଅନୁଷ୍ଠିତ
ସୁନ୍ଦରଗଡ଼, (ଦର୍ଶନ ସମୀକ୍ଷା) ୨୭/୦୫/୨୫: ଓଡ଼ିଶା ର ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ତଥା ସୁନ୍ଦରଗଡ଼ ଜିଲ୍ଲାର ପ୍ରଭାରୀ ଶ୍ରୀ ସୁରେଶ ପୂଜାରୀଙ୍କ ଦ୍ଵାରା ଆଜି ସ୍ଥାନୀୟ ବିକାଶ ଭବନ ଠାରେ ଜିଲ୍ଲା ରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ, ଅତିରିକ୍ତ ଜିଲ୍ଲାପାଳ ରାଉରକେଲା ଶ୍ରୀ ଆଶୁତୋଷ କୁଲକର୍ଣି, ସୁନ୍ଦରଗଡ଼ର ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରଦୀପ ମିରାସେ, ବଣାଇ ବନଖଣ୍ଡ ଅଧିକାରୀ ଶ୍ରୀ ଲଳିତ ପାତ୍ର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ, ବଣାଇ ଉପଜିଲ୍ଲାପାଳ ଶ୍ରୀ ଅକ୍ଷୟ ପିଲ୍ଲାଇ, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ପାନପୋଷ ଉପଜିଲ୍ଲାପାଳ ଶ୍ରୀ ବିଜୟ ନାୟକ, ଆଇ ଏ ଏସ ଶିକ୍ଷାନଵୀଶ ଫାଵୀ ରସିଦ, ଜିଲ୍ଲା ଯୋଜନା ବିଭାଗ ର ସହାୟକ ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ ତିର୍କି ପ୍ରମୁଖ ଉପସ୍ଥିତ ରହିଥିଲେ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ମହାଜନ ନିକଟରେ ହୋଇଥିବା ଜିଲ୍ଲାର ବିଭିନ୍ନ ସଫଳତା ତଥା ଉପଲବ୍ଧି ଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ସୁନ୍ଦରଗଡ଼ ଜିଲ୍ଲାରେ ନାରୀ ସଶକ୍ତିକରଣ ରେ ଆଗୁଆ ରହିଛି।

ବିଶେଷ କରି ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କର ବିଶେଷ ଉନ୍ନତି ସାଧିତ ହୋଇଛି। । ଜିଲ୍ଲାରେ ବିକାଶ ଧାରାକୁ ଆହୁରି ଆଗେଇ ନେବାର ଆବଶ୍ୟକତା ରହିଛି । ଆଧୁନିକ ସୁନ୍ଦରଗଡ଼ ଗଢ଼ିବା ଉପରେ ଆଲୋକପାତ କରିଥିଲେ।ଜନସାଧାରଣମାନେ ପ୍ରଶାସନ ପାଖକୁ ଆସିବା ପରିବର୍ତ୍ତେ ପ୍ରଶାସନ ପ୍ରତିଟି ଜନସାଧାରଣଙ୍କ ନିକଟରେ ପହଞ୍ଚି ସମସ୍ତ ସରକାରୀ ଯୋଜନା,କାର୍ଯ୍ୟକ୍ରମ ଆଦି କିଭଳି ପହଞ୍ଚି ପାରିବ ଏବଂ ସମସ୍ତେ କିଭଳି ଯୋଜନା ଗୁଡିକରେ ସାମିଲ କରିପାରିବା ତାହା ଉପରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ଗୁରୁତ୍ଵାରୋପ କରିଥିଲେ।
ବୈଠକରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାର ସ୍ବାସ୍ଥ୍ୟ ଭିତ୍ତିଭୂମି, ଡାକ୍ତର ଏବଂ ଅଣ ଡାକ୍ତର ମାନଙ୍କ ଅବସ୍ଥିତି, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ବୋୟ ବନ୍ଦନା ଯୋଜନା ଆଦି ଅନ୍ତର୍ଗତ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ଆଦି ଉପରେ ଉପସ୍ଥାପନ କରିଥିଲେ । ଜିଲ୍ଲାରେ ଚାଲୁଥିବା ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ମଧ୍ୟ ଆଲୋକପାତ କରିଥିଲେ । ସେହିଭଳି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଦ୍ଵାରା ସ୍ବାସ୍ଥ୍ୟ କ୍ଷେତ୍ର ରେ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭାଗ ଦ୍ଵାରା ଆନ୍ତୋଦୟ ଗୃହ ଯୋଜନା , ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) , ପି ଏମ ଜନମନ୍ ଅନ୍ତର୍ଗତ ଜିଲ୍ଲାରେ ଗୃହ ନିର୍ମାଣ ଉପରେ ଉପସ୍ଥାପନ କରାଯାଇଥିଲା।
ସେହିଭଳି ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗ ପକ୍ଷରୁ ଏବଂ ୱାଟକୋ ର ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ ମେଗା ପାଇପ ଯୋଗେ ପାନୀୟ ଜଳ ଯୋଗାଣ, ସୋଲାର ପ୍ରକଳ୍ପ ଆଦି ଉପରେ ଆଲୋଚନା କରାଯାଇଥିଲା ଏବଂ ସମୀକ୍ଷା କରାଯାଇଥିଲା ଏବଂ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପାଇପ ଜଳ ଯୋଗାଣ ନିମନ୍ତେ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ଗୁରୁତ୍ଵାରୋପ କରିଥିଲେ।
ସେହିପରି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଚଳିତ ମାଟ୍ରିକ ପରୀକ୍ଷା ରେଜଲ୍ଟ ଉପରେ ଆଲୋଚନା କରାଯାଇଥିଲା।ଜିଲ୍ଲାରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସଂଖ୍ୟା , ଗୋଦାବରିଷ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ପି ଏମ ଶ୍ରୀ ଯୋଜନା, ଭର୍ଚୁଆଲ ଷ୍ଟୁଡିଓ, ମେଧାବୀ ଛାତ୍ର ଙ୍କ ବୃତ୍ତି , କ୍ୟାରିଅର କାଉନସେଲିଂ, ପି ଏମ ପୋଷଣ , ନିପୁଣ ଓଡ଼ିଶା ଆଦି ଉପରେ ଆଲୋଚନା କରାଯାଇ ସମୀକ୍ଷା କରାଯାଇଥିଲା।ସୁନ୍ଦରଗଡ଼ , ରାଜଗାଙ୍ଗପୁର ଏବଂ ବୀରମିତ୍ରପୁର ପୌରପାଳିକା ଦ୍ଵାରା ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟ, ସ୍ୱଚ୍ଛ ଭାରତ ମିଶନରେ ଗୋଷ୍ଠି ଶୌଚାଳୟ ନିର୍ମାଣ, ମୋ ଖତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହର) ଅନ୍ତର୍ଗତ ଘର , ବହୁ ଉପଯୋଗୀ ହଲ ନିର୍ମାଣ, ଜାଗା ମିଶନ ର ସ୍ଥିତି ଆଦି ଉପରେ ସମୀକ୍ଷା କରାଯାଇଥିଲା । ସେହିଭଳି ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଗୃହ ନିର୍ମାଣ,ସେତୁ ନିର୍ମାଣ, ରାସ୍ତା ସଂଯୋଗିକରଣ ଆଦି ଉପରେ ସମୀକ୍ଷା କରାଯାଇଥିଲା। ଜଳସେଚନ ବିଭାଗ, ମେଗା ଉଠା ଜଳସେଚନ, କୃଷି , ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆଦି ଉପରେ ସମୀକ୍ଷା କରାଯାଇଥିଲା। ସେହିଭଳି ଜିଲ୍ଲାରେ ରାଜସ୍ବ ଗ୍ରାମ, ଜଙ୍ଗଲ ଜମି ଅଧିକାର, ଭୂମି ଅଧିଗ୍ରହଣ, ବେନିୟମ ଅନଧିକାରଣ ଉଚ୍ଛେଦ କରାଯିବା ଆଦି ଉପରେ ସମୀକ୍ଷା କରାଯାଇଥିଲା।
ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ଆସନ୍ତା ମୌସୁମୀ ନେଇ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।
ଜଳମଗ୍ନ ହେଉଥିବା ଅଞ୍ଚଳ, ଦୁର୍ବଳ ତଥା ତଳୁଆ ଅଞ୍ଚଳ ଚିହ୍ନଟ, ଅସ୍ଥାୟୀ ଆଶ୍ରୟ ସ୍ଥଳ ଚିହ୍ନଟ, ବିଭିନ୍ନ ଉପକରଣ ତଥା ପଲିଥିନ ଆଦିର ଆବଶ୍ୟକ ମାତ୍ରାରେ ମହଜୁଦ ରଖିବା ଆଦି ନେଇ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ, ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଏବଂ ସମସ୍ତ ତହସିଲଦାର ମାନେ ଉପସ୍ଥିତ ରହିଥିଲେ।
Leave a Reply