Spread the love

ସିଧ୍ୟ ଗିରୀ ଆଶ୍ରମ ପକ୍ଷରୁ ମହାପୁରୁଷ ଆଚାର୍ଯ୍ୟ ନାରାୟଣ ଦାସ ଙ୍କ ୧୧ ତମ ମହାପରାୟଣ ଦିବସ ଅନୁଷ୍ଟିତ।
ଛତିଆ ବେଦପ୍ରକାଶ ନାୟକ ଙ୍କ ରିପୋର୍ଟ ା,୧୭।୪,(ଦର୍ଶନ ସମୀକ୍ଷା) ଶ୍ରୀ ଶ୍ରୀ ସିଦ୍ଧ ଶୈଳ ନିବାସୀ ଅବଧୂତ ମହାପୁରୁଷ ହାଡ଼ି ବନ୍ଧୁ ଦାସ ଙ୍କ ପଟ୍ଟ ଶିଷ୍ୟ ଆଚାର୍ଯ୍ୟ ନାରାୟଣ ଦାସ ଙ୍କ ୧୧ ମହାପ୍ରୟାଣ ଦିବସ ଗୋବିନ୍ଦ ପୁର ସ୍ଥିତ ସିଧ୍ୟ ଗିରି ଆଶ୍ରମ ରେ ଅନୁଷ୍ଟିତ ହୋଇ ଯାଇଛି।
ପବିତ୍ର ସିଧ୍ୟ ଗିରି ଆଶ୍ରମ ର ମଠାଧୀଶ ବ୍ରହ୍ମ ଚାରି ବିଶ୍ଵନାଥ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରଭାତ ରୁ ଗୁରୁପୂଜା, ଗୋ – ପୂଜା ,ଗୀତା ପାଠ, ସନ୍ଥ ସମ୍ମିଳନୀ, ଦର୍ଶନ ଆଳତି, ଓ ପରେ ଭଜନ କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇ ଥିଲା, ଉକ୍ତ ସନ୍ଥ ସମ୍ମିଳନୀ ରେ ବାବା ବିଶ୍ଵନାଥ ଦାସ ଅଧ୍ୟକ୍ଷତା କରିଥିଲେ। ଏହି ଧର୍ମ ସଭାରେ ବ୍ରହ୍ମ ଚାରି କୌସ୍ତୁଭ ଦାସ ମହାରାଜ, ଯୋଗ ଶିକ୍ଷକ ରଞ୍ଜନ ମହାପାତ୍ର ପ୍ରମୁଖ ଯୋଗ ଦେଇ ସର୍ବ ପୁରାତନ ସନାତନ ଧର୍ମ ର ଜାଗରଣ ଓ ପ୍ରଚାର ପ୍ରସାର ଦିଗରେ ମହାପୁରୁଷଙ୍କ ଦିବ୍ୟ ଚେତନା ର ବ୍ୟାପକ ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିଥିଲେ, ପବିତ୍ର ଶିଧ୍ୟ ଗିରି ଓ ସନାତନ ଧର୍ମ ଓ ଗୁରୁ ପରମ୍ପରା ହିଁ ହେବା ଦିଗରେ ପ୍ରଚେଷ୍ଟା ହେବା ଜାରି ରହି ଥିବା କହିଥିଲେ।

Related Post

Leave a Reply

Your email address will not be published. Required fields are marked *

You Missed