Spread the love

🙏🌸🌺 ଆଜିର ଭାଗବତ ବାଣୀ 🌺🌸🙏
➖➖➖➖➖➖➖➖➖➖➖➖

🕉️ ପଦ୍ମ ପୁରାଣ ଅନୁସାରେ ଗୋଟିଏ ଥର ଗୋପୀ ମାନେ ସ୍ନାନ କରିବା ପାଇଁ ନଦୀ ମଧ୍ୟକୁ ଯାଇଥିଲେ । ସ୍ନାନ ପରେ ଗ୍ତୋପି ଯେତେବେଳେ ବାହାରକୁ ଆସିବା ପୂର୍ବରୁ ବସ୍ତ୍ରଟିକୁ ଦେଖନ୍ତି ତ ସେଠାରେ ତାଙ୍କର ବସ୍ତ୍ର ନଥାଏ । ସେହି ସମୟରେ ତାଙ୍କ ନଜର ଗୋଟେ ବୃକ୍ଷ ଉପରେ ପଡେ ଏବନ ସେଠାରେ ଭଗବାନ ଶ୍ରୀ କୃଷ୍ଣ ଗୋପୀ ମାନଙ୍କର ବସ୍ତ୍ର ଧରି ବସିଛନ୍ତି । ଗୋପୀ ପଚାରନ୍ତି କାନ୍ହା ତୁମକୁ ଲାଜ୍ୟା ଲାଗୁନାହିଁ ଆମ୍ଭ ମାନଙ୍କୁ ସ୍ନାନ କରୁଥିବାର ଦେଖି । ସେତେବେଳେ ଶ୍ରୀ କୃଷ୍ଣ କୁହନ୍ତି ଯେ ମତେ ଲାଜ କଣ ପାଇଁ ଆସିବ?ଲାଜ୍ୟାତ ତମକୁ ଆସିବା ଦରକାର କାରଣ ନିବସ୍ତ୍ର ହୋଇ ତୁମ୍ଭେମାନେ ସ୍ନାନ କରୁଛ । ଗୋପୀମାନେ କୁହନ୍ତି କାନ୍ହା ଆମର ଭୁଲ ହେଇଯାଇଛି ଏବେ କୁହ ଆମ ବସ୍ତ୍ର ଗୁଡିକ କେଉଁଠାରେ? ଶ୍ରୀ କୃଷ୍ଣ କୁହନ୍ତି ତୁମ ବସ୍ତ୍ର ଏହି ବୃକ୍ଷ ଉପରେ ଉପସ୍ଥିତ ଆସ ଏବଂ ଏହାକୁ ନେଇଯାଅ ।ଗୋପୀ ମାନେ କୁହନ୍ତି- କାହ୍ନା ଆମେ ସମସ୍ତେ ନିବସ୍ତ୍ର ଅଛୁ କିପରି ନଦୀରୁ ବାହାରି ଯିବୁ?

🕉️ ଶ୍ରୀ କୃଷ୍ଣ କୁହନ୍ତି ଯେତେବେଳେ ତୁମ୍ଭେମାନେ ନଦୀକୁ ସ୍ନାନ ନିମନ୍ତେ ପ୍ରବେଶ କଳା ସେହି ସମୟରେ ମଧ୍ୟ ନିବସ୍ତ୍ର ଥିଲ । ଯଦି ସେତେବେଳେ ଲାଜ୍ୟା ଲାଗିନଥିଲା ତେବେ ଏବେ କେଉଁ କାରଣରୁ ଲାଜ୍ୟା ଲାଗୁଅଛି? ଗୋପୀ ମାନେ କୁହନ୍ତି ଯେ ଯେତେବେଳେ ଆମେ ସ୍ନାନ ନିମନ୍ତେ ନିଦିରେ ପ୍ରବେଶ କରିଲୁ ସେତେବେଳେ ଏଠାରେ କେହି ଉପସ୍ଥିତ ନଥିଲେ । ସେହି ସମୟରେ ଶ୍ରୀ କୃଷ୍ଣ କୁହନ୍ତି ମୁଁ ତ ଦୁନିଆର କୋଣ କୋଣ ରେ ଉପସ୍ଥିତ । କେବଳ ଏହା ନୁହେଁ ଗଗନରେ ଉଡୁଥିବା ପକ୍ଷୀମାନେ ମଧ୍ୟ ତୁମକୁ ଦେଖିଛନ୍ତି । ଭୂମିରେ ଚାଲୁଥିବା ସମସ୍ତ ଜୀବମାନେ ମଧ୍ୟ ତୁମକୁ ଦେଖିଲେ । ଏହା ସହିତ ଜଳରେ ଉପସ୍ଥିତ ଥିବା ବରୁଣ ଦେବତା ମଧ୍ୟ ତୁମ୍ଭ ମାନଙ୍କୁ ଦେଖିଲେ । ତୁମ୍ଭେମାନେ ଏହିପରି ସ୍ନାନ କରି ସମସ୍ତଙ୍କ ଅପମାନ କରିଛ ତେବେ କିପରି କହୁଅଛ ଯେ ତୁମକୁ କେହି ମଧ୍ୟ ଦେଖି ନାହାନ୍ତି? ବିଷ୍ଣୁ ପୁରାଣରେ ଶଷ୍ପଷ୍ଠ ଭାବରେ କୁହା ଯାଇଛି ଯେ ସ୍ନାନ କରିବା ସମୟରେ ଆମ ସହିତ ଆମ ପୂର୍ବଜ ମାନେ ଆମ ଆଖ ପାଖରେ ରହିଥାନ୍ତି । ଏବଂ ବସ୍ତ୍ରରୁ ପଡୁଥିବା ଜଳକୁ ଗ୍ରହଣ କରିଥାନ୍ତି ଯାହା ଫଳରେ ତାଙ୍କୁ ତୃପ୍ତି ମିଳିଥାଏ । ଗରୁଡ ପୁରାଣ ଅନୁସାରେ ମଧ୍ୟ ଆପଣଙ୍କୁ କେବେ ମଧ୍ୟ ନିବସ୍ତ୍ର ହୋଇ ସ୍ନାନ କରିବା କଥା ନୁହେଁ।

. ଆପଣଙ୍କ ଜୀବନ ମଙ୍ଗଳ ମୟ ହେଉ
. 🙏🙏🙏ଜୟ ଜଗନ୍ନାଥ ସ୍ବାମୀ 🙏🙏🙏

Related Post

Leave a Reply

Your email address will not be published. Required fields are marked *