ଭୁବନେଶ୍ୱର// ଲୋକସେବା ଭବନ କନଭେନସନ୍ ସେଣ୍ଟର ସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଦୁଇଦିନିଆ ସମ୍ମିଳନୀ ବିକାଶ ମନ୍ଥନ ୧

Spread the love

ଲୋକସେବା ଭବନ କନଭେନସନ୍ ସେଣ୍ଟର ସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଦୁଇଦିନିଆ ସମ୍ମିଳନୀ ବିକାଶ ମନ୍ଥନ ୧.

ଭୁବନେଶ୍ୱର: (ଦର୍ଶନ ସମୀକ୍ଷା)

ତୃତୀୟ ଅଧିବେଶନରେ ଆଜିର ବିଷୟବସ୍ତୁ “ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଓଡ଼ିଶା” ରହିଥିଲା । ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର ଏହି ଅଧିବେଶନର ସଂଚଳନା କରିଥିବାବେଳେ ରାଉରକେଲା ମ୍ୟୁନିସିପାଲ କଲେଜର ଅଧ୍ୟକ୍ଷ ପ୍ରଫେସର ସନାତନ ପ୍ରଧାନ ସହ-ସଂଚାଳନ କରିଥିଲେ ।
ଏହି ଅଧିବେଶନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ, ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀମତୀ ରୀନା ମହାପାତ୍ର, ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ ଡିଜାଇନ) ଇଂ. ଲିଙ୍ଗରାଜ ଗୌଡ଼ ପ୍ରମୁଖ ଯୋଗଦେଇ ଓଡ଼ିଶାର କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଯଥା ମୃତ୍ତିକା ସଂରକ୍ଷଣ, ଭୂତଳ ଜଳ ଓ ବର୍ଷା ଜଳର ସୁପରିଚାଳନା, ପ୍ରାକୃତିକ ଉପାୟରେ ପରିବେଶର ସୁରକ୍ଷା, ଅକ୍ଷୟ ଶକ୍ତିର ଅଧିକରୁ ଅଧିକ ବ୍ୟବହାର, ମତ୍ସ୍ୟ ପାଳନ, ପ୍ରାଣୀ ପାଳନ ତଥା ସୁରକ୍ଷା ଆଦି ବିଷୟରେ ନିଜର ମତାମତ ଉପସ୍ଥାପନା କରିଥିଲେ ଏବଂ ଏ ଦିଗରେ ନିଆଯାଇଥିବା ସରକାରୀ ପଦକ୍ଷେପ ଓ ଆଗାମୀ ସମ୍ଭାବନା ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ । ସରକାରଙ୍କ ଆଗାମୀ ଯୋଜନା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ ।
କୃଷି ଓ ଆନୁଷଙ୍ଗିକ କୃଷିରେ ସମୃଦ୍ଧି ପାଇଁ ଜମି-ଜଳ-ଜଙ୍ଗଲ ଓ ପରିବେଶର ସୁରକ୍ଷା ପାଇଁ ସମ୍ମିଳିତ ଉଦ୍ୟମ ଜରୁରୀ ବୋଲି ଅଧିବେଶନରେ ମତ ପ୍ରକାଶ ପାଇଥିଲା । ଜଳବାୟୁ ସହନଶୀଳ ଚାଷ ସମୟର ଆବଶ୍ୟକତା ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଥିଲେ ।
ପଠାଣି ରାଉତ
ଲୋକ ସଂପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *