ଅଭିଜ୍ଞ ରାଜନିତିଜ୍ଞ ତଥା ଜାଭିୟର୍ସ ସ୍କୁଲ ପ୍ରତିଷ୍ଠାତା କଲିମୁଦ୍ଧିନଙ୍କ ପରଲୋକ
ଫୁଲନଖରା, ୨୭/୨ (ଦର୍ଶନ ସମୀକ୍ଷା) ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣଝରିଲୋ ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲର ପ୍ରତିଷ୍ଠାତା ତଥା ଅଭିଜ୍ଞ ରାଜନିତିଜ୍ଞ ଶେଖ କଲିମୁଦ୍ଦିନଙ୍କ ଶୁକ୍ରବାର ସକାଳେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ବର୍ଷ ବୟସ ହୋଇଥିଲା । ଶେଷ ଶଯ୍ୟା ନିକଟରେ ପୁଅ ଓ ଝିଅ ସମେତ ପରିବାର ଲୋକେ ଉପସ୍ଥିତ ଥିଲେ । ବ୍ରାହ୍ମଣଝରିଲୋ ମହାବିଦ୍ୟାଳୟରୁ ଅବସର ଗ୍ରହଣ କରିବା ପରେ ସେ ଜାଭିୟର୍ସ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିଲେ । ସେ ଅଞ୍ଚଳରେ ଜଣେ ଜଣାଶୁଣା ବିଚକ୍ଷଣ ବୁଦ୍ଧି ସମ୍ପର୍ଣ୍ଣ ରାଜନୀତିଜ୍ଞ ଭାବେ ନିଜକୁ ପ୍ରତିଷ୍ଠିତ କରି ପାରିଥିଲେ । ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ଇଷ୍ଟ କଲେଜଠାରୁ ବ୍ରାହ୍ମଣଝରିଲୋ ଜାଭିୟର୍ସ ହାଇସ୍କୁଲ ପରିସର ପର୍ଯ୍ୟନ୍ତ ନିଆଯାଇଥିଲା ।
ତାଙ୍କ ଶେଷ ଦର୍ଶନ ପାଇଁ ପ୍ରାକ୍ତନ ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ସମାଜସେବୀ ବିଶ୍ଵରଂଜନ ସାହୁ, ଆଇନଜୀବୀ ଇକବାଲ ଅଲ୍ଲୀ, ହୃଷୀକେଶ ଛୋଟରାୟ, ମନୋଜ ତରାଇ, କୈଳାସ ଚନ୍ଦ୍ର ବେହେରା, ସରପଞ୍ଚ ସୁରେଶ ଭୋଇ, ବିଜୟ ହାଣ୍ଡି, ମହମ୍ମଦ ନୁର, ଭରତ ସାମଲ, ମୁରାରୀ ଭୂୟାଁ, ଯଯାତି ବେଜ, ଶେଖ ନୁରଉଦ୍ଦିନ, ମହମ୍ମଦ ଗୁଲାମ ନବି, ବିଘ୍ନେଶ୍ଵର ତରାଇ, ପ୍ରଶାନ୍ତ ସାହୁ, ଘନଶ୍ୟାମ ପାତ୍ର ଓ ଗଗନ ବିହାରୀ ଜେନାଙ୍କ ସମେତ ସାମ୍ବାଦିକ ସୁରେନ୍ଦ୍ର ମହାପାତ୍ର, ରମେଶ ଚନ୍ଦ୍ର ପ୍ରଧାନ, ପ୍ରତାପ କେଶରୀ ପାତ୍ର, ଆଦିତ୍ୟ ଛୋଟରାୟଙ୍କ ସହିତ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବାସଭବନରେ ପହଞ୍ଚି ଅନ୍ତିମ ଯାତ୍ରାରେ ସାମିଲ ହେବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।












Leave a Reply