ଆକ୍ସନ ମୋଡ଼ରେ ବାଲିମେଳା ଏନଏସି ନିର୍ବାହୀ ଅଧିକାରୀ
ବାଲିମେଳା ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ୪୦ ରୁ ଉର୍ଦ୍ଧ ଦୋକାନରେ ଚଢ଼ାଉ
ଜବତ ହେଲା ବହୁ ପଲିଥିନ, ଥର୍ମୋକୁଲ ପ୍ଲେଟ, ଠୋଲା ଓ ପ୍ଲାଷ୍ଟିକ ଗ୍ଲାସ
ଜୋରିମାନା ବାବଦରେ ଆଦାୟ ହୋଇଛି ୫୦ ହଜାର ଟଙ୍କା
ସରକାରୀ ଡ୍ରେନ ଉପରୁ ଜବର ଦଖଲ ହଟାଇବାକୁ ନିର୍ଦ୍ଧେଶ
ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ହୋଲସେଲର,ଖୁଚୁରା ଦୋକାନ, ହୋଟେଲ, ପନିପରିବା ବ୍ୟବସାୟୀ,କିରାନା ଏବଂ ଉଠା ଦୋକାନୀମାନେ ଦୀର୍ଘ ବର୍ଷ ଧରି ଖୁଲମ ଖୁଲା ବହୁଳ ମାତ୍ରାରେ ବେଆଇନ ଭାବେ ପଲିଥିନ, ଥର୍ମୋକୁଲ ପ୍ଲେଟ, ଠୋଲା, ପ୍ଲାଷ୍ଟିକ ଗ୍ଲାସ ଗୁଡିକୁ ବିକ୍ରୀ କରିବା ସହିତ ବ୍ୟବହାର କରି ଆସୁଛନ୍ତି।ବାଲିମେଳା ସହରରେ ବେଆଇନ ଭାବେ ବୃଦ୍ଧି ପାଉଥିବା ପଲିଥିନ ବିକ୍ରୀ ଓ ବ୍ୟବହାରରେ ଅଙ୍କୁଶ ଲଗାଇବା ପାଇଁ ସହରବାସୀ ସ୍ଥାନୀୟ ପ୍ରଶାସନ ନିକଟରେ ବାରମ୍ବାର ଦାବୀ କରିଥିଲେ। ତେବେ ସହରବାସୀଙ୍କ ଦାବୀକୁ ଦୃଷ୍ଟିରେ ରଖି ବାଲିମେଳା ଏନଏସି କତୃପକ୍ଷଙ୍କ ପକ୍ଷରୁ ଏହାକୁ ରୋକିବା ପାଇଁ ବାରମ୍ବାର ଉଦ୍ୟମ କରାଯିବା ସହିତ ଲୋକଙ୍କୁ ବହୁବାର ସଚେତନ ମଧ୍ୟ କରାଯାଇଥଲା।କିନ୍ତୁ କିଛି ଆସଧୁ ବ୍ୟବସାୟୀ ସ୍ଥାନୀୟ ପ୍ରଶାସନର ନିର୍ଦ୍ଧେଶକୁ ବେଖାତିର କରି ବେଆଇନ ଭାବେ ପଲିଥିନ, ଥର୍ମୋକୁଲ ପ୍ଲେଟ, ଠୋଲା ପ୍ଲାଷ୍ଟିକ ଗ୍ଲାସ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରୀ ଓ ବ୍ୟବହାର ଜାରୀ ରଖିଛନ୍ତି। ମଙ୍ଗଳବାର ବାଲିମେଳା ଏନଏସି ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରାଙ୍କ ନେତୃତ୍ୱରେ ବିଭାଗର ଆର ଆଇ ସାଧୁ ଚରଣ ମହାନ୍ତି, ଟ୍ୟାକ୍ସ କଲେକ୍ଟର ପ୍ରଦିପ କୁମାର ମାହାଳି, ପ୍ରତାପ ପଣ୍ଡା,ରମଣୀ ରଞ୍ଜନ ନାୟକ, ସାନିଟେସନ ଏକ୍ସପୋର୍ଟ ସନ୍ତୋଷ ଖେମୁଡୁ ଙ୍କ ସମେତ ଓର୍କେଲ ଥାନାରେ ଏଏସଆଇ ସଂଜୀବ କୁମାର ଟାକ୍ରୀ ବିଦେଶୀ ଦାସ ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ମିଳିତ ଭାବେ ବାଲିମେଳା ସହରର ଦୈନିକ ବଜାର, କାଳୀଛକ, ଡ୍ରଗ ଲାଇନରେ ଥିବା ଦୋକାନ ଗୁଡିକ ମଧ୍ୟରୁ ପ୍ରାୟ ୪୦ ରୁ ଉର୍ଦ୍ଧ ଦୋକାନରେ ଚଢ଼ାଉ କରି ସେମାନଙ୍କ ଠାରୁ ବିପୁଳ ପରିମାଣର ପଲିଥିନ, ପ୍ଲାଷ୍ଟିକ ଗ୍ଲାସ, ଥର୍ମୋକୁଲ ପ୍ଲେଟ, ଠୋଲା ଏବଂ ପ୍ଲାଷ୍ଟିକରେ ପ୍ରସ୍ତୁତ ହୋଇଥିବା ବିଭିନ୍ନ ସାମଗ୍ରୀ ଗୁଡିକୁ ଜବତ କରିବା ସହିତ ସେମାନଙ୍କ ଠାରୁ ପ୍ରାୟ ୫୦ହଜାରରୁ ଉର୍ଦ୍ଧ ଟଙ୍କା ଜୋରିମାନା ବାବଦରେ ଆଦାୟ କରାଯାଇଛି।ଦୈନିକ ବଜାର ପୁରୁଣା ବସଷ୍ଟାଣ୍ଡ, ନୂତନ ବସଷ୍ଟାଣ୍ଡ ଏବଂ ସହରରେ ଅନ୍ୟାନ୍ୟ ଅଞ୍ଚଳରେ ଥିବା ଡ୍ରେନ ଗୁଡିକ ଉପରେ ବେଆଇନ ଭାବେ ଜବର ଦଖଲ କରିଥିବା ବ୍ୟବସାୟୀ, ଘର ମାଲିକ ମାନଙ୍କୁ ତୁରନ୍ତ ଜବର ଦଖଲ କରିଥିବା ସ୍ଥାନରୁ ଖୁବ ଶୀଘ୍ର ନିଜେ ନିଜେ ହଟିଯିବା ପାଇଁ ଏନଏସି କତୃପକ୍ଷଙ୍କ ପକ୍ଷରୁ ସମସ୍ତଙ୍କୁ ଅବଗତ କରାଯାଇଛି।ଏନଏସି କତୃପକ୍ଷଙ୍କ ପକ୍ଷରୁ ଜାରୀ କରା ଯାଇଥିବା ନିୟମକୁ ଏବଂ ନିର୍ଦ୍ଧେଶକୁ ଯଦି କୌଣସି ବ୍ୟକ୍ତି ଅମାନ୍ୟ କରିବ ତେବେ ତାଙ୍କ ବିରୁଦ୍ଧରେ ଏନଏସି କତୃପକ୍ଷଙ୍କ ପକ୍ଷରୁ ମାମଲା ରୁଜୁ କରାଯିବା ସହିତ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ଦୋରା କହିଛନ୍ତି।












Leave a Reply