ଡ଼. ଏପିଜେ ଅବଦୁଲ୍ କଲାମ୍ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ପାଳିତ
ଖଲ୍ଲିକୋଟ,୨୨/୨(ଦର୍ଶନ ସମୀକ୍ଷା):
ସ୍ଥାନୀୟ ଡ଼. ଏପିଜେ ଅବଦୁଲ୍ କଲାମ୍ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସବ ପ୍ରତିଷ୍ଠାତା ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ମହା ସମାରୋହରେ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଆସିକା ସାଂସଦ ଅନିତା ପ୍ରିୟଦର୍ଶିନୀ ପଟ୍ଟନାୟକ, ଡଃ ବୈଷ୍ଣବ ଚରଣ ସାମଲ, ସମାଜସେବୀ ତଥା ବିଜେପି ନେତା ଅନିଲ କୁମାର ପଟ୍ଟନାୟକ, ସାହିତ୍ୟିକ ତଥା କବି ଡ଼ ପୂର୍ଣ୍ଣଚନ୍ଦ୍ର ରଥ, ପ୍ରଫେସର ଡ଼ ସୁଧାକର ଦାଶ, କଣ୍ଠଶିଳ୍ପୀ ଡଃ ଜୟଶ୍ରୀ ଧଳ, ସମ୍ପାଦକ ପଞ୍ଚାନନ ସୁର, ସଞ୍ଜୋଜୀକା ଜ୍ୟୋତ୍ସ୍ନାରାଣୀ ଦେବୀ ମଞ୍ଚାସୀନ ଥିଲେ।
ସମ୍ପାଦକ ପଞ୍ଚାନନ ସୁର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଖ୍ୟାତି ଅର୍ଜନ କରିଥିବା ୧୬ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ କୁନି କୁନି ପିଲାଙ୍କ ନୃତ୍ୟ ସହିତ ମହିଳା ସଂକୀର୍ତ୍ତନ ମଣ୍ଡଳୀ ସଭାରେ ଉପସ୍ଥିତ ସମସ୍ତ ଦର୍ଶକଙ୍କ ମନକୁ ବିମୋହିତ କରିଥିଲା। କାର୍ଯ୍ୟକ୍ରମକୁ ଇଂ. ପ୍ରଭାତ କୁମାର ଷଡ଼ଙ୍ଗୀ, ଅଧ୍ୟାପିକା ଜ୍ୟୋସ୍ନା ପ୍ରଧାନ, ପ୍ରଭାତୀ କୁମାରୀ ଦାସ, ସରୋଜ ବାଳା ପଟ୍ଟନାୟକ, ଦୀପିକା ଦାସ, ସୁପ୍ରଭା ରାଉତ, ଲକ୍ଷ୍ମୀ ଦାସ, ଦିଲ୍ଲିପ କୁମାର ସାହୁ, ଉପଦେଷ୍ଟା ବଂଶୀଧର ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।












Leave a Reply