ଅନନ୍ତ ମହାପାତ୍ରଙ୍କୁ “ପରିକ୍ଷିତ ଜେନା ବାଣୀଚିତ୍ର ସ୍ମୃତି ସମ୍ମାନ”
ଭୁବନେଶ୍ବର, ୧୫/୫: (ଦର୍ଶନ ସମୀକ୍ଷା) ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ପରିସରରେ କଳା, ସାହିତ୍ଯ ଓ ସଂସ୍କୃତି ଭିତ୍ତିକ ମାସିକ ପତ୍ରିକା “ବାଣୀଚିତ୍ର”ର ୫୭ତମ ବର୍ଷ ପୂର୍ତ୍ତି ଅବସରରେ ‘ବାଣୀଚିତ୍ର ସମ୍ମାନ-୨୦୨୫’ ପାଳନ ଉପଲକ୍ଷେ ବର୍ଷିୟାନ ନାଟ୍ଯ ନିର୍ଦ୍ଦେଶକ ଅନନ୍ତ ମହାପାତ୍ରଙ୍କୁ “ପରିକ୍ଷିତ ଜେନା ବାଣୀଚିତ୍ର ସ୍ମୃତି ସମ୍ମାନ”ରେ ସମ୍ମାନିତ କରାଯାଇ ଥିଲା।

ଏହା ସହିତ କଳା, ସାହିତ୍ଯ, ନୃତ୍ଯ, ସଙ୍ଗୀତ ଓ ସମାଜସେବା କ୍ଷେତ୍ରରେ ୧୩ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ବତନ୍ତ୍ର ସମ୍ମାନ ଓ ୨୦୨୪ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବା ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା ଓ ଅନ୍ଯାନ୍ଯ ବିଭାଗରେ କାର୍ଯ୍ଯ କରିଥିବା କଳାକାରଙ୍କୁ ସମ୍ମାନିତ କରାଯାଇ ଥିଲା। ସେହିପରି ପ୍ରଯୋଜକ ଅନୁପମ ପଟ୍ଟନାୟକ ଓ ବର୍ଷା ପଟ୍ଟନାୟକଙ୍କ ଚଳଚ୍ଚିତ୍ର ‘କର୍ମ’, ଅଜୟ ମହାନ୍ତିଙ୍କ କଳାତ୍ମକ ଚଳଚ୍ଚିତ୍ର ‘ଅପରାହ୍ନର ସୂର୍ଯ୍ୟ’ ସମେତ ‘ଭିଲେନ୍’, ଆଇ ଲଭ୍ ୟୁ-୨, ଆଶ୍ରମ ଭଳି ସଫଳ ଚଳଚ୍ଚିତ୍ରକୁ ପୁରସ୍କୃତ କରାଯାଇ ଥିଲା।

କାର୍ଯ୍ୟକ୍ରମରେ ବର୍ଷିୟାନ ଅଭିନେତା ପ୍ରଶାନ୍ତ ନନ୍ଦ, ଗୀତିକାର ଡ. ରବି ନାରାୟଣ ସେନାପତି, କାଦମ୍ବିନୀ ସମ୍ପାଦିକା ଡ. ଇତି ସାମନ୍ତ, ପିପିଏଲ୍ କର୍ପୋରେଟ୍ ଆଫେୟାର୍ସ ଅଧିକାରୀ ସୁଧୀର ରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ଭାଷ୍କର ଜେନା ସ୍ବାଗତ ଭାଷଣ ଦେଇଥିବା ବେଳେ କମଲ କିରଣ, ଅନସୂୟା ସାହୁ ଓ ଗୁଡି ସଞ୍ଜୋଜନା ଏବଂ ଶୁଭମ ଇଭେଣ୍ଟସର ମୂଖ୍ଯ ବିକ୍ର ମାଦିତ୍ୟ ଜେନା ଓ ସୁବ୍ରତ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Leave a Reply