ଗୀତାଞ୍ଜଳି ନାୟକ ଙ୍କ ମଙ୍ଗୋଲିଆ ଅଭିମୁଖେ ଯାତ୍ରା
ଭୁବନେଶ୍ୱର: ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା
ଆସନ୍ତା ଡିସେମ୍ବର ମାସର ୨ ତାରିଖ ରୁ ୧୦ ତାରିଖ ଯାଏଁ ମଙ୍ଗୋଲିଆ ର ରାଜଧାନୀ ଉଲାନ ବାତ୍ତାରରେ ଅନୁଷ୍ଟିତ ହେବାକୁ ଯାଉଥିବା (୨୦୨୬)ଏସିଆନ୍ ଓପନ୍ ଓ ମାଷ୍ଟର୍ କ୍ଲାସିକ ଏବଂ ଇକ୍ୱିପେଡ ପାୱାର ଲିଫ୍ଟିଙ୍ଗ ଚାମ୍ପିଅନସିପ ରେ ଭାଗ ନେବା ପାଇଁ ଓଡ଼ିଶାର ଗୀତାଞ୍ଜଳି ନାୟକ(ମାଷ୍ଟର୍ କ୍ୟାଟଗୋରି) ମନୋନୀତ ହୋଇଛନ୍ତି।
ଆସନ୍ତା ୨୯ ତାରିଖରେ ପାୱର୍ଲିଫ୍ଟିଂ ଇଣ୍ଡିଆ ଟିମ୍ ରେ ମନୋନୀତ ଖେଳାଳି ମାନଙ୍କ ସହିତ ଗୀତାଞ୍ଜଳି ନାୟକ ମଙ୍ଗୋଲିଆ ଅଭିମୁଖେ ଯାତ୍ରା କରିବେ।
ଏଥିପାଇଁ ଓଡ଼ିଶା ପାୱାର ଲିଫ୍ଟିଙ୍ଗ ଆସୋସିଏସନ୍ ର ସେକ୍ରେଟାରୀ ଡକ୍ଟର ହରିପ୍ରସାଦ ପଟ୍ଟନାୟକ ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରିଛନ୍ତି।











