Spread the love

କନ୍ଧମାଳ : କୋଟଗଡ଼ ରେ ମହିଳା ହିଂସା ବିରୋଧରେ ୧୬ ଦିନିଆ ସଚେତନତା ଅଭିଯାନ..

କନ୍ଧମାଳ କୁନା ଦିଗାଲ ଦର୍ଶନ ସମୀକ୍ଷା

ଜିଲ୍ଲା କୋଟଗଡ଼ ବ୍ଲକ୍ ରେ ମହିଳା ଏବଂ ବାଳିକାଙ୍କ ପ୍ରତି ହିଂସା ରୋକିବା ସହ ସେମାନଙ୍କ ସୁରକ୍ଷା ଓ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ୧୬ ଦିନିଆ ସଚେତନତା ଅଭିଯାନ ପାଳନ ହେଇଯାଇଛି l ଏହି କାର୍ଯ୍ୟକ୍ରମ ଟିକୁ ପ୍ରଥମ ଦିନରେ ନୂତନ ଭାବେ କନ୍ଧମାଳ ଜିଲ୍ଲା ରେ ଯୋଗଦେଇଥିବା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବିନୋଦ କୁମାର ସେନାପତି ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମ ରେ କନ୍ଧମାଳ ଜେଣ୍ଡର୍ ସ୍ପେସାଲିଷ୍ଟ Sambal , DHEW ସୁନିତା ପ୍ରଧାନ, ସେଣ୍ଟର ଆଡିମିନିଷ୍ଟେଟର୍, One ଷ୍ଟୋପ୍ ସେଣ୍ଟର ( O S C ) ଅପର୍ଣ୍ଣା ବେହେରା,ରିସର୍ସ ପର୍ସନ ମହିଳା ସହଯୋଗ କେନ୍ଦ୍ର କଳ୍ପନା ମହାନ୍ତି ସହଯୋଗ କରିଥିଲେ l ପ୍ଲାକାର୍ଡ ଓ ସ୍ଲୋଗାନ ମାଧ୍ୟମରେ ସେମାନେ ମହିଳା ହିଂସା ବିରୋଧରେ ସଚେତନତାର ବାର୍ତ୍ତା ଦେଇଥିଲେ l ‘ପ୍ରତ୍ୟେକ ମହିଳାଙ୍କ ପାଇଁ ନ୍ୟାୟ ପ୍ରାପ୍ତିର ଅଧିକାର’ ବିଷୟବସ୍ତୁକୁ ନେଇ ନଭେମ୍ବର ୨୫ ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ l ଏହି ସମୟରେ ଘରୋଇ ହିଂସା, ଯୌନ ଉତ୍ପୀଡ଼ନ, ସାଇବର ଅପରାଧ, ବାଲ୍ୟବିବାହ ଓ ଯୌତୁକ ପ୍ରଥା ବିରୋଧରେ ବିଭିନ୍ନ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ହେବା ସହ ମହିଳାଙ୍କ ଆଇନଗତ ଅଧିକାର ଓ ହେଲ୍ପଲାଇନ୍‌ ୧୮୧ ସମ୍ପର୍କରେ ଲୋକ ଙ୍କୁ ଅବଗତ କରାଯିବ ବଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି l ଏହି କାର୍ଯ୍ୟକ୍ରମ ଟି କୁ ସୂଚାରୁରୂପେ ତୁଲେଇବା ପାଇଁ ଡି ଏସ୍ ଡବ୍ଲ୍ୟୁ କାର୍ଯ୍ୟାଳୟ ର କର୍ମଚାରୀ ସହଯୋଗ କରିଥିଲେ l ସେହିପରି କୋଟଗଡ଼ ବ୍ଲକ୍ ର ଏଲ୍ ଏସ୍ ଏବଂ SHG ଗ୍ରୁପ୍ ମା ମାନେ ଓ ସି ଆର୍ ପି, ଇ ସି ମେମ୍ବର ମାନେ ଯୋଗ ଦେଇ ଏହି ମହିଳା ହିଂସା ବିରୋଧରେ ସଚେତନତା କରିଥିଲେ l