Spread the love

ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ବଡବିଲ
ଦର୍ଶନ ସମୀକ୍ଷା , ବଡ଼ବିଲ
ତା ୩୧-୦୭-୨୬ ରିଖ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,
ବଡ଼ବିଲର ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଓ.ବି.ସିର ରାଜ୍ୟ ସଭାପତି
ଶ୍ରୀଯୁକ୍ତ ଚନ୍ଦ୍ରଗୁପ୍ତ ପ୍ରସାଦ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବାସହ ଶିଶୁ ଭାଇ ଭଉଣୀ ମାନଙ୍କୁ ଉତ୍ସାହ ମୂଳକ ଅଭିଭାଷଣ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଆର.ଏସ.ଏସ ର ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ଶ୍ରୀଯୁକ୍ତ ଗୌତମ ସିଂ ଯୋଗ ଦେଇଥିଲେ ।ପରିଚାଳନା ସମିତିର ସଦସ୍ୟା ଶ୍ରୀମତୀ ସସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିପିନ ବିହାରୀ ଖଣ୍ଡାୟୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟା ଶ୍ରୀମତୀ ନନ୍ଦିନୀ ମହାନ୍ତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ୩ଟି ବର୍ଗ ଯଥା ଶିଶୁବର୍ଗ, ବାଲବର୍ଗ ଓ କିଶୋର ବର୍ଗରେ ଶିଶୁମାନେ ଭାଗ ହୋଇ ବିଜ୍ଞାନ ପ୍ରକଳ୍ପ, ବିଜ୍ଞାନ ପତ୍ରବାଚନ, ବିଜ୍ଞାନ ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରୟୋଗ, ଗଣିତ ପ୍ରଶ୍ନମଞ୍ଚ, ଗଣିତ ପ୍ରୟୋଗ,ଗଣିତ ପତ୍ର ବାଚନ କଥା କଥନ, ଆଶୁ ଭାଷଣ, ମୂର୍ତ୍ତୀ କଳା,ନିବନ୍ଧ ଆଦି ପ୍ରତିଯୋଗିତାରେ ମୋଟ ୪୫୨ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ବିଜ୍ଞାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଗଣେଶ ମହାନ୍ତ ବିବରଣୀ ପାଠ କରିଥିଲେ । ସମାରୋପ ଉତ୍ସବରେ ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

Leave a Reply

Your email address will not be published. Required fields are marked *