ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆପ୍ ର ଜିଲ୍ଲା ସଭାପତି ତଥା ଜାତୀୟ ପରିଷଦ ସଦସ୍ୟ ନିର୍ବାଚନ
ଢେଙ୍କାନାଳ : ଦର୍ଶନ ସମୀକ୍ଷା
ଗଣତାନ୍ତ୍ରିକ ପ୍ରକ୍ରିୟାରେ ପଙ୍କଜ କୁମାର ନାୟକଙ୍କୁ ଆମ୍ ଆଦମୀ ପାର୍ଟିର ଜିଲ୍ଲା ସଭାପତି ଏବଂ ଜାତୀୟ ପରିଷଦ ସଦସ୍ୟ ନିର୍ବାଚିତ କରାଯାଇଛି। ପର୍ଯ୍ୟବେକ୍ଷକ ଭାବରେ କେନ୍ଦ୍ର ନେତୃତ୍ୱ ପକ୍ଷରୁ ଶ୍ରୀ ସୁନୀଲ ଷଡ଼ଙ୍ଗୀ, ଆଇନଜୀବୀ ଶ୍ରୀ ଗୁପ୍ତେଶ୍ୱର ମିଶ୍ର, ଏବଂ ଅବସର ପ୍ରାପ୍ତ ସେନା ଅଧିକାରୀ ଶ୍ରୀ ଅଖିଳ ମହାପାତ୍ର ଏହି ଚୟନ ପ୍ରକ୍ରିୟାକୁ ଅତି ନିଖୁଣ ଭାବରେ ପରିଚାଳନା କରିଥିଲେ। ଜିଲ୍ଲାର ୫୪ ଜଣ ସକ୍ରିୟ ସଦସ୍ୟ ଏହି ଚୟନରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା ଏବଂ ଶ୍ରୀ ପଙ୍କଜ କୁମାର ନାୟକ ନିର୍ବାଚନ ଲଢ଼ିବାପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଶ୍ରୀ ପଣ୍ଡା ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବାରୁ ଶ୍ରୀ ନାୟକଙ୍କୁ ନିର୍ଦ୍ୱନ୍ଦ୍ୱରେ ଜିଲ୍ଲା ସଭାପତି ଏବଂ ଜାତୀୟ ପରିଷଦ ସଦସ୍ୟ ଭାବେ ଚୟନ କରାଯାଇଥିଲା।

ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ଏବଂ ଯୁଗଳ କିଶୋର ଜିତ ଏହି ନିର୍ବାଚନରେ ଭାଗନେଇ ଦଳର ସାମ୍ବିଧାନିକ ପଦବୀ ଜିଲ୍ଲା ସଭାପତି ଏବଂ ଜାତୀୟ ପରିଷଦ ସଦସ୍ୟ ନିର୍ବାଚନ ଉପରେ ଉପସ୍ଥିତ ସକ୍ରିୟ କାର୍ଯ୍ୟକର୍ତ୍ତା ମାନଙ୍କୁ ସୂଚନା ଦେଇଥିଲେ ଏବଂ ଆପ୍ ର ଜାତୀୟ ଆବାହକ ଶ୍ରୀ ଅରବିନ୍ଦ କେଜରିୱାଲଙ୍କ ସହ ଆସନ୍ତା ଅଗଷ୍ଟ ୧ ତାରିଖ ଦିନ ମଧ୍ୟାହ୍ନ ୧୨ ଟାରେ ସମସ୍ତ ସଦସ୍ୟ ତଥା ଇଥାନଲ E20 ଯୋଗୁଁ ପିଡୀତ ସାଧାରଣ ଜନତା ଅନଲାଇନ 8588833212 ନମ୍ବରରେ ଯୋଡ଼ି ହେବାକୁ ଆହ୍ବାନ ଦେଇଥିଲେ। ନିର୍ବାଚିତ ଜିଲ୍ଲା ସଭାପତି ତଥା ଜାତୀୟ ପରିଷଦ ସଦସ୍ୟ ପଙ୍କଜ କୁମାର ନାୟକ ଜିଲ୍ଲାରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରିବା ସହିତ ଲୋକମାନଙ୍କର ମୌଳିକ ସୁବିଧା, ଦିଲ୍ଲୀ ଓ ପଞ୍ଜାବରେ ହୋଇଥିବା ଜାନାଭିମୁଖୀ ଯୋଜନା ଗୁଡିକ ସମ୍ପର୍କରେ ପ୍ରତ୍ୟେକ ଘର ପର୍ଯ୍ୟନ୍ତ ପହଂଚାଇବା ପାଇଁ କାମ କରିବେ ବୋଲି କହିଥିଲେ। ଆଗାମୀ ପଂଚାୟତ ଏବଂ ପୌର ନିର୍ବାଚନରେ ଦଳ ପ୍ରତ୍ୟେକ ଯାଗାରେ ଲଢ଼ିବାପାଇଁ ଅଣ୍ଟା ଭିଡିଛି। ଏହି ନିର୍ବାଚନରେ ପୂର୍ବତନ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା ଇଥାନଲ E20 କୁ ବିରୋଧ କରି ଆମ୍ ଆଦମୀ ପାର୍ଟି ଖୁବ୍ ଶୀଘ୍ର ଆନ୍ଦୋଳନ ଆରମ୍ଭ କରିବ ବୋଲି ସୂଚନା ଦେଇଥିଲେ । ତାଛଡା କାର୍ଯ୍ୟକାରୀ ସଭାପତି ସୁବୋଧ ବେହେରା, ସାଧାରଣ ସମ୍ପାଦକ ଅନିଲ ସାମଲ, ଜିଲ୍ଲା ଯୁବ ସଭାପତି ଇଂ ସ୍ୱାଗତ ସିଂହ, ନାରୀ ନେତ୍ରୀ ରୁନୁବାଳା ଚିନାରା, ସରସ୍ବତୀ ପରିଡ଼ା, ରୁକ୍ମିଣୀ ଦଳେଇ, ଅନୁସୂୟା ସାମଲ, ଓଡାପଡ଼ା ବ୍ଲକ ସଭାପତି ଇଂ ପିତାମ୍ବର ଦାସ, ସଦର ନିର୍ବାଚନ ମଣ୍ଡଳୀ ସଭାପତି ଚିତ୍ତରଞ୍ଜନ ପାଣି, କୋଷାଧ୍ୟକ କବିଜ୍ୟୋତି ନିରଞ୍ଜନ ପତି, ନଗର ଉପସଭାପତି ବିଜୟ କୁମାର ଦାସ, ଜୟଦେବ ବେହେରା, କଳାକାର ଯୁଧିଷ୍ଠିର ଦାସ, ସଦର ବ୍ଲକ ସଭାପତି ରାଜକୁମାର ପ୍ରଧାନ, ପ୍ରସନ୍ନ ବରାଳ, ଜୟନ୍ତ ଦାସ, ଦେବାଶିଷ ବେହେରା ଗୋବିନ୍ଦ ସାହୁ, ବିଭୂରଞ୍ଜନ ସାହୁ, ସିପୁନ ସାହୁ, ସୁନୀଲ ସାହୁ ପ୍ରମୁଖ ଶତାଧିକ କର୍ମୀ ଯୋଗଦେଇଥିଲେ।












Leave a Reply