କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ବୈଦେହୀଶ ବିଳାସ ନବମ ଛନ୍ଦ
ପରଭୃତଙ୍କ ସ୍ଵର।
ବ୍ୟଲୀକତା କେ ବୋଲୁଥିଲା।
ମଧୁର ସେ ଦି(ଦୀ)ନବନ୍ଧୁ ଦର୍ଶନେ ହେଲା।୩୬।
ବୃନ୍ଦାରକ-ବୃନ୍ଦାରକେ ସେ ଯେ ପୁଚ୍ଛିଲେ ଜନକେ ଦେବା ଶିଞ୍ଜିନୀ ଉତ୍ତମ ବୋଲି ସେ କହି।
ବୀର୍ଯ୍ୟ ଦମ୍ଭ ବେନି ଯୋଗେ ଅଷ୍ଟନାଗେ ଅଷ୍ଟନାଗେ ଧର ଧରଣୀକି ବୋଲେ ଲକ୍ଷ୍ମଣ ତହିଁ।
ବିକଳିତେ ପୃଥିବୀ ଭାଳେ।
ବସୁ ହୁଳ ପାଦଅନ୍ତେ ପଡି଼ବି ତଳେ।୩୭।
ବୃଦ୍ଧାଙ୍ଗୁଳି ପରେ ପଦେ ରାମ ରଖିଲେ ସମଦେ ଜାଣିଲେ ତା ଅତ୍ୟନ୍ତ ଅଧୈର୍ଯ୍ୟ ହେବାର।
ବାସୁକି କି ବହେ କୂର୍ମ ବହିଲା ସେ ମନୋରମ ଗୁଣବନ୍ତ ଗୁଣ ଦତ୍ତ କଲେ ସତ୍ଵର।
ବୈନାଶିକ ନାଡୀ ମୋ ହେଲା।
ବାମେ ରହି ଅଜଗବ ବିଚାର କଲା।୩୮।
ବିଗୂଢ଼ବଶେ ଓଟାରେ ପ୍ରଚଣ୍ଡ ମଲ୍ଲ ହସ୍ତରେ ଏରଣ୍ଡ ଦଣ୍ଡ ପଡି଼ଲା ପରି ଭାଜିଲା।
ବ୍ରହ୍ମାଣ୍ଦ ଭାଣ୍ଡ ପୂରିତ ପ୍ରଳୟକାଳେ ଏକତ୍ଵ ଚାରିମେଘ ଗର୍ଜିଲା ଶବଦ ଗଞ୍ଜିଲା।
ବିବୁଧେ ମୂର୍ଚ୍ଛିତ ଚେତାରେ।
ବେଳେ ପ୍ରାଣ ଅମୃତ ରଖିଲା ବିଚାରେ।୩୯।
ବସୁଧାଭୃତେ ଟଳିଲେ ବସୁଧାଭୃତେ ଚଳିଲେ ସେହି ତରଳିତ ଧାତୁ ଧାରା ହେଲାଟି।
ବଳି-ବର-ବଳୀ ବର ଆନ କି ହୋଇବ ମୋର ଭାବେ ଶତକୋଟି ଶତକୋଟି ତ ବୃଷ୍ଟି।
ବିଚିତ୍ର କି ନରେ କିନ୍ନରେ?
ବିଚେତନ ହେଲେ ଯହିଁ ନାରକି ନରେ।୪୦।
ବିଭ୍ରଷ୍ଟ ଯେ ବ୍ରହ୍ମଚାରୀ ଧ୍ୟାନ ତହିଁକି ବିଚାରି ବିଭ୍ରଷ୍ଟ ଯେ ବ୍ରହ୍ମ ଚାରିମୁଖୁଁ ବେଦହିଁ।
ବିଖଣ୍ଡନ ଚଣ୍ଡିମାନ ଈଶରେ ସ୍ନେହୀ ନ ଘେନ ବିଖଣ୍ଡନ ଚଣ୍ଡୀମାନ ଈଶରେ ସ୍ନେହୀ।
ବାହାରନ୍ତେ ବ୍ରହ୍ମାଣ୍ଡ ଫୁଟି।
ବିରବ ସମସ୍ତଙ୍କର ଜ୍ଞାନ ପ୍ରକଟି।୪୧।
ବୀରେଶ୍ଵର କରି ପୂଜା କଲା ସେ ମିଥିଳା ରାଜା ବସାଇ ରଘୁତ୍ତମଙ୍କୁ ସିଂହାସନରେ।
ବିହାୟସେ ଦେବେ ଆସେ ରାମ ଦର୍ଶନ ଲାଳସେ ଶବ୍ଦ ଶୁଣି ରାବଣ ମିଳିଲା ସେଠାରେ।
ବୀର ସେ ବାହୁଡେ଼ ବିରସେ।
ବୟାଳିଶ ପଦେ ଛାନ୍ଦ ଉପେନ୍ଦ୍ର ଭାଷେ।
Source:https://sahityasansad.com












Leave a Reply