ଗଜପତି // 44କିଲୋ ଗଞ୍ଜେଇ ବସ୍ତା ରେ ଧରି ବସ କୁ ଅପେକ୍ଷା କରିଥିବା ବେଳେ ମାଡିବସିଲା ପୋଲିସ ଓ ସେବାଶ୍ରମ ରେ ପାଠପଢା ବଦଳରେ ନିର୍ମାଣ କାର୍ଯ୍ୟ ପାଇଁ ଛାତ୍ରୀଙ୍କ ମୁଣ୍ଡରେ ଇଟା ଓ ମାଟି ବୁହାଗଲା

Spread the love

ଗଜପତିରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ ବେଳେ ଜବତ, 3 ଗିରଫ
ପାରଳାଖେମୁଣ୍ଡି, 27/7(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲା ମୋହନ ଥାନା ଅଞ୍ଚଳରୁ ମହାରାଷ୍ଟ୍ରକୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଚୋରାଚାଲାଣ ବେଳେ ପୋଲିସ ଗଞ୍ଜେଇକୁ ଜବତ କରିବା ସହ ଏଥିରେ 3 ଜଣକୁ ଗିରଫ କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ରାଇସିଂ ଛକ ନିକଟରେ ପୋଲିସ ସନ୍ଦେହଜନକ ଭାବେ 2 ଜଣକୁ 2 ଗୋଟି ଜରି ବ୍ୟାଗ ସହ ଦେଖି ଯାଞ୍ଚ କରିଥିଲେ. ଏଥିରେ ୪୪ କିଲୋ ଗଞ୍ଜେଇ ଥିବା ଜଣା ପଡିଥିଲା. ପୁଲିସ ଏହି ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ୩ ଜଣକୁ ଗିରଫ କରିଥିବା ମଧ୍ୟ ଜଣାଯାଇଛି। ସେମାନେ ହେଲେ ମହାରାଷ୍ଟ୍ର ପୁନେ ବିଶାଳ ଶ୍ୟାମ ରାଓ ପାଓ୍ବାର (୩୮), ମୋହନା ଟୁମି ସାହିର ରାନି ବୀର (୨୧) ଓ ଦାରିଙ୍ଗବାଡିର ରସାନନ୍ଦ ନାୟକ (୪୬) ବୋଲି ଥାନା ଅଧିକାରୀ ଓମ ନାରାୟଣ ପାତ୍ର କହିଛନ୍ତି। ପୁଲିସ ସୂତ୍ରରୁ ମିଳିଥୁବା ସୂଚନା ପ୍ରକାରେ ପୁଲିସ ପକ୍ଷରୁ ରାଇସିଂ ଛକରେ ପେଟ୍ରୋଲିଂ ଚାଲିଥିଲା । ଏହି ସମୟରେ ମହାରାଷ୍ଟ୍ରର ବିଶାଳ ଶ୍ୟାମ ଓ ମୋହନା ଟୁମି ସାହିର ମହିଳା ରାନୀ ୨ ଗୋଟି ଜରି ବ୍ୟାଗ ଧରି ସନ୍ଦେହଜନକ ଭାବେ ଛିଡା ହୋଇଥିଲେ. ପୁଲିସ ସନ୍ଦେହରେ ଯାଞ୍ଚ କରିବା ପରେ ଏଥିରେ ૪૪ କିଲୋ ଗଞ୍ଜେଇ ଚୋରା ଚାଲାଣ ପାଇଁ ବସକୁ ଅପେକ୍ଷା କରିଥିବା ଜଣା ପଡିଥିଲା । ଉକ୍ତ ଦୁଇ ଜଣକୁ ଗିରଫ କରି ଅଧିକ ତଦନ୍ତ କରିବା ପରେ ଜଣା ଯାଇଥିଲା ଏହି 44 କିଲୋ ଗଞ୍ଜେଇକୁ ଦାରିଙ୍ଗବାଡିର ରସାନନ୍ଦଙ୍କ ଠାରୁ ଆଣିଥିବା ସଂସ୍ପଷ୍ଟ ହେବାପରେ ରସାନନ୍ଦଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲେ. ଘଟଣା ନେଇ ମୋହନା ଥାନାରେ 150/26 ରେ ମାମଲା ରୁଜୁ କରି 3 ଜଣଙ୍କୁ କୋୖର୍ଟଚାଲାଣ କରାଯାଇଥିବା ଜଣାପଡିଛି.

ଗଜପତି ଜିଲ୍ଲା ସେବାଶ୍ରମରେ ବିପଦଜନକ ସ୍ଥିତି : ପାଠପଢା ବଦଳରେ ନିର୍ମାଣ କାର୍ଯ୍ୟ ପାଇଁ ଛାତ୍ରୀଙ୍କ ମୁଣ୍ଡରେ ଇଟା ଓ ମାଟି ବୁହାଗଲା
ପାରଳାଖେମୁଣ୍ଡି, 27/7(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା ସେବାଶ୍ରମରେ ଛାତ୍ରଛାତ୍ରୀଙ୍କ ଅବସ୍ଥା ବିପଦଜନକ ସ୍ଥିତିରେ ଥିବା ସାମ୍ନାକୁ ଆସିଛି. ଏକ ସେବାଶ୍ରମରେ ଛାତ୍ରୀମାନଙ୍କୁ ପାଠପଢା ବଦଳରେ ନିର୍ମାଣ କାର୍ଯ୍ୟ ପାଇଁ ସେମାନଙ୍କ ମୁଣ୍ଡରେ ଇଟା ଓ ମାଟି ବୁହା ଯିବା ଏକ ଦୁଃଖଦ ଦୃଶ୍ୟ ଲୋକଲୋଚନକୁ ଆସିଛି. ସରକାରଙ୍କ ତରଫରୁ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ନିକଟତର କରିବା ପାଇଁ ଆବାସିକ ବିଦ୍ୟାଳୟ ବା ସେବାଶ୍ରମର ବ୍ୟବସ୍ଥା ରହିଛି. ହେଲେ ଗଜପତି ଜିଲ୍ଲା ପଦ୍ମପୁର ସେବାଶ୍ରମରେ ଛାତ୍ରୀମାନେ ପାଠ ପଢିବା ବଦଳରେ ମୁଣ୍ଡରେ ଇଟା ଓ ମାଟି ବୋହିବା ଭିଡିଓ ଓ ଫଟୋ ଏବେ ସାରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି।

ସେଠାରେ ପିଲାମାନେ ପାଠ ପଢ଼ିବା ପରିବର୍ତ୍ତେ ଶିଶୁ ଶ୍ରମିକ ସାଜିଛନ୍ତି। ବିଦ୍ୟାଳୟ ପରିସରରେ ଚାଲିଥିବା କୋଠା ନିର୍ମାଣ କାର୍ଯ୍ୟରେ କୋମଳମତି ଶିଶୁମାନେ ମୁଣ୍ଡରେ ଇଟା ବୋହୁଥିବାର ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି । ଘଟଣା ନେଇ ପ୍ରଶାସନ ବିହିତ ଅନୁଧ୍ୟାନ ଓ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି.
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ରାଜ୍ୟସାରା ଆନ୍ଦୋଳନ କରାଯିବ : କିଷାନ କଂଗ୍ରେସ ସଭାପତି ଅଭୟ ସାହୁ

ପାରଳାଖେମୁଣ୍ଡି 27/7(ତାରିଣୀ ପ୍ରସାଦ ପଣ୍ଡା):

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପି ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଅଧ୍ୟକ୍ଷ ଅଭୟ କୁମାର ସାହୁ ପ୍ରକାଶ କରିଛନ୍ତି । ଗଞ୍ଜାମ ଜିଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ବୈଠକରେ ଗଞ୍ଜାମ (ପୂର୍ବ, ପଶ୍ଚିମ) ଓ ଗଜପତି ଜିଲାର ଚାଷୀ ନେତାମାନେ ଉପସ୍ଥିତ ଥିଲେ। ଶ୍ରୀ ସାହୁ କହିଲେ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀମାନଙ୍କ ମୌଳିକ ସମସ୍ୟା ସମାଧାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟରେ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଚାଷୀଙ୍କୁ ବିହନ ଓ ଆବଶ୍ୟକ ପରିମାଣରେ ସାର କିଟନାଶକ ଔଷଧଯୋଗାଇଦେବା, ନିର୍ଦ୍ଧାରିତ ଦରରେ ଧାନ, ମାଣ୍ଡିଆ ପ୍ରଭୃତି ଶସ୍ୟ କ୍ରୟ କରିବା,

Oplus_131072

ଓଡ଼ିଶାରେ ପାନ, ନଡ଼ିଆ, ଆଖୁ ଓ କପା ଚାଷୀଙ୍କୁ ସଂଗଠିତ କରି ସେମାନଙ୍କ ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଥିଲେ । ଓଡ଼ିଶାର 314 ବ୍ଲକର କିଷାନ କଂଗ୍ରେସ ସଭାପତିଙ୍କୁ ନେଇ ଭୁବନେଶ୍ଵର ଠାରେ ଅଗଷ୍ଟ 9 ତାରିଖରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ କରାଯାଇ ସାରା ରାଜ୍ୟରେ ଚାଷୀ ସମସ୍ୟାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବ।
ପୂର୍ବତନ ମନ୍ତ୍ରୀ ରାଘବ ପରିଡ଼ା ଯୋଗଦେଇ ଚାଷୀମାନଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ କରିବା ଏକମାତ୍ର ବିକଳ୍ପ ବୋଲି କହିଥିଲେ । ରାଜ୍ୟ ଚାଷୀ ସୁରକ୍ଷା ଅଭିଯାନର ଆବାହକ ରବି ରଥ ତାଙ୍କ ଭାଷଣରେ କେନ୍ଦ୍ର ସରକାର ନିକଟରେ ଛାତ୍ର ଆନ୍ଦୋଳନ ଓ ପୂର୍ବରୁ ହୋଇଥିବା ଚାଷୀ ଆନ୍ଦୋଳନରେ ମୁଣ୍ଡ ନୂଆଁଇଥିବା ବିଷୟ ଉଲ୍ଲେଖ କରି କେବଳ ଚାଷୀ ଆନ୍ଦୋଳନ ହିଁ ସରକାରଙ୍କ ଉପରେ ବିଶେଷ ପ୍ରଭାବ ପକାଇବ ବୋଲି ପ୍ରକାଶ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସର ଉପସଭାପତି ଡ଼. କାର୍ତ୍ତିକ ଚନ୍ଦ୍ର ବରାଳ, ଜିଲା କଂଗ୍ରେସ କମିଟି (ପଶ୍ଚିମ) ସଭାପତି ଦଣ୍ଡପାଣି ପାତ୍ର, ଜିଲା କଂଗ୍ରେସର ଉପସଭାପତି ଅଶୋକ ପଟ୍ଟନାୟକ, ବୃନ୍ଦାବନ ଖଟେଇ, ରାଜ୍ୟ କମକର୍ତ୍ତା ଶିତିକଣ୍ଠ ମହାନ୍ତି, ଦିଲ୍ଲୀପ ସୁଆର, ପୂର୍ଣ୍ଣଚନ୍ଦ୍ର ଦାସ, ଲକ୍ଷ୍ମଣ ନାୟକ, ସତ୍ୟ ନାରାୟଣ ପାତ୍ର, ପଦ୍ମଚରଣ ସାହୁ, ସୁବ୍ରତ କୁମାର ବ୍ରହ୍ମା, ପଞ୍ଚୁ ପାତ୍ର ପ୍ରମୁଖ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

Leave a Reply

Your email address will not be published. Required fields are marked *