ଓଡ଼ିଆ ବିଶ୍ୱବିଦ୍ୟାଳୟ ଠାରେ ଉପନ୍ୟାସ ‘ଅପରପକ୍ଷ’ ଲୋକାର୍ପିତ
ସତ୍ୟବାଦୀ, ଦର୍ଶନ ସମୀକ୍ଷା
ସାରଳା ଭାଷା, ସାହିତ୍ୟ ଓ ପୁରାତତ୍ତ୍ୱ ଗବେଷଣା ନ୍ୟାସ ଆନୁକୂଲ୍ୟରେ ସ୍ଥାନୀୟ ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିସରରେ ବିଶିଷ୍ଟ ଔପନ୍ୟାସିକ କାଳନ୍ଦୀ ସାମଲଙ୍କ ନୂତନ ଉପନ୍ୟାସ ‘ଅପରପକ୍ଷ’ ଲୋକାର୍ପିତ ହୋଇଛି। ସାହିତ୍ୟ, ସଂସ୍କୃତି, ରାଜନୀତି ଓ ସିନେମା ଜଗତର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଆୟୋଜିତ ଏହି ଉତ୍ସବ ସାହିତ୍ୟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲା।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରିଥିବାବେଳେ ‘ବନ୍ଦେ ଉତ୍କଳ ଜନନୀ’ ଗାନ ପରିବେଷଣ କରାଯାଇଥିଲା। ପରେ ସାରଳା ଭାଷା, ସାହିତ୍ୟ ଓ ପୁରାତତ୍ତ୍ୱ ଗବେଷଣା ନ୍ୟାସର ପରିଚାଳନା ଟ୍ରଷ୍ଟି ଅଜିତ ଦାସ ସ୍ୱାଗତ ଭାଷଣ ଦେଇ ସଭାକାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହି ଲୋକାର୍ପଣ ଉତ୍ସବକୁ ‘ସାରଳା ସାହିତ୍ୟ ଉତ୍ସବ’ ଭାବେ ପାଳନ କରାଯାଇଥିଲା।
ସଭାରେ ପଦ୍ମଶ୍ରୀ ପ୍ରଭାକର ମହାରଣା ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିବାବେଳେ, ମୁଖ୍ୟ ଅତିଥି ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଭାବେ ଓଡ଼ିଆ ସାହିତ୍ୟ ଏକାଡେମୀର ସମ୍ପାଦକ ଡଃ ଚନ୍ଦ୍ରଶେଖର ହୋତା ଯୋଗଦେଇ ଉପନ୍ୟାସଟିର ସାହିତ୍ୟିକ ମୂଲ୍ୟ ଓ ସମସାମୟିକ ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଡଃ ଅରବିନ୍ଦ ରାୟ, ପୁସ୍ତକ ସମୀକ୍ଷକ ଡଃ ବିକ୍ରମ କେଶରୀ ଜେନା ଏବଂ ସିନେମା ଅଭିନେତା ତଥା ପ୍ରଯୋଜକ ପ୍ରୀତିରାଜ ଶତପଥୀ ଯୋଗଦେଇ ଉପନ୍ୟାସ ସମ୍ପର୍କରେ ନିଜ ମତ ପ୍ରକାଶ କରିଥିଲେ।
ଅନ୍ୟତମ ଅତିଥି ଭାବେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ବରିଷ୍ଠ ନେତା ସଜ୍ଜନ ଶର୍ମା ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଅନୁରୋଧକୁ ସମ୍ମାନ ଜଣାଇ ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିସରରେ ଓଡ଼ିଆ ଚଳଚ୍ଚିତ୍ରର ସୁଟିଂ କରାଯିବ ବୋଲି ପ୍ରୀତିରାଜ ଶତପଥୀ ପ୍ରତିଶ୍ରୁତି ଦେଇଥିଲେ।
ସମଗ୍ର କାର୍ଯ୍ୟକ୍ରମକୁ ଡଃ ଶର୍ମିଷ୍ଠା ମହାପାତ୍ର ସଞ୍ଚାଳନ କରିଥିଲେ। ଆୟୋଜନକୁ ବିଶେଷ ସହଯୋଗ କରିଥିଲେ ପ୍ରଦ୍ୟୁମ୍ନ ଶତପଥୀ, ବିଶ୍ୱଜିତ ମହାପାତ୍ର ଓ ସୁକାନ୍ତ ପ୍ରଧାନ। ଶେଷରେ ଉପସ୍ଥିତ ଅତିଥି ଓ ସାହିତ୍ୟ ପ୍ରେମୀମାନେ ଉପନ୍ୟାସ ‘ଅପରପକ୍ଷ’ର ସଫଳତା କାମନା କରିଥିଲେ।
ସତ୍ୟବାଦୀ, ୨୨/୭ (ସଂଚାର ବ୍ୟୁରୋ): ସାରଳା ଭାଷା, ସାହିତ୍ୟ ଓ ପୁରାତତ୍ତ୍ୱ ଗବେଷଣା ନ୍ୟାସ ଆନୁକୂଲ୍ୟରେ ସ୍ଥାନୀୟ ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିସରରେ ବିଶିଷ୍ଟ ଔପନ୍ୟାସିକ କାଳନ୍ଦୀ ସାମଲଙ୍କ ନୂତନ ଉପନ୍ୟାସ ‘ଅପରପକ୍ଷ’ ଲୋକାର୍ପିତ ହୋଇଛି। ସାହିତ୍ୟ, ସଂସ୍କୃତି, ରାଜନୀତି ଓ ସିନେମା ଜଗତର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଆୟୋଜିତ ଏହି ଉତ୍ସବ ସାହିତ୍ୟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲା।

Leave a Reply