ପାଲଲହଡ଼ା // ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ, 3 ଗିରଫ, ଗାଡି ଜବତ।

Spread the love

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ, 3 ଗିରଫ, ଗାଡି ଜବତ।
ପାଳଲହଡା- ଦର୍ଶନ ସମୀକ୍ଷା

ଚୋରା ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପାଳଲହଡା ପୋଲିସ।ଚାଲାଣ ଅଭିଯୋଗ ରେ 3 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏକ କାର ଜବତ କରିଥିବା ଜଣାପଡିଛି।
ସୂଚନା ଅନୁସାରେ ବୁଧବାର ସକାଳ ପ୍ରାୟ ୬:୪୫ ମିନିଟ୍‌ରେ ପାଟ୍ରୋଲିଂ ସମୟରେ ପାଲଲହଡ଼ା ଥାନାର ଏସ.ଆଇ. ଅର୍ଚ୍ଚନା ଚମ୍ପତି ଏବଂ ପୋଲିସ କର୍ମଚାରୀମାନେ OD 35 2273 ନମ୍ବର ବିଶିଷ୍ଟ ଗୋଟିଏ ସ୍ୱିଫ୍ଟ ଡିଜାୟାର (Swift Dzire) କାର୍‌କୁ ଆଟକାଇଥିଲେ। ସେହି କାର୍‌ ଭିତରୁ ଦୁଇଟି ପ୍ଲାଷ୍ଟିକ୍ ବସ୍ତାରେ ରଖାଯାଇଥିବା ମୋଟ ୫୨ କିଲୋ ୬୬୦ ଗ୍ରାମ୍ ଚୋରା ଗଞ୍ଜେଇ ଜବତ କରାଯିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିଲା।

ସେମାନେ ଏହି ଗଞ୍ଜେଇ କନ୍ଧମାଳରୁ କଟକ ଅଞ୍ଚଳକୁ ଚାଲାଣ କରୁଥିଲେ।ଗିରଫ ଅଭିଯୁକ୍ତମାନେ ହେଲେ ଜ୍ୟୋତିଷ କୁମାର ନାୟକ (୪୩ ବର୍ଷ), ପିତା: ସ୍ୱର୍ଗତ ଜନକ ନାୟକ, ଗ୍ରାମ: ରନ୍ତାଲେଇ, ଥାନା: ସଦର, ଜିଲ୍ଲା: ଅନୁଗୋଳ, ପ୍ରତାପ କୁମାର ବେହେରା (୪୫ ବର୍ଷ), ପିତା: ସ୍ୱର୍ଗତ ଅନାମ ବେହେରା, ଗ୍ରାମ: ତାଳମୂଳ ଶାସନ, ଥାନା: ବନାରପାଳ, ଜିଲ୍ଲା: ଅନୁଗୋଳ, ଆଶିଷ କୁମାର ପ୍ରଧାନ (୨୯ ବର୍ଷ), ପିତା: ଉଗ୍ରୀ ପ୍ରଧାନ, ଗ୍ରାମ: ବରାଝୁଲି, ପୋଷ୍ଟ: ବି. ରାମଚନ୍ଦ୍ରପୁର, ଥାନା: ବୌଦ୍ଧ ଟାଉନ୍, ଜିଲ୍ଲା: ବୌଦ୍ଧ।ପାଲଲହଡ଼ା ଥାନା ପୋଲିସ ଏକ ଏନଡିପିଏସ (NDPS) ମାମଲାରେପାଲଲହଡ଼ା ଥାନା କେସ୍ ନଂ-୧୯୫, ତାରିଖ: ୨୨.୦୭.୨୦୨୬ ଦଫା – ୨୦(b)(ii)(C)/୨୫/୨୯, NDPS ଆକ୍ଟ-୧୯୮୫ ରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ପ୍ରଦୀପ କୁମାର ମହାନ୍ତ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *