‘ଜାନକୀ ପଟନାୟକ, AG ଗଙ୍ଗାଧର ରଥ, ମୁଖ୍ୟସଚିବ ସୁଧାଂଶୁ ମିଶ୍ର କହୁଥିଲେ, ତୁମେ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ଦରକାର ନାହିଁ। ମୁଁ କହିଲି, ଆପଣମାନେ କଣ ମୋ ପିଠିରେ ପଡ଼ିବେ?’- ନିରଞ୍ଜନ ପଟନାୟକ
ପୁସ୍ତକ: ସମୟ ସାକ୍ଷୀ
*୧୯୮୫ରେ ଦ୍ବିତୀୟ ବାର ମନ୍ତ୍ରୀ ହେବାର ଦୁଇ ମାସ ପରେ ନିରଞ୍ଜନ ପଟନାୟକ ଇସ୍ତଫା ଦେଲେ।
ଯୋଡ଼ା ଖଣିରେ ତାଙ୍କର ଜଣେ ମ୍ୟାନେଜରଙ୍କୁ ଜଣେ ଚିନ୍ହା ମାଇନିଂ ଅଫିସର ବାରମ୍ବାର ଲାଞ୍ଚ ମାଗୁଥିବା ଶୁଣି ତାକୁ କାହିଁକି ପଇସା ମାଗୁଛନ୍ତି ଯଦି ଦରକାର ମୋତେ ମାଗନ୍ତୁ, ଆପଣଙ୍କର ସମ୍ମାନ ଯିବ କହିଥିଲେ। ସେ ଉତ୍ତର ଦେଲେ- ପୁତୁଲ ତୁମର ବିଶ୍ୱାସ ହେଉଛି?
ପରେ ତାଙ୍କ ମ୍ୟାନେଜର (ଯାହାଙ୍କର ଟ୍ରକ ଥିଲା) ‘ସମ୍ଭବତଃ ନିଜ ବ୍ୟବସାୟରେ ଲାଞ୍ଚ ଦେଇ ଦେଇ’ ସେହି ମାଇନିଂ ଅଫିସରଙ୍କୁ ଭିଜିଲାନ୍ସରେ ଧରାଇ ଦେଇଥିଲେ।
ହାଇକୋର୍ଟ ବିଚାରପତି ବାଳକୃଷ୍ଣ ବେହେରା ସେସନ୍ସ କୋର୍ଟର ରାୟକୁ ଦେଖି ମ୍ୟାନେଜରଙ୍କୁ ଦୋଷରୁ ମୁକ୍ତି ଦେଇ ରିମାର୍କ ଦେଇଥିଲେ- Niranjan Patnaik is a habitual bribe giver.
ନିରଞ୍ଜନ ପଟନାୟକ ସୁପ୍ରିମ କୋର୍ଟର ବିଶିଷ୍ଟ ଓକିଲ ଫଲି ନରିମାନଙ୍କୁ ତାଙ୍କ ମାମଲା ଦେଲେ।
ସୁପ୍ରିମ କୋର୍ଟ କଡ଼ା ଭାଷାରେ ହାଇକୋର୍ଟ ରାୟକୁ ରଦ୍ଦ କରି ଲେଖିଲେ- Judges shouldn’t give such judgment. The remarks are expunged. Higher you go the cooler you feel. But in this case the judge has acted in opposite.












Leave a Reply