ପୁରୀ // ସ୍ବଶକ୍ତି ଜାଗରଣ ସେବା ଟ୍ରଷ୍ଟର ରଥଯାତ୍ରାରେ ଭକ୍ତଙ୍କୁ ଶୁଖିଲା ଖାଦ୍ଯ ବଣ୍ଟନ ,ଟ୍ରଷ୍ଟର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ପୂଜ୍ଯ ଗୁରୁଜୀ ଶ୍ରୀ ଶ୍ରୀ କ୍ରୀଷ୍ଣା ଭୈୟାଜୀଙ୍କ ପ୍ରତ୍ଯକ୍ଷ ତତ୍ତ୍ବବଧାନରେ ଆୟୋଜନ

Spread the love

ସ୍ବଶକ୍ତି ଜାଗରଣ ସେବା ଟ୍ରଷ୍ଟର ରଥଯାତ୍ରାରେ ଭକ୍ତଙ୍କୁ ଶୁଖିଲା ଖାଦ୍ଯ ବଣ୍ଟନ
ପୁରୀ, : ଦର୍ଶନ ସମୀକ୍ଷା

ଆଧ୍ୟାତ୍ମିକ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବଶକ୍ତି ଜାଗରଣ ସେବା ଟ୍ରଷ୍ଟ, ବ୍ରହ୍ମପୁର ତରଫରୁ ଚଳିତ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦିନ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଭକ୍ତଙ୍କୁ ଟ୍ରଷ୍ଟର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ପୂଜ୍ଯ ଗୁରୁଜୀ ଶ୍ରୀ ଶ୍ରୀ କ୍ରୀଷ୍ଣା ଭୈୟାଜୀଙ୍କ ପ୍ରତ୍ଯକ୍ଷ ତତ୍ତ୍ବବଧାନରେ ଟ୍ରଷ୍ଟର ସମ୍ପାଦକ ଗଣେଶ୍ୱର ପ୍ରଧାନ ଓ କୋଷାଧ୍ୟକ୍ଷ ସାଇ ପାତ୍ରଙ୍କ ଆନୁକୁଲ୍ୟରେ ପୁରୀ ବଡଦାଣ୍ଡରେ ମହାପ୍ରସାଦ ସଦୃଶ ହଜାର ହଜାର ଭକ୍ତଙ୍କ ପାଇଁ ଶୁଖିଲା ଖାଦ୍ୟ ତଥା ପାଉରୁଟି, ବିସ୍କୁଟ ଓ ନମକିନ ଇତ୍ୟାଦି ଶୁଖିଲା ଖାଦ୍ୟ ବଣ୍ଟନ କରା ଯାଇଥିଲା। ପ୍ରକାଶ ଥାଉକି ଚଳିତ ବର୍ଷ ଶ୍ରୀମନ୍ଦିର ଠାରୁ ମାର୍କେଟ ଛକ ମଧ୍ୟରେ ରନ୍ଧା ଖାଦ୍ୟ ବଣ୍ଟନ ବାରଣ କରାଯାଇଥିବା ହେତୁ ଚଳିତ ବର୍ଷ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଯାହା ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖା ଦେଇଥିଲେ ମଧ୍ୟ ଭକ୍ତ ଓ ଶ୍ରଦ୍ଦାଳୁ ଆନନ୍ଦର ସହ ସୁଖିଲା ପ୍ରସାଦ ସେବନ କରିବାର ଦୃଶ୍ଯ ବଡ ମନୋରମ ଥିଲା। ଗୁରୁଜୀଙ୍କ ଆନୁକୁଲ୍ଯରେ ହୋଇଥିବା ଏହି ମହାନ କାର୍ଯ୍ଯକ୍ରମରେ ରାମ ଜନ୍ମଭୂମି ଅଯୋଧ୍ୟା ଦିଗାମ୍ବର ଅନି ଆଖଡାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶ୍ରୀ ବୈଷ୍ଣୋ ଦାସ ମହାରାଜଜୀ, ବୃନ୍ଦାବନର ଶ୍ରୀ ଶ୍ରୀ ବିଶୁଦ୍ଧାନନ୍ଦ ମହାରାଜଜୀ, ଲଳିତାନନ୍ଦ ମହାରାଜଜୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ଭକ୍ତଙ୍କ ପାଇ ଖାଦ୍ଯ ସହିତ ଏକ ସ୍ବାସ୍ଥ୍ୟ ସେବା ଶିବିରର ଆୟୋଜନ କରାଯାଇ ଥିଲା। ଏହି ଶିବିର ବରିଷ୍ଠ ମେଡିସିନ ଓ ହୃଦରୋଗ ବିଶେଷଜ୍ଞ ଡାକ୍ତର ଆଦିତ୍ଯ ନାରାୟଣ ଦାସ ଓ ଅନୁରାଧା ପଣ୍ଡାଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ପରିଚାଳନା କରାଯାଇ ଥିଲା। ଏହି କାର୍ଯ୍ୟକ୍ରମ ସଫଳ ରୂପାୟନ ହେବାରେ ଶୈଳେନ୍ଦ୍ର ଦାସ, ଗୈରି ଶଙ୍କର ପାତ୍ର, ପ୍ରିୟଙ୍କା ଦେବି, ସନ୍ଦୀପ ଦଳାଇ, ମହେନ୍ଦ୍ର ଦଳାଇଙ୍କ ଭୁମିକା ଅତି ଉଚ୍ଚକୋଟିର ଥିଲା।
ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଭୁଙ୍କ ତିନି ରଥ ନିର୍ମାଣ କରିଥିବା ସମସ୍ତ ମହାରଣା ଓ ଚିତ୍ର କାରିଗରଙ୍କୁ ଗୁରୁଜୀଙ୍କ ତତ୍ତ୍ବାବଧାନରେ ଅଯୋଧ୍ଯା ମହାରାଜ, ବୃନ୍ଦାବନରୁ ଆସିଥିବା ମହାରାଜଙ୍କ ଉପସ୍ଥିତିରେ ସ୍ଥାନୀୟ ଗୁରୁ ଭାଇ ପ୍ରିୟଦର୍ଶୀ ପଟ୍ଟନାୟକ(ପିକୁ ଭାଇ) ଓ ରମେଶ ବର୍ମାଙ୍କ କରକମଳରେ ଧୋତି ଓ ଗାମୁଛା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇ ଥିଲା।
ଅନ୍ୟମାନଙ୍କ ମଧ୍ୟରେ ସ୍ବଶକ୍ତି ଜାଗରଣ ସେବା ଟ୍ରଷ୍ଟ ପରିବାରର ସମ୍ପାଦକ ଗଣେଷ ପ୍ରଧାନ, କୋଷାଧ୍ୟକ୍ଷ ସାଇ ପ୍ରସାଦ ପାତ୍ର, ଶ୍ରୀହରି ଦାସ, ଦୀପକ ପାଣିଗ୍ରାହୀ, ପୁଷ୍ପାଞ୍ଜଳି ପ୍ରଧାନ, ସମିର ମହାନ୍ତି, ଅଂଜୁ ମହାନ୍ତି, ସନ୍ଦୀପ ପାଣିଗ୍ରାହୀ, ଟୁନି ବିଶ୍ବାଳ, ଚନ୍ଦନ ସାହୁ, ଏଲ୍. କାମରାଜୁ ଦାସ, ବେଣୁ ଭାଇଙ୍କ ସମେତ ସମସ୍ତ ଗୁରୁ ଭାଇ ଓ ଭଉଣୀ ଏବଂ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ଶତାଧିକ ଗୁରୁ ଭାଇ ଓ ଭଉଣୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ହେବାରେ ସହାୟକ ହୋଇଥିଲେ।

Leave a Reply

Your email address will not be published. Required fields are marked *