ଜିଲ୍ଲା ସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ:
କେନ୍ଦ୍ରାପଡ଼ା ତା ୧୯/୭ ଦର୍ଶନ ସମୀକ୍ଷା
ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶନାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କେନ୍ଦ୍ରାପଡା ମାଧ୍ୟମରେ ଜିଲ୍ଲା ସ୍ତରୀୟ ବିଶ୍ୱ ଜନ ସ୍ବାସ୍ଥ୍ୟ ଦିବସ ପାଳନ ଗତକାଲି କେନ୍ଦ୍ରାପଡା ପୁରୁଣା ମେଡିକାଲ ସ୍ଥିତ ତାଲିମ ଗୃହରେ ଅନୁଷ୍ଠିତ ହୋଇଯାଇଛି l ସର୍ବ ପ୍ରଥମେ ଗତ ଆର୍ଥିକ ବର୍ଷ ୨୦୨୫-୨୬ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସବ୍ -ଡିଭିଜନାଲ ହସ୍ପିଟାଲ୍ ପଟ୍ଟାମୁଣ୍ଡାଇ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଟକୁରା, ମହାକାଳପଡ଼ା, ରାଜକନିକା, ରାଜନଗର ଏବଂ ଇନ୍ଦୁପୁର କୁ ପରିବାର ନିୟୋଜନ କାର୍ଯକ୍ରମରେ ଉତ୍ତମ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କୁ ମାନପତ୍ର ସହ ଟ୍ରଫି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ନମିତା ପଟ୍ଟନାୟକ ଙ୍କ ଦ୍ଵାରା ପ୍ରଦାନ କରାଯାଇଛି l ସେହିପରି ସର୍ଜନ ହିସାବରେ ପୁରୁଷ ବନ୍ଧ୍ୟାକରଣ ପାଇଁ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର ଓ ମହିଳା ବନ୍ଧ୍ୟାକରଣ ପାଇଁ ଡାକ୍ତର ରଶ୍ମିକାନ୍ତ ପାତ୍ରଙ୍କୁ ସମ୍ବର୍ଦ୍ଧନା କରାଯାଇଛି l ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟୀ ମ୍ୟାନେଜର ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ଡ଼ ସୁକାନ୍ତ କୁମାର ପ୍ରଧାନ ଓ ଜିଲ୍ଲା ଭେକ୍ସିନ୍ ଲଜିଷ୍ଟିକ ମ୍ୟାନେଜର ଅବିନାଶ ଦାସ ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବ୍ଲକ୍ ସ୍ତରରୁ ଜନ ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ, ଉଭୟ ହସ୍ପିଟାଲ୍ ମ୍ୟାନେଜର, ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର ଓ ପି.ପି.ସି ରେ କାର୍ଯ୍ୟରତ ପୂର୍ବତନ ତଥା ବର୍ତ୍ତମାନ ନର୍ସିଂ ଅଫିସର ଙ୍କୁ ସମ୍ବର୍ଦ୍ଧନା କରାଯାଇଛି l ଚଳିତ ବର୍ଷ କିପରି ଭାବେ ବିଶ୍ୱ ଜନ ସଂଖ୍ୟା ସ୍ଥିରତା ପକ୍ଷ ଯଥା ୧୧ ରୁ ୨୪ ଜୁଲାଇ ମନ୍ଧରେ ଏବଂ ଏହି ଆର୍ଥିକ ବର୍ଷ ୨୦୨୬- ୨୦୨୭ କିପରି ଭଲ ଭାବେ ପରିବାର ନିୟୋଜନ କାର୍ଯକ୍ରମ କ୍ଷେତ୍ର ସ୍ତରରେ ହୋଇପାଇବ ତାହା ବିଷୟରେ ସଂପୂର୍ଣ୍ଣ ଆଲୋଚନା ଅଧିକାରୀ ଓ ଅତିଥିମାନେ କରିଥିଲେ l ଉଭୟ ସ୍ଥାୟୀ ଓ ଅସ୍ଥାୟୀ ପଦ୍ଧତି ମାଧ୍ୟମରେ ଗୋଟିଏ ସୁସ୍ଥ ପରିବାର ଗଠନ ଓ କିପରି ବୃଦ୍ଧି ହୋଇପାରିବ ସେ ବିଷୟରେ ମଧ୍ୟ କୁହାଯାଇଥିଲା l ଏହି କାର୍ଯକ୍ରମରେ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଗୌରାଙ୍ଗ ଚରଣ ଗିରି, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର ଓ ଡାକ୍ତର ଶ୍ୟାମ ସୁନ୍ଦର ଟୁଡୁ, ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକ, ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଡ଼ ମନୋରଂଜନ ସାହୁ, ଫାଇନାନ୍ସିଆଲ୍ ଅଧିକାରୀ ଆସୁତୋସ ତ୍ରିପାଠୀ,ଏମ୍ ଓ ଇନ୍ ଚାର୍ଜ -ଡାକ୍ତର ନିରାକାର ପରିଡ଼ା, ଡାକ୍ତର ନିରଞ୍ଜନ କର, ଡାକ୍ତର ରଶ୍ମି ରଞ୍ଜନ ମହାନ୍ତି, ଡାକ୍ତର ସୌମ୍ୟ ରଞ୍ଜନ ପଣ୍ଡା ପ୍ରମୁଖ ପରିବାର ନିୟୋଜନ ଉପରେ ବକ୍ତବ୍ୟ ରଖିଥିଲେ l ଅଂଶଗ୍ରହଣକାରୀ ତଥା ସେବାପ୍ରଦାନକାରି ହିସାବରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ, ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ ବ୍ଲକ୍ ସ୍ତରରେ ସମ୍ବର୍ଧନା କାର୍ଯକ୍ରମରେ ସାମିଲ ହୋଇଥିଲେ l ଚଳିତ ବର୍ଷ ସବୁଠୁ ଭଲ କାର୍ଯ୍ୟ କରିଥିବା ଉପଯୁକ୍ତ କ୍ଷେତ୍ର କର୍ମଚାରୀ ମାନଙ୍କୁ ଜିଲ୍ଲା ସ୍ତରରୁ ସମ୍ବର୍ଧନା କରାଯିବା ସହିତ ସମସ୍ତ ବ୍ଲକ୍ କୁ ସେମାନଙ୍କ ଅବଦାନ ନିମନ୍ତେ ମାନପତ୍ର ଦିଆଯିବ ବୋଲି ମଧ୍ୟ କୁହାଯାଇଥିଲା l ସଠିକ୍ ଭାବରେ ଗୋଷ୍ଠୀ ସ୍ତରରେ କୌଣସି ଯୋଗ୍ୟ ଦମ୍ପତି କୌଣସି ପରିବାର ନିୟୋଜନ ପଦ୍ଧତି ବିନା ଯେପରି ନ ରୁହନ୍ତି ସେଥିପାଇଁ ଗୁରୁତ୍ୱ ଦେବାପାଇଁ ପରାମର୍ଶ ଦିଆଯାଇଥିଲା l ବିଶ୍ୱ ଜନ ସଂଖ୍ୟା ପାଇଁ ଡେପୁଟୀ ମ୍ୟାନେଜର ଡ଼.ପ୍ରଧାନ ଙ୍କ ଦ୍ୱାରା ଲିଖିତ ସଙ୍ଗୀତ କୁ ଏମ୍ .ଓ , ଇନ୍ ଚାର୍ଜ ପାଟକୁରା ଡାକ୍ତର ନିରଞ୍ଜନ କର ଗୋଟେ ଏ ଆଇ ଗ୍ରୁପ୍ ଦ୍ୱାରା ସଙ୍ଗୀତ ଅଡିଓ ର ରୂପ ଦେଇଥିଲେ ତାହା ସମସ୍ତଙ୍କ ଦ୍ୱାରା ପ୍ରଶଂସା କରା ଯାଇଥିଲା l ଜିଲ୍ଲା ସ୍ତରରୁ ଜାତୀୟ ସ୍ୱାସ୍ଥ୍ୟ ମିଶନର ସମସ୍ତ କନ୍ସଲଟାଣ୍ଟ ଉପସ୍ଥିତ ଥିଲେ l ଅନ୍ୟମାନଙ୍କ ମଧ୍ୟରେ ସରକାରୀ ଏ ଏନ୍ ଏମ୍ ତାଲିମ କେନ୍ଦ୍ର ର ପ୍ରିନ୍ସିପାଲ ଅନ୍ୟ ସମସ୍ତ ଷ୍ଟାଫ ଉପସ୍ଥିତ ଥିଲେ l ଏହି କାର୍ଯକ୍ରମ କୁ ଡ. ପ୍ରଧାନ, ଡେପୁଟୀ ମ୍ୟାନେଜର ସଂଯୋଜନା କରିଥିବା ବେଳେ ଜିଲ୍ଲା ଜନ ସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶୁଭ ନାରାୟଣ ନାୟକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ l












Leave a Reply