ନିଃଶୁଳ୍କ ଖାଦ୍ୟ ଓ ପାନୀୟ ବଣ୍ଟନ
ଓଡ଼ଗାଁ,୧୬।୭(ଦର୍ଶନ ସମୀକ୍ଷା): ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଶ୍ଵ କଲ୍ୟାଣ ଆଧ୍ୟାତ୍ମିକ ଚେତନା ସଂଘ, ପୁରୀ ଓ ଶ୍ରୀ ଶ୍ରୀ ରଘୁନାଥ ପରିଷଦ,ମଣିଜଘଂର ମିଳିତ ଆନୁକୁଲ୍ୟରେ ଶ୍ରୀଜଗନ୍ନାଥଙ୍କ ପବିତ୍ର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ୨୦୨୬ ଅବସରରେ ପୂଣ୍ୟଭୂମି ନୀଳାଚଳ ଧାମ ଠାରେ ଭକ୍ତମାନଙ୍କ ପାଇଁ ମାଗଣା ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଏହା ନବଦିନ ବ୍ୟାପୀ ଘୋଷଯାତ୍ରା ରେ ପ୍ରାୟ ଏକ ଲକ୍ଷ ଭକ୍ତମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ବଣ୍ଟନ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଦୈନିକ ସକାଳ ୯ ଟା ଠାରୁ ରାତି ୯ ଟା ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ଖାଦ୍ୟ ପରିବେଷଣ କରାଯିବା ଲାଗି ସ୍ବତନ୍ତ୍ର ଭାବେ ସ୍ବେଚ୍ଛାସେବୀ ମାନଙ୍କୁ ସାଥିରେ ନେଇ କର୍ମୀମାନେ ଲାଗିପଡିଛନ୍ତି। ଏହି ନବଦିନ ବ୍ୟାପି ରାମଚରିତ ମାନସ ଓ ସନ୍ଥ ସମ୍ମିଳନୀର ଆୟୋଜନ କରାଯାଇଛି। ସଂଘର ସଭାପତି ସନ୍ଥ ମନୋହର ଦାସ ମହାରାଜ ଓ ସମ୍ପାଦକ ମହନ୍ତ ବୈକୁଣ୍ଠନାଥ ଦାସଜୀ ମହାରାଜ ଶୃଙ୍ଖଳାର ସହିତ ପରିଚାଳନା କରିବା ସହିତ ସମସ୍ତଙ୍କ ସହଯୋଗକୁ ସୁଶୃଙ୍ଖଳିତ କରିଥିଲେ। ବିଶେଷ ଭାବରେ ସମ୍ପାଦକ ମହନ୍ତ ବୈକୁଣ୍ଠନାଥ ଦାସଜୀ ମହାରାଜ ଜନସାଧାରଣଙ୍କ ମଧ୍ୟରେ ସୁସୂମ୍ପର୍କ ସ୍ଥାପନ କରିଥିବାରୁ ଏହା ସମ୍ପାଦନା ହୋଇପାରୁଛି। ସଂଘର କୋଷାଧ୍ୟକ୍ଷ ବିଜୟାନନ୍ଦ ଦାସଜୀ ମହାରାଜ, କମଳଲୋଚନ ଦାସଜୀ ମହାରାଜ, ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ ମହାରାଜ, ସତ୍ୟନାରାୟଣ ସ୍ବାଇଁ, ସର୍ବେଶ୍ଵର ସାହୁ, ଗିରିଧାରୀ ପରିଡ଼ା, ଭୀମସେନ ସାହୁ,ବ୍ରଜବନ୍ଧୁ ବାରିକ, ସାଧୁ ଭାଇ ଓ ମୀରା ମା ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିବା ଜଣାପଡିଛି।












Leave a Reply