ସମଗ୍ର ବିଶ୍ଵ ଆପଣଙ୍କ ସେ ଶ୍ରୀମୁଖକୁ ଦେଖିବାକୁ ବ୍ୟାକୁଳ ଥିଲା…
15 ଦିନର ଅବଧି ଯେମିତି କାହିଁ କେତେ ଯୁଗ ବିତିଗଲା ପରି ପ୍ରତୀତ କରାଉଥିଲା…ଏପଟେ ମନରେ ଅସହ୍ୟ ବେଦନା ଆପଣ ଅସୁସ୍ଥ ଥିଲେ ଆପଣଙ୍କ ଶ୍ରୀଅଙ୍ଗକୁ ଦରଜ ହେଉଥିବ, ଆପଣ କେମିତି ଥିବେ… ଏଇଆ ଭାବି ଭାବି ୧୫ ଦିନ ଶାନ୍ତିରେ ରହିପାରିନି
ଅନ୍ୟପଟେ ମନରେ ଏକଥା ବି ଆସେ କି ଆପଣଙ୍କୁ କେତେଦିନ ହେଲା ଦେଖିନାହିଁ…
ଆପଣଙ୍କ ଆଖିରେ ମୋ ଆଖି ମିଶେଇ ମୋ ଦୁଃଖ କଷ୍ଟ କହିନାହିଁ…
କେବଳ ଆପଣଙ୍କ କଥା ଭାବି ଭାବି ଆପଣଙ୍କ ପ୍ରତିଛବିକୁ ମନରେ ଆଙ୍କି ବିରହରେ ସାଗରରେ ବୁଡୁଥିଲି… ଆଜି ଏତେଦିନ ପରେ ଆପଣଙ୍କୁ ଦେଖି ସତେ ଯେପରି ପ୍ରତୀତ ହେଉଛି… ମୁଁ ଆଉ ମୁଁ ହେଇ ନାହିଁ, ମୁଁ ଆପଣଙ୍କ ଭିତରେ ହଜି ଯାଇଛି… ଯେମିତି ଗୋଟେ ଘନିଷ୍ଠ ବନ୍ଧୁ (ଭ୍ରାତା ସଦୃଶ) କୁ ଏତେ ଦିନ ପରେ ଦେଖିଲେ ଯେଉଁ ଅନୁଭବ ହୁଏ ମୋ ହୃଦୟ ପଲକରେ ସେହି ଅନୁଭବ ମୁଁ କରୁଛି…
















Leave a Reply