ଗଜପତିର ଚନ୍ଦ୍ରଗିରି ଠାରେ 3 ଦିନ ଧରି ପାଳନ ହୋଇଥିବା ଦଲାଇଲାମାଙ୍କ ୯୧ତମ ଜନ୍ମଦିବସ ଉଦଯାପିତ

Spread the love

ଗଜପତି ଜିଲ୍ଲାର ଛେଳିଗଡ଼ ଜଳସେଚନ ପ୍ରକଳ୍ପ: ବିସ୍ଥାପିତ ୭୮ ପରିବାରଙ୍କ ପାଇଁ ୮.୪୮ କୋଟିର ପୁନର୍ବାସ ପ୍ୟାକେଜ୍

ପାରଳାଖେମୁଣ୍ଡି, 10/7(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲାର ବହୁ ପ୍ରତୀକ୍ଷିତ ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ୭୮ଟି ପରିବାରଙ୍କୁ ପୁନର୍ବାସ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାର ୮ କୋଟି ୪୮ ଲକ୍ଷ ୬୩ ହଜାର ୯୩୨ ଟଙ୍କାର ସଂଶୋଧିତ ଆର୍ଥିକ ପ୍ୟାକେଜ୍ ଅନୁମୋଦନ କରିଛନ୍ତି। ଏନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ଅନୁମୋଦନ ଆଦେଶ ଜାରି ହୋଇଛି।

ସୁଗୁବା, ତିଲିଗାଁ, ଛାଡ଼ିଆପଡ଼ା, କାକିଲି ଓ ବିଦ୍ୟାଧରପୁର ଗ୍ରାମର ୭୮ଟି ବିସ୍ଥାପିତ ପରିବାର ଏହି ସହାୟତାର ସୁବିଧା ପାଇବେ। ଓଡ଼ିଶା ପୁନର୍ବାସ ଓ ପୁନଃଥଇଥାନ ନୀତି–୨୦୦୬ର ନବମ ଦ୍ୱିବାର୍ଷିକ ସଂଶୋଧନ ଅନୁଯାୟୀ ସେମାନଙ୍କୁ ସଂଶୋଧିତ ପୁନର୍ବାସ ପ୍ୟାକେଜ୍ ପ୍ରଦାନ କରାଯିବ।

Oplus_131072

ସରକାର ସ୍ପଷ୍ଟ କରିଛନ୍ତି ଯେ, ବିସ୍ଥାପିତ ପରିବାରମାନଙ୍କର ସ୍ଥାନାନ୍ତରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ହିଁ ସହାୟତା ରାଶି ମୁକ୍ତ କରାଯିବ। ସମସ୍ତ ଅର୍ଥରାଶି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (ଡିବିଟି) ବ୍ୟବସ୍ଥାରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଜମା କରାଯିବ। ଏହାଦ୍ୱାରା ସହାୟତା ବିତରଣରେ ସ୍ୱଚ୍ଛତା ଓ ଜବାବଦେହିତା ସୁନିଶ୍ଚିତ ହେବ ବୋଲି ବିଭାଗ ଆଶା ପ୍ରକାଶ କରିଛି।

ଏଥିସହ ଜିଲ୍ଲା ପ୍ରଶାସନକୁ ହିତାଧିକାରୀଙ୍କ ସମସ୍ତ ଦସ୍ତାବିଜର ଯାଞ୍ଚ କରିବା, ସେମାନେ ପୂର୍ବରୁ ସମାନ ସହାୟତା ପାଇନଥିବା ନିଶ୍ଚିତ କରିବା ଏବଂ କୌଣସି ଜାଲିଆତି କିମ୍ବା ମିଥ୍ୟା ଦସ୍ତାବିଜ ଚିହ୍ନଟ ହେଲେ ତୁରନ୍ତ ଆଇନାନୁଗ ପଦକ୍ଷେପ ଗ୍ରହଣ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଏହି ପୁନର୍ବାସ ସହାୟତା ବାବଦରେ ହେବାକୁ ଥିବା ସମସ୍ତ ବ୍ୟୟ ୨୦୨୬–୨୭ ଆର୍ଥିକ ବର୍ଷର ବଜେଟ୍ ବ୍ୟବସ୍ଥାରୁ ବହନ କରାଯିବ। ପ୍ରକଳ୍ପ ପ୍ରଭାବିତ ପରିବାରଙ୍କ ପୁନର୍ବାସ ପ୍ରକ୍ରିୟାକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ଦିଗରେ ଏହି ଅନୁମୋଦନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଶାସନିକ ମହଲରେ ମତ ପ୍ରକାଶ ପାଇଛି।
ଗଜପତିର ଚନ୍ଦ୍ରଗିରି ଠାରେ 3 ଦିନ ଧରି ପାଳନ ହୋଇଥିବା ଦଲାଇଲାମାଙ୍କ ୯୧ତମ ଜନ୍ମଦିବସ ଉଦଯାପିତ

ପାରଳାଖେମୁଣ୍ଡି, 10/7(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲାର ଚନ୍ଦ୍ରଗିରିସ୍ଥିତ ତିବତ୍ ସେଟଲମେଣ୍ଟ କାର୍ଯ୍ୟାଳୟ ପରିସରରେ ତିବତୀୟ ଧର୍ମଗୁରୁ ପରମ ପବିତ୍ର ଦଲାଇ ଲାମାଙ୍କ ୯୧ତମ ଜନ୍ମଦିବସ ତିନି ଦିନ ଧରି ମହାଆଡ଼ମ୍ବରରେ ପାଳନ କରାଯାଇଛି। ୭୭ତମ ବନ ମହୋତ୍ସବ ଅବସରରେ ଏହି ଜନ୍ମୋତ୍ସବର ଶେଷ ଦିନରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପରିବେଶ ସୁରକ୍ଷାର ବାର୍ତ୍ତା ଦିଆଯାଇଥିଲା।ଏହି ଅବସରରେ ଲାମା ଗୁରୁଜୀ ଯିଗମେ ରିମ୍ପୁଚେ, ବନଖଣ୍ଡ ଅଧିକାରୀ, ଆର୍. ଉଦୟଗିରି ଏସଡିପିଓଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗଦେଇ ଚାରାରୋପଣ କରିଥିଲେ। ବୃକ୍ଷରୋପଣ ମାଧ୍ୟମରେ ପରିବେଶର ସନ୍ତୁଳନ ରକ୍ଷା କରିବା ସହ ସବୁଜ ପୃଥିବୀ ଗଠନରେ ସମସ୍ତଙ୍କ ସହଭାଗିତା ଆବଶ୍ୟକ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଶ୍ୱରେ ଶାନ୍ତି, ସଦ୍ଭାବନା ଓ ମାନବ କଲ୍ୟାଣ କାମନା କରିବା ସହ ପରମ ପବିତ୍ର ଦଲାଇ ଲାମାଙ୍କ ସୁସ୍ଥତା ଏବଂ ଦୀର୍ଘାୟୁ ପାଇଁ ସାମୂହିକ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ତିବତୀୟ ସମ୍ପ୍ରଦାୟର ବହୁ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକମାନେ ଉପସ୍ଥିତ ରହି ଉତ୍ସବକୁ ସଫଳ କରିଥିଲେ।
[ଅଡବା ପୋଲିସର ସଫଳତା: ବେଆଇନ ଦେଶୀମଦ ଜବତ, ଜଣେ ଗିରଫ

ପାରଳାଖେମୁଣ୍ଡି, 10/7(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲା ଅଡବା ଥାନା ପୋଲିସକୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ସଫଳତା ମିଳିଛି। ଥାନା ଅନ୍ତର୍ଗତ ପଟୁମା ଗାଁରେ ବେଆଇନ ଭାବେ ମଦ ଗଚ୍ଛିତ ରଖାଯାଇଥିବା ସୂଚନା ପାଇ ପୋଲିସ ଚଢ଼ାଉ କରିବା ସହ ବିପୁଳ ପରିମାଣର ମଦ ଜବତ କରିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଅଡବା ଥାନା ଅଧିକାରୀ ସନ୍ତୋଷ କୁମାର ବିଶୋୟୀଙ୍କ ତତ୍ତ୍ୱାବଧାନରେ ଏବଂ ଏକଜୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

Oplus_131072

ଏସ୍‌ଆଇ ପ୍ରସନ୍ନ କୁମାର ପରିଡାଙ୍କ ନେତୃତ୍ୱରେ ପୋଲିସ ଟିମ୍ ପାଟୁମା ଗ୍ରାମର ମୁନା ବିଷୋୟୀଙ୍କ ଘରେ ଚଢ଼ାଉ କରି ତଲାସି କରିଥିଲା। ଏହି ଚଢ଼ାଉ ସମୟରେ ପୋଲିସ ଘର ଭିତରୁ ୫୦ ଲିଟର ଦେଶୀ ମହୁଲି ମଦ, ୨୦ଟି କିଙ୍ଗଫିସର ବିୟର ବୋତଲ ଏବଂ ୧୯ଟି କିଙ୍ଗଫିସର ବିୟର କ୍ୟାନ୍ ସମେତ ସର୍ବମୋଟ ୭୨.୫ ଲିଟର ମଦ ଜବତ କରିଛି। ବେଆଇନ ଭାବେ ବିକ୍ରି କରିବା ଉଦ୍ଦେଶ୍ୟରେ ଏହି ସବୁ ମଦ ଗଚ୍ଛିତ ରଖାଯାଇଥିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ମୁନା ବିଷୋୟୀ (୨୨)ଙ୍କୁ ଗିରଫ କରିଛି। ଏହି ବେଆଇନ କାରବାର ନେଇ ଅଡବା ଥାନାରେ ମାମଲା ନମ୍ବର ୫୨/୨୬ ରୁଜୁ କରାଯାଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *