ମୁଁ ଯେତେବେଳେ ଆଉଟଲୁକ ମାଗାଜିନ୍ ର ମୂଖ୍ୟ ସମ୍ପାଦକ ଥିଲି CEO ଇନ୍ଦ୍ରନୀଲ ରୟଙ୍କୁ କହିଲି- ନ୍ୟୁଜ ମାଗାଜିନ କଣ ଫେସନ ଓ ବ୍ୟୁଟି ଲେଖା ଛାପିବ ମୁଁ ଚାକିରୀ ଛାଡ଼ିଦେଉଛି, ଚାକିରି ଛାଡ଼ିଦେଲି -ରୁବେନ ବାନାର୍ଜୀ

Spread the love

ରୁବେନ ବାନାର୍ଜୀ, ପୂର୍ବତନ ମୁଖ୍ୟ ସମ୍ପାଦକ ‘ଆଉଟଲୁକ’:

“୩ ବର୍ଷ ଆଉଟଲୁକ ମୁଖ୍ୟ ସମ୍ପାଦକ ରହିବା ପରେ ‘Missing’ ଷ୍ଟୋରୀ ଛାପି ମୋ ଚାକିରୀ ଚାଲିଗଲା। ମୋତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବଳ ହ୍ଵାଟ୍ସଆପରେ ଫୋନ କଲେ- ‘ଦାଦା କଣ ସତରେ ତମେ ଏମିତି ଷ୍ଟୋରୀ ଛାପୁଛ?’
ଅନେକ ବିଜେପି ନେତା ଚିନ୍ହି ଥିଲେ ବି ଆଉ କୌଣସି ନେତା କଥା ହେଲେନି।

Oplus_131072

ବମ୍ବେରେ ରହୁଥିବା ଆଉଟଲୁକର ମାଲିକ ରାଜନ ରହେଜା ଓ ତାଙ୍କ ଦୁଇ ପୁଅଙ୍କର ଏକ୍ସାଇଡ଼ ବ୍ୟାଟେରୀ ବିଜନେସଠାରୁ ରିଏଲ ଇଷ୍ଟେଟ ବିଜନେସ ରହିଛି।
ଜଣେ ବନ୍ଧୁ କହୁଥିଲେ- ₹୫୦ ହଜାର କୋଟି ସମ୍ପତ୍ତିର ସୁରକ୍ଷା ପାଇଁ ଯେତେବେଳେ ଜଣେ ₹୫୦ କୋଟିରେ ମିଡ଼ିଆ ଆଉଟଲେଟ ଖୋଲୁଛନ୍ତି, ସେ ତ ଅଧିକ ଟଙ୍କାର ସୁରକ୍ଷା ପାଇଁ ଗୁରୁତ୍ୱ ଦେବେ! ସତ୍ୟ ସହ ରହିଲେ ବ୍ୟକ୍ତିଗତ କ୍ଷତି ହେବ!

ପ୍ରଥମେ ସମ୍ପାଦକ ଭାବେ ଯଥେଷ୍ଟ ସ୍ୱାଧୀନତା ଦେଉଥିବା ରହେଜା ପରିବାର କ୍ରମଶଃ ମୋ ଉପରେ ଅସନ୍ତୁଷ୍ଟ ହୋଇପଡିଲେ। ରହେଜାଙ୍କ ପୁଅ ଅକ୍ଷୟ କହିଲେ ଆମେ ଏତେ ଚାପ ସମ୍ଭାଳି ପାରିବୁ ନାହିଁ।
ମୁଁ CEO ଇନ୍ଦ୍ରନୀଲ ରୟଙ୍କୁ କହିଲି- ନ୍ୟୁଜ ମାଗାଜିନ କଣ ଫେସନ ଓ ବ୍ୟୁଟି ଲେଖା ଛାପିବ? ମୁଁ ଚାକିରୀ ଛାଡ଼ିଦେଉଛି।
ମାଲିକ/ ପ୍ରମୋଟର କମ୍ପାନୀ କ୍ଷତି କରୁଥିବା କହିବାରୁ ମୁଁ ୩୦% ଲୋକଙ୍କୁ ଚାକିରିରୁ କାଢ଼ିବାକୁ ବାଧ୍ୟ ହୋଇଥିଲି। ବ୍ରିଟେନରେ ମିଡ଼ିଆ ପବ୍ଲିକ ଫଣ୍ଡରେ ଚାଲେ, ଭାରତରେ ସେମିତି ହେଉନି!”

Book: Editor Missing: The Media in Today’s India,
Ruben Banerjee (2022)

Leave a Reply

Your email address will not be published. Required fields are marked *