Spread the love

ପିଏମଶ୍ରୀ ସର୍ଦ୍ଦାର ଅନ୍ତର୍ଯ୍ୟାମୀ ହାଇସ୍କୁଲ୍ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ

ବୁଗୁଡ଼ା,୭।୭(ଡ.କୁମୁଦ ଚନ୍ଦ୍ର ବେହେରା): ଦର୍ଶନ ସମୀକ୍ଷା

ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ପିଏମଶ୍ରୀ ସର୍ଦ୍ଦାର ଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ ହୋଇ ଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସରୋଜିନୀ ହାଁସଦା ଛାତ୍ର, ଛାତ୍ରୀମାନଙ୍କୁ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ବିଷୟରେ ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମ ଅତିଥି ଭାବେ ଯ ଦକ୍ଷିଣ ଘୁମୁସର ବନଖଣ୍ଡ ର ଫରେଷ୍ଟର ଶ୍ରୀ ସୁଧୀର କୁମାର ପଟ୍ଟନାୟକ , ଫରେଷ୍ଟ ଗାର୍ଡ ଶ୍ରୀ ଦଣ୍ଡ ପାଣି ଶବର ଓ ଶ୍ରୀମତୀ ଯଶଶ୍ଵିନି ସାହୁଙ୍କ ସମେତ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ନାୟକ, ଶ୍ରୀମତୀ ଡି. ଚାନ୍ଦିନୀ ଆଚାରୀ (ସରପଞ୍ଚ ବି. କରଡ଼ାବାଡି) , ଶ୍ରୀମତୀ ଚାନ୍ଦିନୀ ନାୟକ,ଜିଲ୍ଲା ପରିଷଦ,ପିଏମଶ୍ରୀ ସର୍ଦ୍ଦାର ଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ବନ ମହୋତ୍ସବ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବିଦ୍ୟାଳୟର ସ୍କାଉଟ ଓ ଗାଇଡ ଛାତ୍ର ଓ ଛାତ୍ରୀମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *