Spread the love

ବଡ଼ବିଲ ବନାଞ୍ଚଳରେ ଉନ୍ନତ ଚୁଲା, ଶସ୍ୟ ବାକ୍ସ ଓ ଟର୍ଚ୍ଚ ଲାଇଟ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ । ଉପକୃତ 300ଉର୍ଦ୍ଧ ହେଲେ ସ୍ଥାନୀୟ ବାସିନ୍ଦା ।

ଦର୍ଶନ ସମୀକ୍ଷା, ବଡ଼ବିଲ
ତା =06/07/2026
ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ବଡ଼ବିଲ ବନାଞ୍ଚଳ ପକ୍ଷରୁ ଏକ ଜନହିତକର ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ପରିବେଶ ସୁରକ୍ଷା ଏବଂ ଜଙ୍ଗଲ କୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କ ଜୀବନଶୈଳୀରେ ସୁଧାର ଆଣିବା ଲକ୍ଷ୍ୟରେ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଯୋଗ୍ୟ ହିତାଧିକାରୀମାନଙ୍କୁ କମ୍ କାଠରେ ରୋଷେଇ ହୋଇପାରିବା ଭଳି ଶହେ ୬୯ଟି ଉନ୍ନତ ଚୁଲା, ଖାଦ୍ୟଶସ୍ୟକୁ ସୁରକ୍ଷିତ ଏବଂ କୀଟପତଙ୍ଗ ମାନଙ୍କଠାରୁ ଦୂରରେ ରଖିବା ପାଇଁ ୨ଶହ ୫୦ଟି ଶସ୍ୟ ବାକ୍ସ ବଣ୍ଟନ କରାଯାଇଥିବା ବେଳେ, ରାତି ସମୟରେ ବନ୍ୟଜନ୍ତୁଙ୍କଠାରୁ ସୁରକ୍ଷା ଏବଂ ଗମନାଗମନର ସୁବିଧା ପାଇଁ ୨ଶହ ଟର୍ଚ୍ଚ ଲାଇଟ୍ ମଧ୍ୟ ଆବଣ୍ଟନ କରାଯାଇଛି

ବଡ଼ବିଲ ବନାଞ୍ଚଳ ଅଧିକାରୀ ସଞ୍ଜୀବ କୁମାର ରାଉତ୍ ଓ ବନ କର୍ମଚାରୀମାନଙ୍କ ଉପସ୍ଥିତିରେ ସ୍ଥାନୀୟ ରେଞ୍ଜ ଅଫିସ ପରିସରରେ ହିତାଧିକାରୀମାନଙ୍କୁ ଏହି ସାମଗ୍ରୀଗୁଡ଼ିକ ହସ୍ତାନ୍ତର କରାଯାଇଥିଲା। ବିଭାଗର ଏଭଳି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି। ଏହି ପଦକ୍ଷେପ ଜଙ୍ଗଲ ଉପରେ ସ୍ଥାନୀୟ ଲୋକଙ୍କ ନିର୍ଭରଶୀଳତା କମାଇବା ସହ ସେମାନଙ୍କ ଦୈନନ୍ଦିନ ଜୀବନକୁ ସହଜ କରିବାରେ ବେଶ୍ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।

୧. ବାଇଟ୍ – ସଞ୍ଜୀବ କୁମାର ରାଉତ୍, ବନାଞ୍ଚଳ ଅଧିକାରୀ, ବଡ଼ବିଲ

Leave a Reply

Your email address will not be published. Required fields are marked *