ଇଡ଼କୋ ବ୍ଲକ୍ ସ୍ତରୀୟ ଷ୍ଟାଡିୟମ୍ ପ୍ରକଳ୍ପରେ ‘ବ୍ଲାକ୍ ସ୍ପଟ୍’ ହେବ !
ଭୁବନେଶ୍ୱର : ରଜତ କୁମାର ମହାପାତ୍ର (ଦର୍ଶନ ସମୀକ୍ଷା) ରାଜ୍ୟ ସରକାର ର କ୍ରୀଡା ବିଭାଗ ବ୍ଲକ ସ୍ତର ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅନ୍ୟ ନିର୍ମାଣ ବିଭାଗ ସହ ଇଡ଼କୋ କୁ ଦାୟିତ୍ୱ ଦେଇଥିବା ବେଳେ ଇଡ଼କୋ ଟେଣ୍ଡର ସରିଛି, ହେଲେ କାର୍ଯ୍ୟ କାହିଁକି ଆଗକୁ ବଢୁନି ବିଭାଗ ର ସମସ୍ୟା କେଉଁଠି ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ରାଜ୍ୟ ସରକାରଙ୍କ ୧୬୯ଟି ବ୍ଲକ୍ ସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ ପ୍ରକଳ୍ପ ମଧ୍ୟରୁ ୬୯ଟି ପ୍ରକଳ୍ପର କାର୍ଯ୍ୟ ଦାୟିତ୍ୱ ଇଡ଼କୋ କୁ ଦିଆଯାଇଛି। କିନ୍ତୁ ଅନ୍ୟ ବିଭାଗ, ଯଥା ଗ୍ରାମ୍ୟ ଉନ୍ନୟନ ଓ ଲୋକ ନିର୍ମାଣ ବିଭାଗ ଅନେକ ପ୍ରକଳ୍ପରେ କାର୍ଯ୍ୟାଦେଶ ଜାରି କରି କାମ ଆରମ୍ଭ କରିଥିବାବେଳେ, ଇଡ଼ କୋ ଅଧୀନରେ ଥିବା ଅଧିକାଂଶ ପ୍ରକଳ୍ପ ଏପର୍ଯ୍ୟନ୍ତ କେବଳ ଟେଣ୍ଡର ପ୍ରକ୍ରିୟାରେ ଅଟକି ରହିଛି।
ପ୍ରାୟ ୩ରୁ ୪ ମାସ ବିତିଯାଇଥିଲେ ମଧ୍ୟ କାମ ଆରମ୍ଭ ନ ହେବା ପ୍ରଶାସନିକ ଧୀରଗତି ଓ କାର୍ଯ୍ୟକାରିତା ରେ ବିଳମ୍ବକୁ ସ୍ପଷ୍ଟ କରୁଛି। ଏଭଳି ସ୍ଥିତି ଜାରି ରହିଲେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ଯୋଜନାରେ ଇଡ଼କୋ ଏକ ‘ବ୍ଲାକ୍ ସ୍ପଟ୍’ ଭାବେ ପରିଗଣିତ ହେବାର ଆଶଙ୍କା ରହିଛି।
କଳା ତାଲିକା ଯୁକ୍ତ ହେବା ପୂର୍ଵ ରୁ ଇଡ଼କୋ କମିଶନର ଦୃଷ୍ଟି ଦେବା ଆବଶ୍ୟକ।












Leave a Reply