କାଣ୍ଡ ମୁଣି//ଆଧୁନିକ ହିନ୍ଦୀ ଓ ଓଡ଼ିଆରେ ବହୁଳ ପ୍ରଚଳିତ,ଉଦାହରଣ: ହତ୍ୟାକାଣ୍ଡ, ଦୁର୍ନୀତିକାଣ୍ଡ, ଘୋଟାଲାକାଣ୍ଡ ଜଘନ୍ୟ କାଣ୍ଡ ଇତ୍ଯାଦି ଇତ୍ୟାଦି -ତୁଷାରକାନ୍ତ ଶତପଥୀ ଭୁବନେଶ୍ୱର

Spread the love


“ଗୋଟିଏ ଶବ୍ଦ ‘କାଣ୍ଡ, ଯାହାର ଅଛି ଅନେକ ଭାବ’ଉପରେ ଆଧାରିତ, ବାସ୍ ଏତିକି।”
(୧)”ଉଦାହରଣ”:-
“କାଣ୍ଡ” ଶବ୍ଦଟି ସଂସ୍କୃତ “काण्ड (kāṇḍa)” ରୁ ଆସିଛି ଏବଂ ଓଡ଼ିଆ ଓ ହିନ୍ଦୀରେ ପ୍ରସଙ୍ଗ ଅନୁଯାୟୀ ଅନେକ ଅର୍ଥରେ ବ୍ୟବହୃତ ହୁଏ।
“ଏହାର ମୁଖ୍ୟ ଭାବାର୍ଥ ଗୁଡ଼ିକ ହେଉଛି 👇”:-
(କ)ଅଧ୍ୟାୟ ବା ଭାଗ – କୌଣସି ବଡ଼ ଗ୍ରନ୍ଥର ବିଭାଗ,
ଉଦାହରଣ: ବାଳକାଣ୍ଡ, ଅଯୋଧ୍ୟାକାଣ୍ଡ, ସୁନ୍ଦରକାଣ୍ଡ।
(ଖ)ଶର (ତୀର) – ପୁରାତନ ସଂସ୍କୃତ ସାହିତ୍ୟରେ “କାଣ୍ଡ”ର ଏହି ଅର୍ଥ ମଧ୍ୟ ମିଳେ, ଯଦିଓ ଆଜିକାଲି ବହୁତ କମ୍ ବ୍ୟବହୃତ।
(ଗ)ଗଛର କାଣ୍ଡ (Stem/Trunk),
ଉଦ୍ଭିଦର ମୁଖ୍ୟ ଅଂଶ,
ଯେପରି: କଦଳୀ କାଣ୍ଡ, ଆଖୁ କାଣ୍ଡ।
(ଘ)ଅସ୍ୱାଭାବିକ, ଚର୍ଚ୍ଚିତ ବା ଅପରାଧମୂଳକ ଘଟଣା ,
ଯାହା ଆଧୁନିକ ହିନ୍ଦୀ ଓ ଓଡ଼ିଆରେ ବହୁଳ ପ୍ରଚଳିତ,
ଉଦାହରଣ: ହତ୍ୟାକାଣ୍ଡ, ଦୁର୍ନୀତିକାଣ୍ଡ, ଘୋଟାଲାକାଣ୍ଡ।
(ଙ)ଘଟଣା ବା ପ୍ରସଙ୍ଗ (Incident/Episode) – ସବୁବେଳେ ନକାରାତ୍ମକ ନୁହେଁ,
ଉଦାହରଣ: ଏହା ଏକ ମଜାଦାର କାଣ୍ଡ ଥିଲା।
(ଚ)ମୂଳ ଅଂଶ ବା ଖଣ୍ଡ – କିଛି ପୁରାତନ ଗ୍ରନ୍ଥ ଓ ବୈଦିକ ସାହିତ୍ୟରେ କୌଣସି ବିଷୟର ଏକ ପ୍ରମୁଖ ବିଭାଗକୁ ମଧ୍ୟ “କାଣ୍ଡ” କୁହାଯାଏ,
ଯେପରି: କର୍ମକାଣ୍ଡ, ଜ୍ଞାନକାଣ୍ଡ, ଉପାସନାକାଣ୍ଡ।
(୨) “କାଣ୍ଡ”ଶବ୍ଦଟିର ଏଭଳି ୦୬ଟି ଭାବାର୍ଥ ମଧ୍ୟରୁ
ଉପରେଥିବା “କ(ଅଧ୍ୟାୟ ବା ଭାଗ)”
ଓ “ଘ (ଅସ୍ୱାଭାବିକ, ଚର୍ଚ୍ଚିତ ବା ଅପରାଧମୂଳକ ଘଟଣା)”
ଉପରେ ଆଜିର ଆଲୋଚନାଟି ଆଧାରିତ।
(କ)ସନ୍ଥ ତୁଳସୀଦାସଙ୍କ ରଚିତ ” ରାମଚରିତ ମାନସ”ରେ
ସମୁଦାୟ
()”ବାଳ କାଣ୍ଡ” (ବାଲ୍ୟକାଳର ଅଧ୍ୟାୟ), ()”ଅଯୋଧ୍ୟା କାଣ୍ଡ” (ଅଯୋଧ୍ୟାର ଅଧ୍ୟାୟ,ଯେଉଁଥିରେ ମୁଖ୍ୟତଃ
ବନବାସ ଆଡ଼କୁ ଗତି କରୁଥିବା ଘଟଣାବଳୀ ଉପରେ
ଆଧାରିତ),
()”ଅରଣ୍ୟ କାଣ୍ଡ” (ଅରଣ୍ୟ ବା ଜଙ୍ଗଲ ଜୀବନର ଅଧ୍ୟାୟ), ()”କିଷ୍କିନ୍ଧ୍ୟା କାଣ୍ଡ” (ବାନର ସାମ୍ରାଜ୍ୟ କିଷ୍କିନ୍ଧ୍ୟାର ଅଧ୍ୟାୟ),
()”ସୁନ୍ଦର କାଣ୍ଡ” (ସୁନ୍ଦର ଅଧ୍ୟାୟ, ଯାହା ମୁଖ୍ୟତଃ ହନୁମାନଜୀଙ୍କ ଯାତ୍ରା ପାଇଁ ସମର୍ପିତ), ()”ଲଙ୍କା କାଣ୍ଡ” (ଲଙ୍କାର ଅଧ୍ୟାୟ ,ଏହାକୁ ଯୁଦ୍ଧ କାଣ୍ଡ ମଧ୍ୟ
କୁହାଯାଏ, ଯେଉଁଥିରେ ଯୁଦ୍ଧର ସବିଶେଷ ବିବରଣୀ ରହିଛି),
(*)”ଉତ୍ତର କାଣ୍ଡ “(ଶେଷ ଅଧ୍ୟାୟ, ଯେଉଁଥିରେ ପରବର୍ତ୍ତୀ
ସମୟର ଘଟଣାବଳୀ, ଶ୍ରୀରାମଙ୍କ ରାଜ୍ୟାଭିଷେକ ଏବଂ
ଦାର୍ଶନିକଆଲୋଚନା ସମୂହ ରହିଛି), ଏହିଭଳି ୦୭ଟି
“କାଣ୍ଡ ବା ଅଧ୍ୟାୟ ରହିଛି।
(ଖ) ଆମେ ଯେତେବେଳେ ଉପରେଥିବା,
“ଅଯୋଧ୍ୟା କାଣ୍ଡ ବା ଅଧ୍ୟାୟ” ସହିତ ” କାଣ୍ଡ” ର ଆଉ
ଗୋଟିଏ ଭାବାର୍ଥ ,
“ଅସ୍ୱାଭାବିକ, ଚର୍ଚ୍ଚିତ ବା ଅପରାଧମୂଳକ ଘଟଣା ,
ଯାହା ଆଧୁନିକ ହିନ୍ଦୀ ଓ ଓଡ଼ିଆରେ ବହୁଳ ପ୍ରଚଳିତ,
ଉଦାହରଣ: ହତ୍ୟାକାଣ୍ଡ, ଦୁର୍ନୀତିକାଣ୍ଡ, ଘୋଟାଲାକାଣ୍ଡ”କୁ
ତୁଳନା କରନ୍ତି,ସେତେବେଳେ,
“ଅଯୋଧ୍ୟାରେଥିବା ଶ୍ରୀରାମଙ୍କମନ୍ଦିର ନିର୍ମାଣ ପାଇଁ
ହୋଇଥିବା ଜମି ଘୋଟାଲାରୁ ଏବେ ଏବେ ଆତ୍ମପ୍ରକାଶ
କରିଥିବା ମନ୍ଦିରର ଦାନପାତ୍ରରୁ ଅର୍ଥ ହଡ଼ପ ଘୋଟାଲା”ର
ସମ୍ମୁଖୀନ ହୁଅନ୍ତି।
(୩) ଏଇଠି ମନେ ପଡୁଛି,
“यदुपते क्व गता मथुरापुरी
रघुपते क्व गतोत्तरा-कोशलाः।
इति विचिन्त्य कुरुष्व मनः स्थिरं
न सदिदं जगदित्यवधारय॥” ସଂସ୍କୃତ ଶ୍ଳୋକଟିଏ,
ଯାହା ଓଡ଼ିଆ ଅକ୍ଷରରେ ହେଉଛି;
“ଯଦୁପତେ କ୍ୱ ଗତା ମଥୁରାପୁରୀ,
ରଘୁପତେ କ୍ୱ ଗତୋତ୍ତରା-କୋଶଳାଃ।
ଇତି ବିଚିନ୍ତ୍ୟ କୁରୁଷ୍ୱ ମନଃ ସ୍ଥିରଂ,
ନ ସଦିଦଂ ଜଗଦିତ୍ୟବଧାରୟ॥” ,
ଏବଂ ଓଡ଼ିଆ ଭାଷାରେ ଏହାର ଭାବାର୍ଥ ହେଉଛି:
“ହେ ମନ! ଭାବି ଦେଖ, ଆଜି ଯଦୁବଂଶର ମହାରାଜ ଶ୍ରୀକୃଷ୍ଣଙ୍କର ସେହି ମହାନ ମଥୁରା ନଗରୀ ଏବଂ ରଘୁବଂଶୀ ଶ୍ରୀରାମଙ୍କର ସେହି ମହାନ ଉତ୍ତର କୋଶଳ ରାଜ୍ୟ କେଉଁଠି?
ଏପରି ଚିନ୍ତା କରି ନିଜ ମନକୁ ସ୍ଥିର କର ଏବଂ ଏହି ଦୃଶ୍ୟମାନ ଜଗତ ନିତ୍ୟ ନୁହେଁ, ଅନିତ୍ୟ ବୋଲି ଦୃଢ଼ଭାବେ ବୁଝ”,
ଏବଂ,ଏହି ଶ୍ଳୋକଟିର ଶିକ୍ଷା ହେଉଛି,
“ପୃଥିବୀର ସବୁଠୁ ବଡ଼ ରାଜ୍ୟ, ନଗରୀ, ଐଶ୍ୱର୍ଯ୍ୟ ଓ ପ୍ରଭାବ ମଧ୍ୟ କାଳକ୍ରମେ ପରିବର୍ତ୍ତିତ ହୁଏ। ତେଣୁ ମନୁଷ୍ୟ ଅନିତ୍ୟ ବସ୍ତୁ ପ୍ରତି ଅତ୍ୟଧିକ ଆସକ୍ତ ନହୋଇ ନିତ୍ୟ ତତ୍ତ୍ୱ (ପରମାତ୍ମା) ଉପରେ ମନ ସ୍ଥିର କରିବା ଉଚିତ।”
(୪) କିନ୍ତୁ,”ମନୁଷ୍ୟ ଅନିତ୍ୟ ବସ୍ତୁ ପ୍ରତି ଅତ୍ୟଧିକ ଆସକ୍ତ ନହୋଇ ନିତ୍ୟ ତତ୍ତ୍ୱ (ପରମାତ୍ମା) ଉପରେ ମନ ସ୍ଥିର କରିବା ଉଚିତ”ଭଳି ଉପଦେଶଟି “କେବଳ ପୋଥି ବାଇଗଣ 🍆” ଋପେ (ଦେଖି ହେବ କିନ୍ତୁ ଛୁଇଁ ବା ଖାଇ ହେବନାହିଁ)ହୋଇ ରହିଯାଇଥିବାରୁ ତ,
“ଶ୍ରୀରାମ’ଙ୍କ ମନ୍ଦିର ନିର୍ମାଣ ପାଇଁ ଜମି ଅଧିଗ୍ରହଣରେ ହେରାଫେରି ଓ ଖୋଦ୍ ତାଙ୍କରି ଦାନପତ୍ରରୁ, ତାଙ୍କ ଆଖି ସାମ୍ନାରେ ବି ଚୋରୀ ଏବଂ ସେ ନିଶ୍ଚଳ, ନିର୍ବିକାର।”
(୫)ସନ୍ଥ କବୀରଦାସଙ୍କ ରଚିତ ପ୍ରସିଦ୍ଧ ଭଜନ,
“मुसाफिर जाग जरा” ର ମୋ କର୍ତ୍ତୃକ ଓଡ଼ିଆ ଭାଷାରେ ଅନୁବାଦିତ ତଥା ଲିଖିତ ସାରାଂଶଟି ହେଉଛି,

(କ) ମୋହ-ନିଦ୍ରାରୁ ଜାଗ୍ରତ ହେବାର ଆହ୍ୱାନ:-
“ମୁସାଫିର ସୋୟା କ୍ୟା ପାଏ, ଜୋ ଜାଗେ ସୋ ପାଏ ।”
ଏହି ସଂସାରରେ ମଣିଷ ଜଣେ ପଥିକ ବା ମୁସାଫିର ଭଳି। କବୀର କହିଛନ୍ତି ଯେ ଯିଏ ମୋହମାୟା ଏବଂ ଅଜ୍ଞାନତାର ନିଦରେ ଶୋଇରହେ, ସେ ଜୀବନର ପ୍ରକୃତ ଉଦ୍ଦେଶ୍ୟ (ଈଶ୍ଵର ପ୍ରାପ୍ତି କିମ୍ବା ଆତ୍ମଜ୍ଞାନ) ହରାଇବସେ। ଯିଏ ସଜାଗ ବା ଜାଗ୍ରତ ରହେ, ସେ ହିଁ ପରମ ସତ୍ୟକୁ ପାଇପାରେ,
(ଖ)ସମୟର ଚୋରି ଏବଂ ସଂସାରର ମାୟା:-
“ତେରେ ଗଠରୀ ମେଁ ଲାଗା ଚୋର, ମୁସାଫିର ଜାଗ ଜରା ॥”
ଏଠାରେ ‘ଗଠରୀ’ (ମୁଣି) ହେଉଛି ଆମର ଆୟୁଷ ବା ଜୀବନ, ଏବଂ ‘ଚୋର’ ହେଉଛି ସମୟ (କାଳ)। ଆମ ଅଜାଣତରେ ପ୍ରତି ମୁହୂର୍ତ୍ତରେ ଆମର ଆୟୁଷ କମି କମି ଚାଲିଛି। କବୀର ଚେତେଇ ଦେଉଛନ୍ତି ଯେ ସମୟ ସବୁକିଛି ଲୁଟିନେବା ପୂର୍ବରୁ ନିଜ ଜୀବନକୁ ସାର୍ଥକ କର।
(ଗ) ଶରୀରର ନଶ୍ୱରତା:-
“ପାଞ୍ଚ ପଚିସ କା ବନା ହୈ ପିଞ୍ଜରା, ତାମେଁ ଜୀବ ଅନୁରାଗୀ ।”
ପାଞ୍ଚ ପଚିସର ଅର୍ଥ: ଆମ ଶରୀର ପଞ୍ଚଭୂତ (କ୍ଷିତି, ଅପ୍, ତେଜ, ମରୁତ୍, ବ୍ୟୋମ) ଏବଂ ୨୫ଟି ପ୍ରକୃତିର ତତ୍ତ୍ୱରେ ଗଢ଼ା ଏକ ପିଞ୍ଜରା ସଦୃଶ।ଏହି ନଶ୍ୱର ଶରୀର ଭିତରେ ଆତ୍ମା (ଜୀବ) ମାୟାରେ ବାନ୍ଧିହୋଇ ରହିଛି। କିନ୍ତୁ ଯେତେବେଳେ ଏହି ପିଞ୍ଜରାରୁ ପ୍ରାଣ ପକ୍ଷୀ ଉଡ଼ିଯିବ, ସେତେବେଳେ ଏହି ଦେହର କୌଣସି ମୂଲ୍ୟ ରହିବ ନାହିଁ। କେହି କ୍ଷଣେ ହେଲେ ବି ଏହାକୁ ଘରେ ରଖିବାକୁ ଚାହିଁବେ ନାହିଁ।
(ଘ)ସାଂସାରିକ ସମ୍ପର୍କର କ୍ଷଣଭଙ୍ଗୁରତା:-
“ମାତା ରୋବେ ବେଟା-ବେଟା, ବେହେନ ରୋବେ ବୀରା…”
ମୃତ୍ୟୁ ପରେ ମା’ ପୁଅ ପାଇଁ କାନ୍ଦେ, ଭଉଣୀ ଭାଇ ପାଇଁ କାନ୍ଦେ, ଏବଂ ସ୍ତ୍ରୀ ମଧ୍ୟ ନିଜର ଭବିଷ୍ୟତ ଭାବି କାନ୍ଦିଥାଏ। କିନ୍ତୁ ଏହି ସବୁ ସମ୍ପର୍କ କେବଳ ସଂସାରର ରୀତି ଏବଂ ଏହା ସୀମିତ ସମୟ ପାଇଁ। ଶେଷରେ ସମସ୍ତଙ୍କୁ ଏକାକୀ ହିଁ ଯିବାକୁ ପଡ଼େ, ଯେମିତି “ଦାସ କବୀର” ଚାଲିଗଲେ।
(ଙ) ଉପସଂହାର (ସାରକଥା):–
ଏହି ଭଜନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମଣିଷକୁ ତା’ର ଅହଂକାର, ମାୟା ଓ ମୋହରୁ ମୁକ୍ତ କରିବା। ଜୀବନ ଅନିତ୍ୟ। ମୃତ୍ୟୁ ଅନିବାର୍ଯ୍ୟ। ତେଣୁ ସଂସାରର ଅସାର ମୋହରେ ସମୟ ନଷ୍ଟ ନକରି, ଜୀବନ ଥାଉ ଥାଉ ସତ୍କର୍ମ ଓ ଭଗବତ୍ ସ୍ମରଣ କରିବା ଉଚିତ।
କିନ୍ତୁ ବର୍ତ୍ତମାନ ସମୟରେ ମୋ ଦୃଷ୍ଟିରେ ଏକ ଭିନ୍ନ ଚିତ୍ର ଦେଖାଯାଉଛି। ଦେଶର ସମ୍ପତ୍ତି କେତେକ ହାତରେ କେନ୍ଦ୍ରୀଭୂତ ହେଉଛି। ସେହି ଆର୍ଥିକ ପ୍ରଭାବ ମାଧ୍ୟମରେ ସାମ୍ବିଧାନିକ ଓ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ କରାୟତ୍ତ କରିବାର ପ୍ରୟାସ ଚାଲିଛି ବୋଲି ମୋର ମନେହୁଏ। ଏହାର ପ୍ରଭାବ ନିର୍ବାଚନୀ ପ୍ରକ୍ରିୟା ଉପରେ ମଧ୍ୟ ପଡ଼ୁଛି ବୋଲି ଅନେକେ ମତ ପ୍ରକାଶ କରୁଛନ୍ତି।
ଏଭଳି ପରିସ୍ଥିତିରେ ସନ୍ଥ କବୀରଦାସଙ୍କ “ମୁସାଫିର ଜାଗ ଜରା”, ଆମର ସନ୍ଥ ଭକ୍ତ ଚରଣ ଦାସଙ୍କ “ମନବୋଧ ଚଉତିଶା”, ତଥା ପଞ୍ଚସଖା ଯୁଗର ସନ୍ଥ କବି ଯଶୋବନ୍ତ ଦାସ ରଚିତ ‘ଗୀତ ଗୋବିନ୍ଦଚନ୍ଦ୍ର’ ଏବଂ ସେହି ଗ୍ରନ୍ଥକୁ ଆଧାର କରି କବି ଯୋଗୀନ୍ଦ୍ର ବିପ୍ର ରଚିତ ‘ଟୀକା ଗୋବିନ୍ଦଚନ୍ଦ୍ର’ରେ ବର୍ଣ୍ଣିତ ସଂସାରର କ୍ଷଣଭଙ୍ଗୁରତା ଓ ନାଥ ସମ୍ପ୍ରଦାୟର ଗୁରୁ-ଶିଷ୍ୟ ପରମ୍ପରାର ଉପଦେଶଗୁଡ଼ିକ ଆଜି କେବଳ ପାଠ୍ୟବସ୍ତୁରେ ସୀମିତ ରହିଯାଇଛି ବୋଲି ମନେହୁଏ। ବ୍ୟବହାରିକ ଜୀବନରେ ସେଗୁଡ଼ିକର ପ୍ରତିଫଳନ ଅତ୍ୟନ୍ତ କମ୍ ଦେଖିବାକୁ ମିଳୁଛି।
ଆଜି ସଭା, ସମିତି ଓ ଉପଦେଶ ମଞ୍ଚରେ ଏହି ଆଦର୍ଶଗୁଡ଼ିକୁ ବହୁତ ଉତ୍ସାହର ସହ କୁହାଯାଉଛି। କିନ୍ତୁ ଅନେକ କ୍ଷେତ୍ରରେ କଥା ଓ କାର୍ଯ୍ୟ ମଧ୍ୟରେ ସାମଞ୍ଜସ୍ୟ ଦେଖିବାକୁ ମିଳୁନାହିଁ। ମୋ ମତରେ, ଯିଏ ଏହି ଉପଦେଶଗୁଡ଼ିକୁ ସବୁଠାରୁ ଅଧିକ ଉଚ୍ଚାରଣ କରୁଛନ୍ତି, ସେହି ବ୍ୟକ୍ତି ହିଁ ପୃଥିବୀର ସମ୍ପତ୍ତି ଅଧିକାର କରିବା ପାଇଁ ଯେକୌଣସି କେଳେଙ୍କାରୀ କରିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି। ଏହି ବିପରୀତାଭାସ ହିଁ ମୋର ଏହି ଆଲୋଚନାର ମୂଳ ବିଷୟ।
ଜୟ ଶ୍ରୀରାମ। ବଜରଙ୍ଗବଳୀ କି ଜୟ।

Leave a Reply

Your email address will not be published. Required fields are marked *