ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ବନକ୍ଷତ୍ର ଦିବସ ଉପଲକ୍ଷେ ଗଜପତିରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
ପାରଳାଖେମୁଣ୍ଡି, 3/7(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲା ସଂସ୍କୃତି ପରିଷଦ ସହଯୋଗରେ ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ବନକ୍ଷତ୍ର ଦିବସ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜଙ୍କ ପୌରହିତ୍ୟରେ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ବରିଷ୍ଠ ଓ କନିଷ୍ଠ ବିଭାଗର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାହିତ୍ୟ ସମ୍ପର୍କିତ ବକ୍ତୃତା, କବିତା ଆବୃତ୍ତି, ପ୍ରବନ୍ଧ ଲିଖନ, ସାଧାରଣ ଜ୍ଞାନ ଏବଂ ଇଂରାଜୀରୁ ଓଡ଼ିଆ ଅନୁବାଦ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ମାନପତ୍ର ଓ ପୁରସ୍କାର ଦେଇ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା, ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା, ଶ୍ରୀ ହୃଷୀକେଶ ଗୌଡ଼, ଶ୍ରୀମତୀ ଆଶାଲତା ପାଣୀଗ୍ରାହୀ, ଡ଼ଃ କଲ୍ୟାଣୀ ମିଶ୍ର, ଡ଼ଃ ଚାରୁପ୍ରଭା ନାୟକ, ଶ୍ରୀ ଶଶୀଭୂଷଣ ପଟ୍ଟନାୟକ, ଶ୍ରୀ ହରପ୍ରସାଦ ସୁଆର,ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢ଼ୀ,ସୁଶ୍ରୀ ଶ୍ୱେତା ପଟ୍ଟନାୟକ ଓ ଶ୍ରୀମତୀ ସ୍ନିଗ୍ଧା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି।କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ କୃତୀ ଛାତ୍ରଛାତ୍ରୀ,ବିଚାରକ ମଣ୍ଡଳୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ
ଗଜପତିରୁ 45 କିଲୋ ଗଞ୍ଜେଇ ରାଜ୍ୟ ବାହାରକୁ ଚୋରାଚାଲାଣ ବେଳେ ଜବତ,3 ଗିରଫ
ପାରଳାଖେମୁଣ୍ଡି, 3/7(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଜିଲ୍ଲାରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବାବେଳେ ଅଡବା ପୋଲିସ ଦ୍ୱାରା ଦୁଇଟି ପୃଥକ ସ୍ଥାନରେ ପୋଲିସ ଚଢଉ କରି 45 କେଜି ଗଞ୍ଜେଇକୁ ଜବତ କରିଛନ୍ତି. ଏହି ଘଟଣାରେ ପୋଲିସ ଚୋରାଚାଲାଣରେ ବ୍ୟବହୃତ 2 ଗୋଟି ମୋଟର ସାଇକେଲକୁ ଜବତ କରିବା ସହ 3 ଜଣକୁ ଗିରଫ କରିଛନ୍ତି. ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳର ଦୁଇଟି ସ୍ଥାନରେ ଚଢ଼ାଉ କରି ୪୫ କିଲୋ ଗଞ୍ଜେଇ ଜବତ କରିଛି ପୁଲିସ ।

ଏହି ଗଞ୍ଜେଇ ଜବତ ଘଟଣାରେ ୩ ଜଣକୁ ଗିରଫ କରାଯାଇଛି । ସେମାନେ ହେଲେ ବୁଢାଗାଁର କମଳ ମାଝୀ (୩୫), ବସନ୍ତ ମାଝୀ (୨୮) ଓ ଫାଉସ୍ଟିନ ମଲ୍ଲିକ (୩୫) ବୋଲି ଥାନା ଅଧୂକାରୀ ସନ୍ତୋଷ ବିଷୋୟୀ କହିଛନ୍ତି। ପୁଲିସ ସୂତ୍ରରୁ ମିଳିଥିଲା ସୂଚନା ପ୍ରକାରେ ଗତକାଲି ଅଡବା ଥାନା ପୁଲିସ ପକ୍ଷରୁ ଜାଙ୍ଗୁଡ଼ି ଗାଁ ନିକଟରେ ପେଟ୍ରୋଲିଂ ଚାଲିଥିଲା. ଏହି ସମୟରେ ଏକ ବାଇକ (ଓଡି ୦୭ ଭି ୯୨୯୯) ରେ ଜଣେ ଯୁବକ ଗୋଟିଏ ଜରି ବସ୍ତା ନେଇ ଯାଉଥିବା ବେଳେ ସନ୍ଦେହରେ ଯାଞ୍ଚ କରିଥିଲା ପୁଲିସ । ଯାଞ୍ଚ ପରେ ବୁଢାଗାଁର କମଳ ୨୨ କିଲୋ ଗଞ୍ଜେଇ ଚୋରାଚାଲାଣ କରୁଥିବା ଜଣାପଡିଥିଲା । ସେହିପରି ଖାରୀଗୁଡା ଗ୍ରାମ ନିକଟରେ ଅନ୍ୟ ଏକ ପୁଲିସ ଟିମ ପେଟ୍ରୋଲିଂ କରୁଥିଲେ I ଏହି ସମୟରେ ଦୁଇ ଜଣ ଯୁବକ ଗୋଟିଏ ବାଇକ ( ଓଡି ୦୭ଏବି ୨୮୬୮) ରେ ଗୋଟିଏ ଜରି ବସ୍ତା ନେଇ ଯାଉଥିଲେ। ସନ୍ଦେହରେ ପୁଲିସ ଯାଞ୍ଚ କରିବା ପରେ ଏଥିରେ ୨୩ କିଲୋ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା I ଉଭୟ ଘଟଣାରେ ପୁଲିସ ଦୁଇଟି ପୃଥବ ପୃଥକ ମାମଲା ରୁଜୁ କରି ଗଞ୍ଜେଇ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନା ଅଧୂକାରୀ ସନ୍ତୋଷ ବିଷୋୟୀ ସୂଚନା ଦେଇଛନ୍ତି।
ଗଜପତିରେ ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ
ପାରଳାଖେମୁଣ୍ଡି, 3/7(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଜିଲ୍ଲାରେ ଗୁଣି ସନ୍ଦେହରୁ ଏକ ଗ୍ରାମର ମଝିରେ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରି ବାନ୍ଧି ରଖିଥିବା ବେଳେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବୃଦ୍ଧାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି. ଏହି ଘଟଣାରେ ପୋଲିସ 3 ଜଣଙ୍କୁ ଗିରଫ କରିଛି. ଘଟଣା ଘଟିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ରୁମ୍ବାତିନ ଗ୍ରାମରେ। ଏନେଇ ସେରଙ୍ଗ ଥାନାରେ ଥାନରେ ଅଭିଯୋଗ ପରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଜନୈକ ବ୍ୟକ୍ତିଙ୍କ ମାଆ ଏବଂ ପୁଅର ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିଲେ। ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନା ନେଇଥିଲେ ପରିବାର ଲୋକ। ମାତ୍ର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଲା ନାହିଁ। ଏନେଇ ପରିବାର ଲୋକ ପଡ଼ିଶା ଘରେ ରହୁଥିବା ଜଣେ ବୃଦ୍ଧଙ୍କୁ ଗୁଣିଗାରେଡି କରିଥିବା ସନ୍ଦେହରେ ମରଣାନ୍ତକ ଆକ୍ରମଣ କରି ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ। ଖବର ପାଇ ସେରଙ୍ଗ ସେ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କ କବଳରୁ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ. ଘଟଣା ନେଇ ସେରଙ୍ଗ ଥାନା ପକ୍ଷରୁ ୮୯/ ୨୦୨୬ ପ୍ରକାରେ ମାମଲା ରୁଜୁ ହୋଇଛି। ତିନି ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ତଦନ୍ତ ଜାରି ରହିଥିବା ସେରଙ୍ଗ ଥାନା ପକ୍ଷରୁ ସୂଚନା ମିଳିଛି।
ଗଜପତିରେ ନାବାଳିକା ଶାଳୀକୁ ଗର୍ଭବତୀ କରି ଭିଣୋଇ ଗିରଫ
ପାରଳାଖେମୁଣ୍ଡି,3/7(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଜିଲ୍ଲା ଗାରାବନ୍ଧ ଥାନା ରାୟଗଡ ବ୍ଲକ ଅନ୍ତର୍ଗତ ସାନ ଅନତାରସିଂ ଗ୍ରାମର ଜଣେ ବିବାହିତ ଯୁବକ ନିଜର ନାବାଳିକା ଶାଳୀକୁ ଗର୍ଭବତୀ କରିଥିବା ଅଭିଯୋଗରେ ଗିରଫ ହୋଇଥିବାର ଜଣାପଡିଛି । ଏନେଇ ଗାରାବନ୍ଧ ଥାନାରେ ପୀଡିତା ନାବାଳିକା ଅଭିଯୋଗ କରିବା ପରେ ଅଭିଯୋଗକୁ ଭିତ୍ତି କରି ପୀଡିତାଙ୍କ ଭିଣୋଇଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି ।

ଗାରାବନ୍ଧ ପୁଲିସର ସୁଚନା ପ୍ରକାରେ ସାନ ଅନତାରସିଂ ଗ୍ରାମର ପ୍ରମୋଦ ଶବର (25) ତାଙ୍କ 17 ବର୍ଷିୟ ଶାଳିଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ସ୍ଥାପନ କରି ଆସୁଥିଲେ । ଭିଣୋଇଙ୍କ ପ୍ରଲୋଭନରେ ପଡି ଶାଳୀ ଜଣକ ଇତି ମଧ୍ୟରେ 6 ମାସର ଗର୍ଭବତୀ ହୋଇଯାଇଥିଲେ । ତେବେ ଏସବୁ ଘଟଣା ଲୁଚାଛପାରେ ଚାଲିଥିବା ବେଳେ ନାବାଳିକାଙ୍କ ପରିବାର ଲୋକେ କୌଣସି ମତେ ଜାଣିପାରିଥିଲେ । ଯାହାପରେ ପ୍ରମୋଦଙ୍କ ବିରୁଦ୍ଧରେ ଗାରାବନ୍ଧ ଥାନାରେ 17 ବର୍ଷିୟ ନାବାଳିକା ପୀଡିତା ଜଣକ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଗାରାବନ୍ଧ ଥାନାରେ 50/26ରେ ପକ୍ସୋ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା ଧାରାରେ ମାମଲା ରୁଜୁ କରି ତଦନ୍ତ କରିଥିଲା ଗାରାବନ୍ଧ ପୁଲିସ । ନାବାଳିକାଙ୍କ ଡାକ୍ତରି ମାଇନା ପରେ ସେ 6 ମାସ ଗର୍ଭବତୀ ହୋଇଥିବାର ଜଣାପଡିଥିଲା । ଘଟଣାର ତଦନ୍ତ ପରେ ଗାରାବନ୍ଧ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି.












Leave a Reply