Spread the love

ଲେଡି ଲାୟନ୍ସ ର ଶିଶୁ ବ୍ୟବସାୟ ମହୋତ୍ସବ ……..
ରାଉରକେଲା:,(ଦର୍ଶନ ସମୀକ୍ଷା)

ସାମାଜିକ ଅନୁଷ୍ଠାନ ଲେଡି ଲାୟନ୍ସ ତରଫରୁ ଏଫଇଟୁ ଠାରେ ଶିଶୁ ବ୍ୟବସାୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଲେଡି ଲାୟନ୍ସ ର ମୁଖ୍ୟ ବନ୍ଦିତା ମାହତୋ ଙ୍କ ଅଧ୍ୟକ୍ଷତା ଓ କବିତା ମାହତୋଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ହରିହର ରାଉତରାୟ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ଦିଲିପ ଜେନା,କମଲ ଅଗ୍ରୱାଲ,ଦୀପକ ଦାସ,ରବି ରାୟ, ଲତିକା ପଟ୍ଟନାୟକ, ଦୀପକ ଦାସ, ଅପୂର୍ବ ପାଣ୍ଡେ,ଜିତେନ୍ଦ୍ର ପ୍ରସାଦ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପ୍ରଶଂସା କରିବା ସହ ଏହା ଶିଶୁଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଶକ୍ତି କୁ ବିକାଶ କରିବ ବୋଲି ମତ ରଖିଥିଲେ।

ଏହି ମହୋତ୍ସବରେ ପ୍ରାୟ ୩୦ ରୁ ୩୫ ଷ୍ଟଲ ମାଧ୍ୟମରେ ପିଲାମାନେ ହାତ ତିଆରି ହସ୍ତଶିଳ୍ପ,ଚିତ୍ରକଳା,ମାଟି ମୂର୍ତ୍ତି, ସାଜସଜ୍ଜା ପାତ୍ର,ଘର ତିଆରି ଖାଦ୍ୟ ସାମଗ୍ରୀ ଏବଂ ବିଭିନ୍ନ ସୃଜନଶୀଳ ଉତ୍ପାଦ ପ୍ରଦର୍ଶନ ସହ ବିକ୍ରୟ କରିଥିଲେ। ଯାହାକୁ ନେଇ ଦର୍ଶକ ଓ ଶିଶୁ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏହା ସହିତ ଶିଶୁ ମାନଙ୍କ ମଧ୍ୟରେ ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ସ୍ନେହା ଗନ୍ତାଘରିଆ,ଧନମାୟା ବିଷ୍ଟ,ଅନୁପମା ଦାସ,ଭାରତୀ ତ୍ରିପାଠୀ,ଛବି ପାତ୍ର,ସୁଚିତ୍ରା ଦର୍ଜୀ,ଗ୍ରେସୀ ଡେଭିଡ, ଦୀପ୍ତି ସୁନ୍ଦରାୟ, ବିଜୟ ସୁନ୍ଦରାୟ, ବିଶ୍ବଜିତ ରାଉତ, ଲୀନା ରାଉତ,ଗୈ।ରୀ କୁମ୍ଭାର, ଲିପ୍ସା ରଞ୍ଜିତ ଓ ଅନ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *