ଗଜପତି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅଘଟଣ, ରୋଗୀଙ୍କ ଉପରେ ଖସିଲା ଛାତର ସିଲିଂ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଦେବଗିରି ପର୍ଯ୍ୟଟନ ଉନ୍ନତି ପାଇଁ 1.23 କୋଟି ଟଙ୍କା ବ୍ୟୟ ପାଣିରେ ପଡିଲା, ସାଧାରଣ ବର୍ଷାରେ ଭାଙ୍ଗିଲା ମୁଖ୍ୟ ପ୍ରବେଶ ଦ୍ୱାରର ଗେଟ

Spread the love

ଗଜପତିର ଦେବଗିରି ପର୍ଯ୍ୟଟନ ଉନ୍ନତି ପାଇଁ 1.23 କୋଟି ଟଙ୍କା ବ୍ୟୟ ପାଣିରେ ପଡିଲା, ସାଧାରଣ ବର୍ଷାରେ ଭାଙ୍ଗିଲା ମୁଖ୍ୟ ପ୍ରବେଶ ଦ୍ୱାରର ଗେଟ
ପାରଳାଖେମୁଣ୍ଡି, 31/5(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲାର ଦେବଗିରି ପର୍ଯ୍ୟଟନରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ନିମ୍ନମାନର କରାଯିବା ଯୋଗୁଁ 1.23 କୋଟି ପାଣିରେ ପଡିଲା ବୋଲି ସାଧାରଣରେ ଅଭିଯୋଗ ହୋଇଛି. ସାଧାରଣ ବର୍ଷା ଓ ପବନରେ ମୁଖ୍ୟ ପ୍ରବେଶ ଦ୍ୱାରର ଗେଟ ଭାଙ୍ଗି ପଡିବା ଘଟଣା ନେଇ ସାଧାରଣରେ ଉଦବେଗ ପ୍ରକାଶ କରାଯାଇଛି. ଅଞ୍ଚଳବାସୀ ଏନେଇ ଅଭିଯୋଗ କରିଛନ୍ତିଯେ, ଦେବଗିରି ପାହାଡ଼ରେ ପର୍ଯ୍ୟଟନର ବିକାଶ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ୧ କୋଟି ୨୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା | ନିର୍ମାଣ ଦାୟିତ୍ଵ ଏନବିସିସିକୁ ଦିଆଯାଇଥିଲା । ହେଲେ ଅନୁଦାନ ମଞ୍ଜୁର ହେବାର ଦୀର୍ଘ ସମୟ ପରେ ମଧ୍ୟ ଉନ୍ନୟନ କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହୋଇନ‌ଥିବା ବେଳେ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର କରାଯିବା ଯୋଗୁଁ ଦେବଗିରି ପାଦଦେଶରେ ନିର୍ମିତ ମୁଖ୍ୟ ପ୍ରବେଶଦ୍ବାରରେ ଥିବା ଗେଟଟି ଗତ ଶୁକ୍ରବାର ରାତିରେ ହୋଇଥିବା ସାଧାରଣ ବର୍ଷା ଓ ପବନରେ ଭାଙ୍ଗି ପଡ଼ିବା ପରେ ନିର୍ମାଣ କାର୍ଯ୍ୟ କେତେଦୂର ନିମ୍ନମାନର ହୋଇଛି ତାହା ଅନୁମେୟ. ଏଥିସହ ଏହି ନିର୍ମାଣ କାର୍ଯ୍ୟରେ କିଭଳି ସାମଗ୍ରୀ ବ୍ୟବହାର କରାଯିବା ଯୋଗୁଁ ସାଧାରଣ ବର୍ଷାରେ ପ୍ରବେଶ ଦ୍ୱାରର ଗେଟଟି ଭାଙ୍ଗି ପଡ଼ିଥିଲା. ଘଟଣା ନେଇ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି.
ଗଜପତି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅଘଟଣ, ରୋଗୀଙ୍କ ଉପରେ ଖସିଲା ଛାତର ସିଲିଂ, ଅଳ୍ପକେ ବର୍ତ୍ତିଲେ ରୋଗୀ ପାରଳାଖେମୁଣ୍ଡି, 31/5(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମୁଖ୍ୟ ଡାକ୍ତରଖାନାରେ ଅଘଟଣ ଦେଖାଦେଇଛି. ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସିଥିବା ରୋଗୀଙ୍କ ଉପରେ ହଠାତ ଛାତର ସିଲିଂ ଖସି ପଡିଲା. ଏଭଳି ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ରୋଗୀ. ଘଟଣାରୁ ପ୍ରକାଶ, ପାରଳାଖେମୁଣ୍ଡି ସାମୁଟିଆ ସାହି ନିବାସୀ ଭବଶ୍ରୀ ହଳଧର ଗତକାଲି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ. ତାଙ୍କୁ ଚିକିତ୍ସା କରିବା ପରେ 63 ନଂ ସ୍ୱତନ୍ତ୍ର କେବିନରେ ବିଶ୍ରାମ କରିବା ପାଇଁ ଡାକ୍ତର ନିର୍ଦେଶ ଦେଇଥିଲେ. କିଛି ସମୟ ବିଶ୍ରାମ କରୁଥିବା ବେଳେ ହଠାତ ଛାତରୁ ସିଲିଂ ଖସି ପଡିଥିଲା. ହେଲେ ଛାତରୁ ଖସି ପଡ଼ିଥିବା ସିଲିଂ ରୋଗୀଙ୍କ ଉପରେ ନ ପଡିବା ଯୋଗୁଁ ସେ ବର୍ତ୍ତି ଯାଇଥିଲେ. ଜିଲ୍ଲା ଡାକ୍ତରଖାନାରେ ଏହି ଘଟଣା ପ୍ରସାରିତ ହେବା ପରେ ଚିକିତ୍ସତ ହେଉଥିବା ରୋଗୀ ଏବଂ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ଆସିଥିବା ସମ୍ପର୍କୀୟମାନେ ଭୟଭୀତ ହୋଇପଡିଛନ୍ତି.

Leave a Reply

Your email address will not be published. Required fields are marked *