ବୌଦ୍ଧ : ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବୌଦ୍ଧର ଜିଲ୍ଲା ସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଆୟୋଜିତ..
ବୌଦ୍ଧ। କୁନା ଦିଗାଲ (ଦର୍ଶନ ସମୀକ୍ଷା)
ବୌଦ୍ଧ ଜିଲ୍ଲା ର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଟୁଟୁସିଙ୍ଗା ଠାରେ ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ସମନ୍ଵୟ ସମିତି ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଆୟୋଜିତ ହେଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଓଷ୍ଟା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପୀତବାସ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଓଷ୍ଟା ରାଜ୍ଯ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାଶ ମୁଖ୍ୟ ଅତିଥି ଓ ରାଜ୍ଯ ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ବିଶ୍ୱାଳ, ରାଜ୍ୟ ସଂପାଦକ ମାଣିକେଶ୍ୱର ସ୍ୱାଇଁ, ରାଜ୍ଯ ଉପସଭାପତି ତଥା ଜିଲ୍ଲା ପ୍ରଭାରୀ ରାଜଲକ୍ଷ୍ମୀ ବେହେରା, ବୌଦ୍ଧ ଜିଲ୍ଲା ଓଷ୍ଟା ଉପଦେଷ୍ଟା ନିରୋଦ କୁମାର ମେହେର, ଜିଲ୍ଲା କାର୍ଯ୍ୟକାରୀ ସଭାପତି ନବକିଶୋର ଦୀପ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲକ୍ଷ୍ମଣ ମହାପାତ୍ର, ଜିଲ୍ଲା ସଂପାଦକ ତୃପ୍ତି ରଞ୍ଜନ ଦାନୀ ପ୍ରମୂଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ମଞ୍ଚାସୀନ ଥିଲେ l ମଞ୍ଚାସୀନ ଅତିଥି ମାନେ ଶିକ୍ଷା, ଶିକ୍ଷଣ ଓ ଶିକ୍ଷାୟତନର ବିକାଶ ଓ ସାଙ୍ଗଠନିକ ଅଭିବୃଦ୍ଧି ସମ୍ବନ୍ଧରେ ବ୍ୟାପକ ଆଲୋଚନା କରିଥିଲେ l ଗତ ୧୯୪୩ ମସିହାରୁ ରାଜ୍ୟରେ କାର୍ଯ୍ୟରତ ସର୍ବବୃହତ୍ ଶିକ୍ଷକ ସଂଗଠନ ଭାବେ ଓଷ୍ଟା ର ହାତ ମୁଠାକୁ ଟାଣ କରିବା ପାଇଁ ସଭ୍ୟପଦ ଗ୍ରହଣ ଓ ସାଙ୍ଗଠନିକ ସ୍ଥିତିକୁ ମଜବୁତ୍ କରିବା ପାଇଁ ଓଷ୍ଟା ରାଜ୍ଯ ଶୀର୍ଷ ନେତୃତ୍ୱଗଣ ଆହ୍ୱାନ ଦେଇଥିଲେ l ଗତ ୧୯୯୪ ଅନୁଦାନ ଆଇନ୍ ର ପ୍ରଚଳନ ଏବଂ ଗତ ୨୦୦୫ ମସିହା ପୂର୍ବରୁ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କ ପାଇଁ ପୁରୁଣା ପେନସନର ପ୍ରଚଳନ ପାଇଁ ଆଇନ୍ ଗତ ଲଢ଼େଇ ହାସଲ କରିବା ସମ୍ବନ୍ଧରେ ଖୁବ୍ ଶିଘ୍ର ଖୁସିର ଖବର ପ୍ରକାଶ ପାଇବ ବୋଲି ଓଷ୍ଟା ରାଜ୍ଯ ସାଧାରଣ ସମ୍ପାଦକ ସୂଚନା ପ୍ରଦାନ କରିଥିଲେ l ଓଷ୍ଟା ଜିଲ୍ଲା ସଭାପତି ବର୍ତ୍ତମାନ ର ଜିଲ୍ଲା ପରିଚାଳନା କମିଟିକୁ ଭଙ୍ଗ କରିଥିଲେ l ଓଷ୍ଟା ରାଜ୍ଯ ନେତୃତ୍ବ ମାନଙ୍କ ପ୍ରତ୍ୟକ୍ଷ ନେତୃତ୍ବରେ ନିର୍ବାଚନ କାର୍ଯ୍ୟ ପରିଚାଳିତ ହେଇଥିଲା l ସର୍ବସମ୍ମତି କ୍ରମେ ଶ୍ରୀଯୁକ୍ତ ପୀତବାସ ପଣ୍ଡା – ସଭାପତି, ଅଭିମନ୍ୟୁ ପ୍ରଧାନ – କାର୍ଯ୍ୟକାରୀ ସଭାପତି, ରଞ୍ଜିତ କୁମାର ନାୟକ, ରାଜକିଶୋର ସାହୁ , ସସ୍ମିତା ଜେନା ପ୍ରମୁଖ ଉପସଭାପତି, ତୃପ୍ତିରଞ୍ଜନ ଦାନୀ – ସଂମ୍ପାଦକ, କେଶବ ପୂଜାହାରୀ, ତପନ ନାୟକ ଓ ଗାୟତ୍ରୀ ବେହେରା ପ୍ରମୁଖ ଯୁଗ୍ମ ସମ୍ପାଦକ, ଅଜିତ୍ ଲାଲ ମିଶ୍ର, ବିଭୂତି ଭୂଷଣ ମହାକୁଡ଼, ବନ୍ଦିତା ବିଶ୍ୱାଳ, ତ୍ରିପୁରାରୀ ବାଘ ପ୍ରମୁଖ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହେଇଥିଲା l ହରଭଙ୍ଗା ବ୍ଲକ ସମ୍ପାଦକ ମୃତ୍ୟଞ୍ଜୟ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଟୁଟୁସିଙ୍ଗା ହାଇସ୍କୁଲର ଶିକ୍ଷକ ସଂଜିତ ମେହେର ଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l












Leave a Reply