ସାମସଙ୍ଗ ଗାଲାକ୍ସି ଏସ- ୨୬ର ଏଆଇ ବିଶେଷତ୍ବ ବିକଶିତ କରିବାରେ ଭାରତୀୟ ଯନ୍ତ୍ରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ
ଭୁବନେଶ୍ବର : (ଦର୍ଶନ ସମୀକ୍ଷା)
ସାମସଙ୍ଗର ନୋଏଡା ସ୍ଥିତ ଗବେଷଣା ଏବଂ ବିକାଶ କେନ୍ଦ୍ର (ଏସଆରଆଇ-ନୋଏଡ଼ା) ଚ଼ଳିତବର୍ଷ ଆରମ୍ଭରେ ଶୁଭାରମ୍ଭ ହୋଇଥିବା ସାମସଙ୍ଗର ଫ୍ଲାଗସିପ୍ ସ୍ମାର୍ଟଫୋନ ଗାଲାକ୍ସି ଏସ୨୬ ଶୃଙ୍ଖଳ ପାଇଁ ଏଆଇ ବା କୃତ୍ରିମ ବୁଦ୍ଧିମତା ବିଶେଷତ୍ବର ବିକାଶରେ ଉଲ୍ଲେଖନୀୟ ଅବଦାନ ରହିଛି। ଏସଆରଆଇ- ନୋଏଡାର ମ୍ୟାନେଜିଙ୍ଗ ଡ଼ିରେକ୍ଟର କ୍ୟୁଙ୍ଗୟୁନ ରୁ କହିଛନ୍ତି ଆମେ ପ୍ରାୟ ତିନି ବର୍ଷ ପୂର୍ବରୁ ଏଆଇ ଉପରେ କାମ କରିବା ଆରମ୍ଭ କରିଥିଲୁ। ଗାଲାକ୍ସି ଏସ-୨୬ ପାଇଁ ଆମେ ଦକ୍ଷିଣ କୋରିଆର ସୁଵନ୍ ଆରଆଣ୍ଡଡ଼ି କାର୍ଯ୍ୟାଳୟ ସହିତ ମିଳିତ ଭାବେ ନାଓଁ ନଜ ଏବଂ ନାଓଁ ବ୍ରିଫ୍ ବିଶେଷତ୍ବର ବିକଶିତ କରିଛୁ।
ନାଓଁ ନଜ ବ୍ୟବହାରକାରୀଙ୍କୁ ସ୍ଵତଃପ୍ରବୃତ ଏବଂ ପ୍ରାସଙ୍ଗିକ ପରାମର୍ଶ ଦେଇଥିବା ବେଳେ, ନାଓଁ ବ୍ରିଫ୍ ଗୁରୁତ୍ବପୂର୍ଣ୍ଣ ଘଟଣାଗୁଡ଼ିକ ପାଇଁ ସମୟାନୁବର୍ତ୍ତିତା ମନେ ପକାଇବା କାର୍ଯ୍ୟ କରିଥାଏ। ଗାଲାକ୍ସି ଏସ- ୨୬ ଶୃଙ୍ଖଳ ସ୍ମାର୍ଟଫୋନ ପାଇଁ ଏସଆରଆଇ-ନୋଏଡାଙ୍କ ଯନ୍ତ୍ରୀମାନଙ୍କ ଦ୍ବାରା ସହ-ବିକଶିତ ଅନ୍ୟ କେତେକ ଏଆଇ ବିଶେଷତ୍ବ ହେଉଛି କ୍ରିଏଟିଭ ଷ୍ଟୁଡ଼ିଓ, କଲ୍ ସ୍କ୍ରିନିଙ୍ଗ ଏବଂ ଡ଼ାଇରେକ୍ଟ ଭଏସମେଲ। କ୍ରିଏଟିଭ ଷ୍ଟୁଡ଼ିଓ ବ୍ୟବହାରକାରୀଙ୍କୁ ଏସ- ୨୬ ଶୃଙ୍ଖଳରେ ଫଟୋ ତିଆରି କରିବା, ଫଟୋରେ ପରିବର୍ତ୍ତର୍ନ ଆଣିବା, ଷ୍ଟିକର ଡ଼ିଜାଇନ କରିବା ଏବଂ ଓ୍ବାଲପେପର ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ। ଅନ୍ୟପଟେ କଲ ସ୍କ୍ରିନିଙ୍ଗ ଏକ ବ୍ୟକ୍ତିଗତ ସହକାରୀ ଭଳି କାମ କରେ – ଏଆଇ ନିଜେ କଲର ଉତ୍ତର ଦେଇପାରିବ, ଏହାକୁ ଲେଖିବା ଏବଂ ଫିଲଟର ମଧ୍ୟ କରିପାରିବ। ଭାରତୀୟ ଗ୍ରାହକଙ୍କ ପ୍ରତିକ୍ରିୟାକୁ ଆଧାର କରି ଡ଼ାଇରେକ୍ଟ ଭଏସମେଲର ବିଶେଷତ୍ବ ଗୁଡ଼ିକ ବିକଶିତ କରାଯାଇଥିଲା। ଆମେ ଏହାକୁ ପ୍ରଥମେ ଗାଲାକ୍ସି ଏ ଶୃଙ୍ଖଳ ପାଇଁ ପ୍ରସ୍ତୁତ କରିଥିଲୁ ଏବଂ ଚ଼ଳିତ ବର୍ଷ ଏହା ଫ୍ଲାଗସିପ୍ ପ୍ରିମିୟମ ଗାଲାକ୍ସି ଶୃଙ୍ଖଳରେ ମଧ୍ୟ ସ୍ଥାନ ପାଇଛି, ମତବ୍ୟକ୍ତ କରି କହିଛନ୍ତି କ୍ୟୁଙ୍ଗୟୁନ ରୁ। ୨୦୦୭ ମସିହାରେ ପ୍ରତିଷ୍ଠିତ ଏସଆରଆଇ-ନୋଏଡାର ମୁଖ୍ୟ ଦୃଷ୍ଟି ଆକର୍ଷଣକାରୀ କ୍ଷେତ୍ର ଗୁଡ଼ିକ ମଧ୍ୟରେ ଏଆଇ, ସ୍ମାର୍ଟଫୋନ, ଟାବଲେଟ ଏବଂ ଓ୍ବେୟାରଲେସ ସହିତ ଜଡ଼ିତ ବୈଷୟିକ ତଥା ସେବା ବିକାଶ ଅନ୍ତର୍ଭୁକ୍ତ ଅଟେ। ରୁ କହିଛନ୍ତି ଯେ ଭାରତୀୟ ଗ୍ରାହକଙ୍କ ମତାମତ ଏବଂ ପ୍ରତିକ୍ରିୟା ଅତ୍ୟ ଗୁରୁତ୍ବପୂର୍ଣ୍ଣ ଏବଂ ଏହା ନୂତନ ବିଶେଷତ୍ବର ବିକାଶରେ ଏକ ସାର୍ଥକ ଭୂମିକା ଗ୍ରହଣ କରେ। ଯେମିତିକି ପ୍ରାଇଭେସି ଡ଼ିସପ୍ଲେ ଯାହା ଗାଲାକ୍ସି ଏସ-୨୬ ଅଲଟ୍ରାରେ ପ୍ରଥମେ ଆସିଛି ଏବଂ ସେବେଠାରୁ ଏହା ବହୁତ ଜନପ୍ରିୟ ହୋଇପାରିଛି। ଭାରତରେ ଅନେକ ଓଟିପି ଆସିଥାଏ, ଏବଂ ପରଦା ଉପରେ ବ୍ୟବହାର କରାଯାଉଥିବା ପାରମ୍ପରିକ ଫିଲ୍ମ ସବୁ କିଛି ବ୍ଲକ କରିଦିଏ। କିନ୍ତୁ ଆମର ନୂତନ ପ୍ରାଇଭେସି ଡ଼ିସପ୍ଲେ କେବଳ ନୋଟିଫିକେସନ ଏରିଆକୁ ସକ୍ଷମ କରିଥାଏ, ତେଣୁ ଏହା ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ବେଶ୍ ଲାଭଦାୟକ। ମୁଁ ଭାରତରେ ରହେ, ଏବଂ ଏଠାରେ ଅନେକ ଓଟିପି ଆସେ, ଆଉ ଏହି ଓଟିପିଗୁଡ଼ିକ ଭଲଭାବେ ଫିଲଟର ହୋଇଯାଏ ବୋଲି ରୁ କହିଛନ୍ତି ।












Leave a Reply