ମାଟି ମାଫିଆଙ୍କୁ ଛାଡ଼ି ଅଭିଯୋଗକାରୀଙ୍କୁ ଅଟକ ରଖିବା ପ୍ରତିବାଦରେ ଥାନା ଘେରିଲେ ଗ୍ରାମବାସୀ।ଅଟକ ରଖିବା ମହଙ୍ଗା ପଡିଲା
ନିମାପଡା :-୨୭-୫-(ଦର୍ଶନ ସମୀକ୍ଷା)
ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି ବାଲି ଓ ମାଟି ମାଫିଆଙ୍କ ଉପଦ୍ରବ।ସ୍ଥାନୀୟ ପ୍ରଶାସନ ସବୁ ଜାଣି ମାଫିଆ ମାନଙ୍କୁ ସୁରକ୍ଷା ଦେଉଥିବାର ଅଭିଯୋଗ କରିବା ସହିତ ଥାନା ଘେରିଛନ୍ତି ଶତାଧିକ ଗ୍ରାମବାସୀ।ସୂଚନା ଅନୁଯାୟୀ ନିମାପଡ଼ା ବ୍ଲକ ଧଳେଶ୍ୱର ପଞ୍ଚାୟତ ଆରିଲୋ ଗ୍ରାମର କୋଠ ସମ୍ପତ୍ତିରୁ କିଛି ମାଫିଆ ମାନେ ମନ ଇଚ୍ଛା ମାଟି ଉଠାଣ କରୁଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ କରାଯାଇଥିଲା।ପରବର୍ତ୍ତୀ ମୁହୂର୍ତ୍ତରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା।ତେବେ ଘଟଣାକୁ ନେଇ ଗ୍ରାମର କିଛି ବ୍ୟକ୍ତି ଥାନାର ଦ୍ୱାରସ୍ଥ ହେବା ସହ ଅଭିଯୋଗ ଜଣାଇଥିଲେ।କିନ୍ତୁ ପୋଲିସ ମାଫିଆ ମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନନେଇ ଅଭିଯୋଗ କରିବାକୁ ଆସିଥିବା ଜଣେ ଯୁବକଙ୍କୁ ଗତ କଲି ରାତିରୁ ଥାନାରେ ଅଟକ ରଖିଥିବା ଅଭିଯୋଗରେ ଆଜି ଆରୀଲୋ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଥାନା ଘେରିବା ସହିତ ଯୁବକଙ୍କୁ ତୁରନ୍ତ ଛାଡିବା ପାଇଁ ଦାବି କରିଛନ୍ତି।ଅନ୍ୟପଟେ ପୋଲିସ ମାଟି ଚୋରା ଚାଲାଣ କରୁଥିବା ମାଫିଆ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନଷ୍ଠାନ ନନେଇ କାହିଁକି ନିର୍ଦ୍ଦୋଷକୁ ଅଟକ ରଖୁଛ ବୋଲି ପ୍ରତାପ ବେହେରା, ମୋହିନୀ ଜେନା, କୈଳାସ ଜେନା ପ୍ରମୁଖ ଶତାଧିକ ଗ୍ରାମବାସୀମାନେ ଥାନାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଥାନା ଆଗରେ ବସୀ ରହିବା ପରେ ପୋଲିସ ବାଧ୍ୟହୋଇ ଛାଡ଼ିଦେଇ ଥିଲା।












Leave a Reply