ପ୍ରେସ୍ ରିଲିଜ୍
ହିନ୍ଦୋଳ: ୨୬.୦୫.୨୦୨୬ (ଦର୍ଶନ ସମୀକ୍ଷା)
ସ୍ଵତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମକୁ ବ୍ଲକ ଏବଂ ଉପଖଣ୍ଡ ସ୍ଥରରେ ସୁଚାରୁରୂପେ ପରିଚାଳନା କରିବା ନିମନ୍ତେ ଆଜି ହିନ୍ଦୋଳ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଶ୍ରୀ ପ୍ରଭାସ କୁମାର ବେହୁରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି।
ଏହି ବୈଠକରେ ହିନ୍ଦୋଳ ଉପଖଣ୍ଡର ବିଭିନ୍ନ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନେ ସାମିଲ ହୋଇଥିଲେ ।
ବୈଠକରେ ଶ୍ରୀ ବେହୁରା ସ୍ଵତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ସମାବେଶୀତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଭୋଟରମାନଙ୍କୁ ସଠିକ୍ ସୂଚନା ପ୍ରଦାନ କରିବାରେ ବୁଥ୍ ସ୍ତରୀୟ ପ୍ରତିନିଧି ଏବଂ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ବେହୁରା କହିଥିଲେ।
ସ୍ଵତନ୍ତ୍ର ସଘନ ସଂଶୋଧନ ଅଧୀନରେ କରାଯିବାକୁ ଥିବା କାର୍ଯ୍ୟକଳାପଗୁଡ଼ିକ ମଧ୍ୟରେ ୩୦ ମଇ ୨୦୨୬ ରୁ ୨୮ ଜୁନ୍ ୨୦୨୬ ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କ ଦ୍ୱାରା ଘରକୁ ଘର ବୁଲି ପରିଦର୍ଶନ, ୫ ଜୁଲାଇ ୨୦୨୬ ରେ ଚିଠା ନିର୍ବାଚନ ତାଲିକା ପ୍ରକାଶନ, ୫ ଜୁଲାଇ ୨୦୨୬ ରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଏବଂ ଆପତ୍ତି ଦାଖଲ ସମୟସୀମା, ୫ ଜୁଲାଇ ୨୦୨୬ ରୁ ୨ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଦାବି ଏବଂ ଆପତ୍ତିର ସମାଧାନ, ଏବଂ ୬ ସେପ୍ଟେମ୍ବର ୨୦୨୬ ରେ ଚୂଡ଼ାନ୍ତ ନିର୍ବାଚନ ତାଲିକା ପ୍ରକାଶନ ଅନ୍ତର୍ଭୁକ୍ତ।
ବୈଠକରେ ଶ୍ରୀ କଲ୍ୟାଣ ସୌରଭ ଦାସ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ହିନ୍ଦୋଳ; ଶ୍ରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଓଡାପଡା; ଶ୍ରୀ ଦୁର୍ଯ୍ୟଧନ ସାହୁ, ଡେପୁଟି କଲେକ୍ଟରଙ୍କ ସମେତ ସମସ୍ତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।












Leave a Reply