Spread the love

ଗଜପତି : ବେଆଇନ କାଠ କାରଖାନାରେ ଚଢାଉ ବିପୁଳ କାଠ ସରଞ୍ଜାମ ଜବତ :2 ଗିରଫ ପାରଳାଖେମୁଣ୍ଡି, 24/5(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ପାରଳା ଡିଏଫଓ କେ. ନାଗାରାଜୁଙ୍କ ନିର୍ଦେଶକ୍ରମେ ସମଗ୍ର ବନଉପଖଣ୍ଡରେ ଜଙ୍ଗଲ ସୁରକ୍ଷା ଓ ଚୋରା କାଠ ଚାଲାଣକୁ ରୋକିବା ପାଇଁ ବ୍ୟାପକ ଚଢାଉ ଓ ପେଟ୍ରୋଲିଂ ଜାରି ରହିଛି. ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଝିଲିକି ଗ୍ରାମରେ ଚାଲିଥିବା ଏକ ବେଆଇନ୍ କାଠ କାରଖାନା ଉପରେ ଚଢ଼ଉ କରିଛି ମୋହନା ବନବିଭାଗ I ସେଠାରୁ ବିପୁଳ ପରିମାଣର କାଠ ନିର୍ମିତ ସରଞ୍ଜାମ ସହ ଶାଳ, ପିଆଶାଳ କାଠ ଜବତ୍ କରାଯିବା ସହ 2 ଜଣଙ୍କୁ ଗିରଫ କରାଯାଇଛି I ବିଶେଷ ସୂତ୍ରରୁ ଖବର ପାଇ ଏସିଏଫ୍ ସାଇନିଶ୍ରୀ ଦାସଙ୍କ ନେତୃତ୍ବରେ ବନ ବିଭାଗ କର୍ମଚାରୀ ଝିଲିକି ଗ୍ରାମ ସ୍ଥିତ ବିପିନ ନାୟକଙ୍କ ଘରେ ଶନିବାର ସନ୍ଧ୍ୟାରେ ଚଢ଼ଉ କରିଥିଲେ I ଘର ବାଡ଼ିପଟେ କାଠ ସାମଗ୍ରୀ ନିର୍ମାଣ କାରଖାନା ଚାଲିଥିବା ଦେଖିବାକୁ ମିଳିଥିଲା | ସେଠାରୁ ୨ଟି ପିଆଶାଳ କାଠ ନିର୍ମିତ ପଲଙ୍କ, ୨ଟି ଖଟ, କିଛି କାଠ ନିର୍ମିତ ଆସବାବପତ୍ର ସହ ସାଇଜ କାଠ ଜବତ୍ କରାଯାଇଛି। ବେଆଇନ୍ କାଠ କାରଖାନା ଚଳାଇବା ଏବଂ କାଠ ରଖିବା ଅଭିଯୋଗରେ ଝିଲିକି ଗ୍ରାମର ବିପିନ ନାୟକ ଏବଂ ତାଙ୍କ ସହଯୋଗୀ ମୋହନାର ରାଜକୁମାର ଲିମାଙ୍କୁ ଗିରଫ କରିଛି ବନ ବିଭାଗ | ଜବତ୍ କାଠ ସାମଗ୍ରୀ ଏବଂ କାଠ ସାଇଜର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଇଛି। ଆଜି ରବିବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚଲାଣ କରାଯାଇଥିବା ମୋହନା ବନାଞ୍ଚଳ ଅଧୂକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ ସୂଚନା ଦେଇଛନ୍ତି

ପାରଳାଖେମୁଣ୍ଡି ଆରୋଗ୍ୟ ସାହିର ଶ୍ରୀ ଶ୍ରୀ ନିଲାମ୍ମା ଠାକୁରାଣୀଙ୍କ ଉତ୍ସବ ଯାକଜାକମରେ ଆରମ୍ଭ ପାରଳାଖେମୁଣ୍ଡି, 24/5(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରର ଆରୋଗ୍ୟ ସାହି ଠାରେ ମା ଶ୍ରୀ ଶ୍ରୀ ନିଲାମ୍ମା ଠାକୁରାଣୀଙ୍କ ଉତ୍ସବ

Oplus_131072

ଆଜିଠାରୁ ଅତ୍ୟନ୍ତ ଯାକଜାକମରେ ଭକ୍ତିପୂତ ଭାବେ ଆରମ୍ଭ ହୋଇଛି. ଆଜିଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ 3 ଦିନ ଧରି ଏଠାରେ ଚାଲୁ ରହିବ ବୋଲି ସୂଚନା ମିଳିଛି. ଆଜି ମା ନିଲାମ୍ମା ଠାକୁରାଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ମାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ଆରୋଗ୍ୟ ସାହିର ପୂଜା ମଣ୍ଡପକୁ ଅଣାଯାଇଛି. ମାଙ୍କ ଏହି ଉତ୍ସବକୁ 3 ଦିନ ଧରି ପାଳନ କରାଯିବା ପାଇଁ ଉତ୍ସବ ପାଳନ କମିଟି ତରଫରୁ ବ୍ୟାପକ ଆୟୋଜନ କରାଯାଇଛି.
ସାଧାରଣଙ୍କ ଦୃଢ ପ୍ରତିବାଦ ପରେ ଗଜପତି ଏକ୍ସପ୍ରେସ ବସ ପଲାସା ରାସ୍ତା ଦେଇ ପୁଣି ଚାଲିବ ପାରଳାଖେମୁଣ୍ଡି, 24/5(ତାରିଣୀ ପ୍ରସାଦ ପଣ୍ଡା):

ପାରଳାଖେମୁଣ୍ଡି ସହରର କିଛି ଜଣ ସଚେତନ ନାଗରିକଙ୍କ ଦୃଢ ପ୍ରତିବାଦ ଓ ଦାବି ପରେ ପରିବହନ ବିଭାଗ ମୁଣ୍ଡ ନୁଆଁଇଲେ. ସାଧାରଣଙ୍କ ଦାବି ଅନୁଯାୟୀ ଗଜପତି ଏକ୍ସପ୍ରେସ ବସ ପୂର୍ବଭଳି ମଙ୍ଗଳଵାର ଠାରୁ ପଲାସା ରାସ୍ତା ଦେଇ ଚାଲୁ ରହିବ ବୋଲି ପ୍ରତିଶୃତି ଦେଲେ.

Oplus_131072

ଏଠାରେ ଉଲ୍ଲେଖଯୋଗ୍ୟଯେ, ବିଗତ 40 ବର୍ଷରୁ ଉର୍ଦ୍ଧ ହେଲା ପାରଳାଖେମୁଣ୍ଡି ଠାରୁ ଆନ୍ଧ୍ରର ପଲାସା ଦେଇ ଭୁବନେଶ୍ୱରକୁ ଗଜପତି ଏକ୍ସପ୍ରେସ ପ୍ରତେକ ଦିନ ଚଳାଚଳ କରିଥିଲା. ହେଲେ ଗତ କିଛି ଦିନ ହେଲା ଏହି ବସ ରୁଟକୁ ହଠାତ ପରିବର୍ତ୍ତନ କରି ରାମଗିରି, ଚନ୍ଦ୍ରଗିରି ଏବଂ ତପ୍ତପାଣି ଦେଇ ଭୁବନେଶ୍ୱରକୁ ଚଳାଚଳ ଆରମ୍ଭ କରିଥିଲା. ଗତ 40 ବର୍ଷ ଧରି ଆନ୍ଧ୍ର ଦେଇ ଚଳାଚଳ କରୁଥିବା ଏହି ବସଟିର ରୁଟକୁ ଏଭଳି ପରିବର୍ତ୍ତନ କାହିଁକି କରାଗଲା ତାହା ମଧ୍ୟ ଗଜପତି ଜିଲ୍ଲାବାସୀଙ୍କୁ କୌଣସି ସୂଚନା ଦିଆଗଲା ନାହିଁ. ଏଭଳି ଅଚାନକ ରୁଟ ପରିବର୍ତ୍ତନ କରିବା ଦ୍ୱାରା ଯାତ୍ରୀମାନଙ୍କୁ 100 ଟଙ୍କାରୁ ଉର୍ଦ୍ଧ ଭଡା ଅଧିକ ଦେବାକୁ ପଡିବା ସହ ଘାଟି ରାସ୍ତାରେ 60 କିମିରୁ ଉର୍ଦ୍ଧ ରାସ୍ତା ଅତିକ୍ରମ କରିବା ନେଇ ଵସର ଯାତ୍ରା ପୂର୍ବ ସମୟ ଠାରୁ 2 ରୁ 3 ଘଣ୍ଟା ବିଳମ୍ବ ହେବା ଆଦି ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଲା. ଏହାପରେ ଗତକାଲି କିଛି ଜଣ ସଚେତନ ନାଗରିକ ପାରଳାଖେମୁଣ୍ଡି ବସଷ୍ଟାଣ୍ଡ ଠାରେ ଗଜପତି ଏକ୍ସପ୍ରେସ ବସ ଛାଡିବା ସମୟରେ ଉପସ୍ଥିତ ରହି ଏହାର ଦୃଢ ପ୍ରତିବାଦ କରିବା ସହ ବିଗତ ଦୀର୍ଘ 40 ବର୍ଷ ଧରି ଏପରି ଭାବେ ଗଜପତି ଏକ୍ସପ୍ରେସ ଆନ୍ଧ୍ରର ପଲାସା ଦେଇ ଚଳାଚଳ ଜିଦରେ ଦାବି କରିବା ଯୋଗୁଁ ପରିବହନ ବିଭାଗ ମୁଣ୍ଡ ନୂଆଁଇ ଥିଲେ. ଆନ୍ଧ୍ର ଦେଇ ଗଜପତି ଏକ୍ସପ୍ରେସ ଚଳାଚଳ କରୁଥିବା ଆନ୍ଧ୍ର ରୁଟ ପରିମିଟ ଶେଷ ହେବା ସହ ପୁଣି ନବୀକରଣ ହୋଇପାରି ନ ଥିବା ଯୋଗୁଁ ବସର ରୁଟକୁ ଏଭଳି ଭାବେ ପରିବର୍ତ୍ତନ କରାଯାଇଥିବା ଜଣେ ପରିବହନ କର୍ମଚାରୀ ପ୍ରକାଶ କରି କହିବା ସହ ଆଗାମୀ ମଙ୍ଗଳବାର ସୁଦ୍ଧା ଗଜପତି ଏକ୍ସପ୍ରେସ ବସ ପୁଣି ଆନ୍ଧ୍ରର ପଲାସା ଦେଇ ଚାଲୁ ହେବ ବୋଲି କହିଥିଲେ.
ମହେନ୍ଦ୍ରଗିରି ପାଦ ଦେଶରେ ପିକଅପ ଭ୍ୟାନ ଦୁର୍ଘଟଣା, 20 ଜଣ ଆହତ, 5 ଗୁରୁତର ପାରଳାଖେମୁଣ୍ଡି, 24/5 (ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲାର ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି ପାଦଦେଶରେ ଏକ ପିକଭ୍ୟାନ ଦୁର୍ଘଟଣା ଘଟି 20 ଜଣ ଶ୍ରମିକ ଆହତ ହୋଇଥିବା ବେଳେ 5 ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି. ଘଟଣାଟି ଗଞ୍ଜାମ ଜିଲ୍ଲାର ଜରଡ଼ା ଥାନା ଅଧୀନ ସାପୁଆଖତ ନିକଟରେ ଗତକାଲି ରାତିରେ ଘଟିଛି. ଏକ ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୨୦ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ କିଛି ଶ୍ରମିକ ବିହାରର ବୋଲି ଜଣାପଡ଼ିଛି ୨୫ ଜଣ ଶ୍ରମିକ ମହେନ୍ଦ୍ରଗିରି ପାହାଡ଼ ଉପରକୁ ଟେଣ୍ଟ୍ କାମ କରିବାକୁ ଯାଇଥିଲେ । ସେଠାରୁ ଫେରୁଥିବା ସମୟରେ ଭ୍ୟାନ୍‌ଟି କୌଣସି କାରଣରୁ ଓଲଟି ପଡ଼ିଥିଲା। ଅଞ୍ଚଳବାସୀ ଓ ସ୍ଥାନୀୟ ଡ୍ରାଇଭର୍ ସଂଘ କର୍ମକର୍ତ୍ତାଗଣ ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ। ପରେ 5 ଜଣ ଗୁରୁତରମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *